ମହିଳା ସାଂସଦଙ୍କୁ ଦୁର୍ବ୍ୟବହାର ଅଭିଯୋଗ : ଟିଏମ୍‌ସି ନେତା ଓ ପୁଲିସ ମୁହାଁମୁହିଁ

ମହିଳା ସାଂସଦଙ୍କୁ ଦୁର୍ବ୍ୟବହାର ଅଭିଯୋଗ : ଟିଏମ୍‌ସି ନେତା ଓ ପୁଲିସ ମୁହାଁମୁହିଁ

The Logical Indian

ଲକ୍ଷ୍ନୌ : ଟିଏମ୍‌ସିର ଏକ ପ୍ରତିନିଧି ଦଳ ଆଜି ଦିଲ୍ଲୀରୁ ଉତ୍ତରପ୍ରଦେଶର ହାଥରାସ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବାପାଇଁ ଯାଉଥିବା ବେଳେ ବାଟରେ ସେମାନଙ୍କୁ ପୁଲିସ ଅଟକାଇଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପରି ଟିଏମ୍‌ସି ସାଂସସ ଡେରେକ୍‌ ଓବ୍ରାଏନ୍‌ ମଧ୍ୟ ଆଜି ଗ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବାକୁ ଯିବା ବାଟରେ ପୁଲିସ ସହ ମୁହାଁମୁହିଁ ହୋଇଥିଲେ। ପୁଲିସ ଡେରେକ୍‌ ଓବ୍ରା‌ଏନ୍‌ଙ୍କୁ ଠେଲାପେଲା କରିବା ସହ ତାଙ୍କୁ ତଳେ ପକାଇ ଦେଇଥିବା ଅଭିଯୋଗ ହୋଇଛି। ଡେରେକ୍‌ ଓବ୍ର‌ାଏନ୍‌ଙ୍କ ସମେତ ଅନ୍ୟ ୩ ଜଣ ଦଳୀୟ ନେତା ମଧ୍ୟ ଆଜି ହଠରାସ୍‌ ଗ୍ରାମକୁ ପ୍ରବେଶ କରିବାକୁ ଉଦ୍ୟମ କରିବାବେଳେ ପୁଲିସ ସହ ମୁହାମୁହିଁ ସ୍ଥିତି ଉପୁଜିଥିଲା। ଟିଏମ୍‌ସି ମହିଳା ସାଂସଦଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏନେଇ ଏକ ୩୨ ସେକେଣ୍ଡର ଭିଡିଓ ଜାରି ହୋଇଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଟିଏମ୍‌ସି ସାଂସଦ ପ୍ରତିମା ମଣ୍ଡଳଙ୍କୁ କାନ୍ଧକୁ ଟାଣି ଜଣେ ବ୍ୟକ୍ତି ତାଙ୍କୁ ଉକ୍ତ ଗ୍ରାମକୁ ନଯିବା ପାଇଁ କହୁଛନ୍ତି। ଡେରେକ୍‌ ଓବ୍ରାଏନ୍‌ ଏଥିରେ ହସ୍ତକ୍ଷେପ କରିଥିବା ସମୟରେ ତାଙ୍କୁ ଟାଣି ତଳେ ପକାଇ ଦିଆଯାଇଥିଲା। ଏହା ପୂର୍ବରୁ ପ୍ରତିମା ମଣ୍ଡଳ, କା କୋଲି ଘୋଷ ଦସ୍ତିଦାର ଏବଂ ପୂର୍ବତନ ସାଂସଦ ମମତା ଠାକୁର ପୁଲିସକୁ ଅନୁରୋଧ କରି ସେମାନଙ୍କୁ ଗ୍ରାମକୁ ପ୍ରବେଶ କରିବାପାଇଁ ଅନୁମତି ଦେବାକୁ କହିଥିଲେ। କିନ୍ତୁ ପୁଲିସ ସେମାନଙ୍କ ପଥ ଅବରୋଧ କରିଥିଲା। ତେବେ ମହିଳା ସାଂସଦଙ୍କୁ ଦୁର୍ବ୍ୟବହାର ଅଭିଯୋଗକୁ ପୁଲିସ ପ୍ରତ୍ୟାଖ୍ୟାନ କରିଛି। ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ମିଛ ବୋଲି ହାଥରାସ୍‌ ଉପଜିଲ୍ଲାପାଳ ପ୍ରେମ ପ୍ରକାଶ ମୀନା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe