ୟୁରୋପୀୟ ସଂଘର ପ୍ରସ୍ତାବିତ କଟକଣା ତାଲିକାରେ ପୁଟିନ୍‌ଙ୍କ ପ୍ରେମିକା କୁହାଯାଉଥିବା ଆଲିନା କାଭାଏଭାଙ୍କ ନାଁ

Advertisment
ୟୁରୋପୀୟ ସଂଘର ପ୍ରସ୍ତାବିତ କଟକଣା ତାଲିକାରେ ପୁଟିନ୍‌ଙ୍କ ପ୍ରେମିକା କୁହାଯାଉଥିବା ଆଲିନା କାଭାଏଭାଙ୍କ ନାଁ

Image Courtesy of The Print

ୱାସିଂଟନ୍‌: ‘ୟୁରୋପୀୟ ସଂଘ’ର ପ୍ରସ୍ତାବିତ ୬ଷ୍ଠ ପର୍ଯ୍ୟାୟ କଟକଣା ତାଲିକାରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ପ୍ରେମିକା ବୋଲି କୁହାଯାଉଥିବା ଆଲିନା କାବେଏଭାଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଛି।

ସ୍ମରଣଯୋଗ୍ୟ, ୟୁକ୍ରେନ୍‌ ଆକ୍ରମଣ କରିଥିବାରୁ ରୁଷ୍‌ ଉପରେ ‘ୟୁରୋପୀୟ ସଂଘ’ ଏବଂ ପାଶ୍ଚାତ୍ୟ ରାଷ୍ଟ୍ରମାନେ ବିଭିନ୍ନ ପର୍ଯ୍ୟାୟରେ କଟକଣା ଜାରି କରୁଛନ୍ତି।

ଦୁଇଟି ୟୁରୋପୀୟ କୂଟନୈତିକ ସୂତ୍ର ଅନୁସାରେ, ପୁଟିନ୍‌ଙ୍କ ସହିତ ରୋମାଣ୍ଟିକ୍‌ ସମ୍ପର୍କ ଥିବା କାବାଏଭାଙ୍କୁ ପ୍ରସ୍ତାବିତ ‘ୟୁରୋପୀୟ ସଂଘ’ କଟକଣା ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। କିନ୍ତୁ, ଚିଠା ଅବସ୍ଥାରେ ଥିବା ଏହି କଟକଣା ପ୍ରସ୍ତାବରେ ‘ୟୁରୋପୀୟ ସଂଘ’ ଔପଚାରିକ ଭାବେ ସ୍ବାକ୍ଷର କରିନାହିଁ।

ଶୁକ୍ରବାର ଦିନ ଗୋଟିଏ କୂଟନୈତିକ ସୂତ୍ର କହିଛି, ଆଲୋଚନା ଚାଲିଛି। ଏହାକୁ ଲାଗୁ କରିବା ସହଜ କଥା ନୁହେଁ। ଅପେକ୍ଷା କର, ଦେଖ କ’ଣ ହେଉଛି।

publive-image Image Courtesy of NY Post

କାଭାଏଭାଙ୍କ ପ୍ରତି କଟକଣା ଲାଗୁ ହେବ କି, ନାହିଁ ସେ ସମ୍ପର୍କରେ ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ ଅଧିକାରୀମାନେ ବିତର୍କ କରୁଛନ୍ତି ବୋଲି ଏପ୍ରିଲ୍‌ ମାସରେ ‘ଦି ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ ରିପୋର୍ଟ କରିଥିଲା। କାରଣ ଏଭଳି କଟକଣା ପୁଟିନ୍‌ଙ୍କୁ ବ୍ୟକ୍ତିଗତ ଭାବେ ମର୍ମାହତ କରିବାର ସମ୍ଭାବନା ଥିବାରୁ ଉତ୍ତେଜନା ତୀବ୍ରତର ହୋଇପାରେ ବୋଲି ସେମାନେ ଚିନ୍ତାପ୍ରକଟ କରୁଥିଲେ।

ସୂଚନାଯୋଗ୍ୟ, ୧୯୮୩ରେ ଜନ୍ମିତା କାବାଏଭାଙ୍କର ପ୍ରାୟ ଏକ ଦଶନ୍ଧିରୁ ଊର୍ଦ୍ଧ୍ବ ହେ‌ବ ପୁଟିନ୍‌ଙ୍କ ସହିତ ସମ୍ପର୍କ ରହିଛି। ସେତେବେଳେ କାବାଏଭା ଥିଲେ ଜଣେ ପଦକ ବିଜୟିନୀ ‘ଜିମ୍‌ନାଷ୍ଟ୍’। କିନ୍ତୁ, ପତ୍ନୀଙ୍କ ଠାରୁ ଛାଡ଼ପତ୍ର ପାଇଥିବା ପୁଟିନ୍‌ କାବାଏଭାଙ୍କ ସହ ଥିବା ସମ୍ପର୍କକୁ ପୂର୍ବରୁ ଅସ୍ବୀକାର କରିଛନ୍ତି।

କାବାଏଭାଙ୍କ ବ୍ୟତୀତ ‘ରଷିଆନ୍‌ ଅର୍ଥୋଡୋକ୍ସ୍‌ ଚର୍ଚ’ର ମୁଖ୍ୟ ପାଟ୍ରିଆକ୍‌ କିରିଲ୍‌ଙ୍କ ନାଁ ମଧ୍ୟ ୬ଷ୍ଠ ପର୍ଯ୍ୟାୟ କଟକଣା ତାଲିକାରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe