ମନ୍ତ୍ରୀଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ସମ୍ବେଦନଶୀଳ : ଶରଦ ପାୱାର

ରୁଟି ଓଲଟାଇବାର ସମୟ ଆସିଗଲାଣି, ବିଳମ୍ବ ନ ହେବା ଆବଶ୍ୟକ: ଶରଦ ପାୱାର

Newsmobile

ମୁମ୍ବାଇ : ମହାରାଷ୍ଟ୍ର ସରକାରର ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ବିରୋଧରେ ହୋଇଥିବା ବଳାତ୍କାର ଅଭିଯୋଗ ଅତ୍ୟନ୍ତ ସମ୍ବେଦନଶୀଳ। ଏ ସମ୍ପର୍କରେ ଦଳର ସଦସ୍ୟମାନଙ୍କ ସହ ଆଲୋଚନା କରିବା ପରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ସୂଚନା ଦେଇଛନ୍ତି ଏନ୍‌ସିପି ସଭାପତି ଶରଦ ପାୱାର। ଜଣେ ମହିଳାଙ୍କ ଦ୍ବାରା କରାଯାଇଥିବା ଏହି ଅଭିଯୋଗ ଅସତ୍ୟ। ତାଙ୍କୁ ବ୍ଲାକ୍‌ମେଲ୍‌ ଏବଂ ବଦ୍‌ନାମ କରିବା ପାଇଁ ଏହା ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ମୁଣ୍ଡେ କହିଛନ୍ତି। ଅଭିଯୋଗକାରିଣୀଙ୍କ ଭଉଣୀ ସହ ତାଙ୍କର ୨୦୦୩ ମସିହାରୁ ସମ୍ପର୍କ ରହିଛି ଏବଂ ତାଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି। ଏକଥା ଉଭୟଙ୍କ ପରିବାର ଜାଣନ୍ତି ଏବଂ ସେମାନଙ୍କ ସମ୍ପର୍କକୁ ସମସ୍ତେ ସାଦରେ ଗ୍ରହଣ କରିଛନ୍ତି। ତାଙ୍କୁ ଅଯଥା ବଦ୍‌ନାମ କରିବା ପାଇଁ ଏଭଳି କରାଯାଇଛି ବୋଲି ମୁଣ୍ଡେ ପୁଲିସ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ମହିଳାଜଣକ ମୁମ୍ବାଇ ପୁଲିସ କମିସନରଙ୍କୁ ଚିଠି ଦ୍ବାରା ଅଭିଯୋଗ କରିଥିଲେ ଯେ, ୨୦୦୬ ମସିହାରେ ମୁଣ୍ଡେ ତାଙ୍କୁ ବାରମ୍ବାର ବଳାତ୍କାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe