Zee News
ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ବ୍ୟକ୍ତିଗତ ସଚିବଙ୍କ ବିରୋଧରେ ଯେଉଁ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ, ସେ ତାଙ୍କର ବୟାନ ରେକର୍ଡ କରାଇବା ପାଇଁ ଆସୁ ନ ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଉତ୍ତମନଗର ପୁଲିସର କହିବା ଅନୁସାରେ ତାଙ୍କ ଥାନାରେ ମହିଳା ଜଣକ ଦୁଷ୍କର୍ମ ଅଭିଯୋଗ ନେଇ ଏଫ୍ଆଇଆର୍ ଦାଖଲ କରିଥିଲେ। କିନ୍ତୁ ଗତ ଦୁଇଦିନ ହେଲା ବୟାନ ରେକର୍ଡ କରାଇବା ପାଇଁ ତାଙ୍କୁ ଡକାଯାଉଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ଆସିନାହାନ୍ତି। ଏହା ଭିତରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। କିନ୍ତୁ ଭାରତୀୟ ପିଙ୍ଗଳ କୋଡ୍ର ଧାରା ୧୬୪ ଅନୁସାରେ ମହିଳାଙ୍କ ବୟାନ ରେକର୍ଡ କରାଯିବାର ଆବଶ୍ୟକତା ରହିଛି।
ସୂଚନାଯୋଗ୍ୟ ୨୬-ବର୍ଷୀୟା ମହିଳାଙ୍କ ଅଭିଯୋଗ ଭିତ୍ତିରେ ଦିଲ୍ଲୀ ପୁଲିସ ସୋନିଆ ଗାନ୍ଧିଙ୍କ ବ୍ୟକ୍ତିଗତ ସଚିବ ୭୧-ବର୍ଷୀୟ ପିପି ମାଧବନଙ୍କ ବିରୋଧରେ ଦୁଷ୍କର୍ମ ଓ ଧମକ ମାମଲା ରୁଜୁ କରିଛି। ଅଭିଯୋଗ ଅନୁସାରେ ଚାକିରି ଦେବା ଓ ବିବାହ କରିବାକୁ କହି ମାଧବନ ତାଙ୍କ ସହ ଦୁଷ୍କର୍ମ କରିଥିଲେ। କିନ୍ତୁ ଏ କଥା ପୁଲିସ ବା ଅନ୍ୟ କାହା ଆଗରେ କହିଲେ ଅବସ୍ଥା ଖରାପ ହେବ ବୋଲି କହି ଧମକାଇଥିଲେ। କଂଗ୍ରେସ କାର୍ଯ୍ୟାଳୟରେ କାମ କରୁଥିବା ମହିଳାଙ୍କ ସ୍ବାମୀ ୨୦୨୦ ଫେବ୍ରୁ୍ଆରିରେ ମୃତ୍ୟୁବରଣ କରିବା ପରେ ସେ ଚାକିରି ପାଇଁ ମାଧବନଙ୍କୁ ଅନୁରୋଧ କରିଥିଲେ। ମାଧବନ ତାଙ୍କୁ ଭିଡିଓ କଲ୍ ଓ ଚାଟ୍ କରିବା ସହ ଇଣ୍ଟରଭ୍ୟୁ ପାଇଁ ଡାକିଥିଲେ। ମହିଳା ଜଣକ ଯିବା ପରେ ସେ ତାଙ୍କୁ ତାଙ୍କ କାର୍ରେ ଏବଂ ସୁନ୍ଦରନଗର-ସ୍ଥିତ ଏକ ଫ୍ଲାଟ୍କୁ ନେଇ ତାଙ୍କ ଇଚ୍ଛା ବିରୋଧରେ ଦୁଷ୍କର୍ମ କରିଥିଲେ ବୋଲି ମହିଳା ଜଣକ ତାଙ୍କ ଏଫ୍ଆଇଆର୍ରେ ଦର୍ଶାଇଛନ୍ତି।
Follow Us