ଲେକ୍ଷ୍ନୗ : ଉତ୍ତରପ୍ରଦେଶର ପ୍ରସିଦ୍ଧ ସହର ଆହ୍ଲାବାଦ ଖୁବ୍ ଶୀଘ୍ର ‘ପ୍ରୟାଗରାଜ’ରେ ପରିଣତ ହେବ। ଏନେଇ ସୂଚନା ଦେଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଅଧିକାଂଶ ଲୋକ ଆହ୍ଲାବାଦ୍କୁ ପ୍ରୟାଗରାଜରେ ନାମିତ କରିବାକୁ ଇଚ୍ଛା କରୁଛନ୍ତି, କିନ୍ତୁ ଯଦି ସମସ୍ତେ ଏଥିଲାଗି ସମର୍ଥନ କରିବେ ତେବେ ଆହ୍ଲାବାଦକୁ ପ୍ରୟାଗରାଜରେ ପରିଣତ କରାଯିବ ବୋଲି ଯୋଗୀ କହିଛନ୍ତି। ରିପୋର୍ଟ ଅନୁଯାୟୀ ଯୋଗୀ ଅାଦିତ୍ୟନାଥ କୁମ୍ଭ ମେଳା ପୂର୍ବରୁ ଆହ୍ଲାବାଦ୍ ସହରର ନାମ ପରିବର୍ତ୍ତନ କରି ପ୍ରୟାଗରାଜ ରଖିବାକୁ ଚାହୁଛନ୍ତି। ତେବେ େଯାଗୀ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧୀ ଦଳଗୁଡ଼ିକ ପ୍ରବଳ ବିରୋଧ କରିଛନ୍ତି। କଂଗ୍ରେସ ନେତା ଓଁକାର ସିଂହ କହିଛନ୍ତି େଯ ଯେଉଁ ସ୍ଥାନରେ କୁମ୍ଭମେଳା ହେଉଛି ସେହି ସ୍ଥାନକୁ ଏବେ ବି ପ୍ରୟାଗ କୁହାଯାଉଛି। ତେଣୁ ଯଦି ସରକାର ଚାହୁଛନ୍ତି ତେବେ ଆହ୍ଲାବାଦ୍ର ନାମ ପରିବର୍ତ୍ତନ ନକରି ପ୍ରୟାଗରାଜକୁ ଏକ ଭିନ୍ନ ସହରରେ ପରିଣତ କରିବା ଉଚିତ୍।
ଆହ୍ଲାବାଦ ହେବ ‘ପ୍ରୟାଗରାଜ’
Advertisment
Follow Us