ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ନାଁ ବଦଳି ହେବ ପ୍ରାୟଗରାଜ ଷ୍ଟେଟ୍‌ ୟୁନିଭର୍ସିଟି

Advertisment
ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ନାଁ ବଦଳି ହେବ ପ୍ରାୟଗରାଜ ଷ୍ଟେଟ୍‌ ୟୁନିଭର୍ସିଟି

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର ଦୁଇଟି ଜିଲ୍ଲା- ଆହ୍ଲାବାଦ ଓ ଫୈଜାବାଦର ନାମ ପରିବର୍ତ୍ତନ କରି ଯଥାକ୍ରମେ ପ୍ରୟାଗରାଜ ଏବଂ ଅଯୋଧ୍ୟା କରିବା ପରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ନାମ ବଦଳାଇ ପ୍ରୟାଗରାଜ ଷ୍ଟେଟ୍‌ ୟୁନିଭର୍ସିଟି କରିବାକୁ ରାଜ୍ୟ ସରକାରଙ୍କ ନିକଟକୁ ଏକ ପ୍ରସ୍ତାବ ପଠାଯାଇଛି।

ଖବର ଅନୁସାରେ, ଅନୁମୋଦନ ନିମନ୍ତେ ରାଜ୍ୟ ସରକାରଙ୍କ ନିକଟକୁ ଆହ୍ଲାବାଦ ବିଶ୍ୱବିଦ୍ୟାଳୟର କୁଳପତି ଏହି ପ୍ରସ୍ତାବ ପଠାଇଛନ୍ତି। ଏହାପରେ ଅନୁମୋଦନ ପାଇଁ ଏହାକୁ ରାଜ୍ୟପାଳ ରାମ ନାଇକଙ୍କ ନିକଟକୁ ପଠାଯିବ।

ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ପୂର୍ବରୁ କହିଥିଲେ ଯେ ଆହ୍ଲାବାଦର ନାମ ପରିବର୍ତ୍ତନ ହୋଇ ପ୍ରୟାଗରାଜ କରାଯାଇଥିବାରୁ ଜିଲ୍ଲାରେ ଥିବା ଅନ୍ୟ ପ୍ରତିଷ୍ଠାନ ସବୁକୁ ପରିବର୍ତ୍ତନ କରାଇବା ପାଇଁ ଦାବି କରାଯିବା ସ୍ୱାଭାବିକ।

publive-image

ଶର୍ମା କହିଥିଲେ: ଆହ୍ଲାବାଦ ବିଶ୍ୱବିଦ୍ୟାଳୟ, ହାଇସ୍କୁଲ୍‌ ବୋର୍ଡ ଏବଂ ଉଚ୍ଚମାଧ୍ୟମିକର ପୁନଃନାମକରଣ ନିମନ୍ତେ ଦାବି ହେଉଛି।

ସ୍ମରଣଯୋଗ୍ୟ ଯେ ନିକଟରେ ରାଜ୍ୟ କ୍ୟାବିନେଟ୍‌ ଆହ୍ଲାବାଦ ଓ ଫୈଜାବାଦର ଡିଭିଜନ୍‌ଗୁଡ଼ିକର ନାମ ପରିବର୍ତ୍ତନ କରାଇବାକୁ ସମ୍ମତି ପ୍ରଦାନ କରିଛନ୍ତି।

ଆମ୍ବେଦକର ନଗର, ଆମେଥି, ବାରବାଙ୍କି, ଅଯୋଧ୍ୟା ଏବଂ ସୁଲ୍‌ତାନପୁର ଜିଲ୍ଲାକୁ ନେଇ ଗଠିତ ଫୈଜାବାଦ ଡିଭିଜନ୍‌ ଏବେ ହେବ ଆମେଥି ଡିଭିଜନ୍‌।

ପ୍ରୟାଗରାଜ, ଫତେପୁର, କୌଶାମ୍ଭି ଏବଂ ପ୍ରତାପଗଡ଼ ଜିଲ୍ଲାକୁ ନେଇ ଗଠିତ ଆହ୍ଲାବାଦ ଡିଭିଜନ୍‌ ହେବ ପ୍ରୟାଗରାଜ ଡିଭିଜନ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe