କଂଗ୍ରେସ ବିରୋଧରେ ଅଭିଯୋଗ ସତ୍ୟର ବାହାରେ: ମୋଦୀଙ୍କୁ ପ୍ରିୟଙ୍କାଙ୍କ ଜବାବ୍

Advertisment

କର୍ଣ୍ଣାଟକରେ ମାଗଣା ଯୋଜନା ସମ୍ପର୍କରେ ମଲ୍ଲିକାର୍ଜୁନଙ୍କ ବିବୃତି ପରେ ରାଜନୀତି ତୀବ୍ର ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ଏହା ଉପରେ କହିଛନ୍ତି, ମିଥ୍ୟା ପ୍ରତିଶ୍ରୁତି ଦେବା ସହଜ, କିନ୍ତୁ ପୂରଣ କରିବା କଷ୍ଟକର। ଏହାର ଜବାବ୍‌ରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, କଂଗ୍ରେସ ବିରୋଧରେ ଅଭିଯୋଗ ସତ୍ୟର ବାହାରେ...

କର୍ଣ୍ଣାଟକରେ ମାଗଣା ଯୋଜନା ସମ୍ପର୍କରେ ମଲ୍ଲିକାର୍ଜୁନଙ୍କ ବିବୃତି ପରେ ରାଜନୀତି ତୀବ୍ର ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ଏହା ଉପରେ କହିଛନ୍ତି, ମିଥ୍ୟା ପ୍ରତିଶ୍ରୁତି ଦେବା ସହଜ, କିନ୍ତୁ ପୂରଣ କରିବା କଷ୍ଟକର। ଏହାର ଜବାବ୍‌ରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, କଂଗ୍ରେସ ବିରୋଧରେ ଅଭିଯୋଗ ସତ୍ୟର ବାହାରେ...

11aanzxbapqw

ନୂଆଦିଲ୍ଲୀ: କର୍ଣ୍ଣାଟକରେ ମାଗଣା ଯୋଜନା ସମ୍ପର୍କରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବିବୃତି ପରେ ରାଜନୀତି ତୀବ୍ର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଉପରେ ଏକ ମନ୍ତବ୍ୟ ଦେଇ କହିଛନ୍ତି ଯେ ମିଥ୍ୟା ପ୍ରତିଶ୍ରୁତି ଦେବା ସହଜ, କିନ୍ତୁ ଏହାକୁ ପୂରଣ କରିବା ଅସମ୍ଭବ। ଏହାର ଜବାବ୍‌ରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି, କଂଗ୍ରେସ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ସତ୍ୟର ବାହାରେ। 

ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ପ୍ରିୟଙ୍କା ଗାନ୍ଧୀ ଲେଖିଛନ୍ତି ମହାତ୍ମା ଗାନ୍ଧୀ କହିଥିଲେ ସତ୍ୟ ହେଉଛି ଈଶ୍ବର। ଆମର ଜାତୀୟ ଆଦର୍ଶ' ସତ୍ୟମେବ ଜୟତେ'ର ମଧ୍ୟ ସମାନ ବାର୍ତ୍ତା ରହିଛି। ସେ କହିଛନ୍ତି ଯେଉଁ ଦେଶରେ ସଂସ୍କୃତି ସତ୍ୟ ଉପରେ ଆଧାରିତ, ସେହି ଦେଶରେ ସର୍ବୋଚ୍ଚ ପଦବୀରେ ଅବସ୍ଥାପିତ ଜଣେ ବ୍ୟକ୍ତି ମିଥ୍ୟା କହିବା ଉଚିତ୍ ନୁହେଁ।

ସେ ଏହା ମଧ୍ୟ ଲେଖିଛନ୍ତି, ଯେଉଁଠାରେ କଂଗ୍ରେସ ସରକାର ଗଠନ କରିଛି, ତାହା  କର୍ଣ୍ଣାଟକ, ତେଲେଙ୍ଗାନା କିମ୍ବା ହିମାଚଳ ପ୍ରଦେଶ ହେଉ ସବୁଠି ଦଳ ଦେଇଥିବା ପ୍ରତିଶ୍ରୁତି ପୂରଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିଛି। ଏହି ରାଜ୍ୟଗୁଡ଼ିକରେ କଂଗ୍ରେସ ସରକାର ଲୋକଙ୍କ ପାଇଁ ପ୍ରତିଦିନ ଗ୍ୟାରେଣ୍ଟି ଲାଗୁ କରୁଛନ୍ତି। ଯେଉଁଥିପାଇଁ ଜନସାଧାରଣଙ୍କ ଟଙ୍କା ସେମାନଙ୍କ ପକେଟକୁ ଫେରି ଆସୁଛି ।

କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଛି ଯେ ପ୍ରତିବର୍ଷ ୨ କୋଟି ଚାକିରୀ ଯୋଗାଇବା, ୧୦୦ ସ୍ମାର୍ଟ ସିଟି ନିର୍ମାଣ, କଳା ଟଙ୍କା ଫେରାଇ ଆଣିବା ଏବଂ ଅନ୍ୟାନ୍ୟ ଯୋଜନା ଭଳି କେନ୍ଦ୍ରସରକାରଙ୍କର ଆନକ ପ୍ରତିଶ୍ରୁତି ପୂରଣ ହୋଇନାହିଁ। 

କଂଗ୍ରେସ କହିଛି ଏହି ପ୍ରତିଶ୍ରୁତି ପୂରଣ ନ ହେବା କାରଣରୁ ଜନସାଧାରଣଙ୍କ ବିଶ୍ୱାସ ଭାଙ୍ଗି ଯାଇଛି । ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ହୋଇପାରି ନାହିଁ। 

ଅଧିକ ପଢ଼ନ୍ତୁ:

ଇସ୍ରାଏଲ-ଆମେରିକାକୁ ଇରାନର ଖୋଲା ଧମକ

ପ୍ରଧାନମନ୍ତ୍ରୀ ମୋଦୀ ଏହା ପୂର୍ବରୁ କହିଥିଲେ ଯେ କଂଗ୍ରେସ ଦଳ ବାରମ୍ବାର ଏପରି ପ୍ରତିଶ୍ରୁତି ଦେଇଥାଏ ଯାହା ପାଳନ କରିବା କଷ୍ଟକର ଏବଂ ଜନସାଧାରଣ ବର୍ତ୍ତମାନ ସେମାନଙ୍କର ମିଥ୍ୟାକୁ ଚିହ୍ନି ସାରିଛନ୍ତି। କଂଗ୍ରେସର "ମିଥ୍ୟା ପ୍ରତିଶୃତିର ସଂସ୍କୃତି" ପ୍ରତି ସତର୍କ ରହିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ମୋଦୀ ଏହା ମଧ୍ୟ କହିଛନ୍ତି ଯେ ନିକଟରେ ହରିୟାଣାର ଲୋକମାନେ କଂଗ୍ରେସର ମିଥ୍ୟାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଏକ ସ୍ଥିର, ପ୍ରଗତିଶୀଳ ସରକାରକୁ ପସନ୍ଦ କରିଛନ୍ତି।

ଅଧିକ ପଢ଼ନ୍ତୁ:

ଜଳ ବିଲ୍ ଦିଅ ନାହିଁ, ଆମେ ଆସିଲେ ଛାଡ୍ କରିବୁ: କେଜ୍ରିୱାଲଙ୍କ ପ୍ରତିଶ୍ରୁତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe