ndtv
ଇନ୍ଦୋର: ଉତ୍ତରପ୍ରଦେଶରେ ଏବେ କରୋନା ସ୍ଥିତି ଗମ୍ଭୀର ଥିବା ବେଳେ ସରକାର ଏ ନେଇ କିଛି ଦିନ ତଳେ ୧୫ଟି ଜିଲ୍ଲାକୁ ସିଲ କରିଥିବାର ଖବର ମିଳିଥିଲା | ଏବେ ଉତ୍ତରପ୍ରଦେଶରେ ଡାକ୍ତରଖାନା ପକ୍ଷରୁ ଆମ୍ବୁଲାନ୍ସ ନମିଳିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାର ଖବର ମିଳିଛି | ଦୁଇଜଣଙ୍କ ମଧ୍ୟରୁ ଜଣେ କରୋନା ସନ୍ଦିଗ୍ଧ ଥିଲେ ବୋଲି ଜଣା ପଡିଛି |
ସୂଚନା ମୁତାବକ, ସହରର କରୋନାଭାଇରସ୍ କଣ୍ଟେଣ୍ଟମେଣ୍ଟ ଅଞ୍ଚଳ ମଧ୍ୟରୁ ଅନ୍ୟତମ ଇନ୍ଦୋରର ବାଦୱାଲି ଚୌକି ସହରର ବାସିନ୍ଦା ପଣ୍ଡୁ ଚାନ୍ଦେନଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବାରୁ କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ସୋମବାର ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଥିଲେ। ତାଙ୍କ ଭାଇଙ୍କ ଅନୁଯାୟୀ, ସେଠାରେ ଥିବା କର୍ମଚାରୀମାନେ କେବଳ କିଛି ଔଷଧ ଲେଖି ତାଙ୍କୁ ଘରକୁ ପଠାଇଥିଲେ। ପରଦିନ ତାଙ୍କ ଅବସ୍ଥା ବିଗିଡିଯିବାରୁ ପରିବାର ଲୋକ ଆମ୍ବୁଲାନ୍ସ ପାଇଁ ଡାକ୍ତରଖାନାକୁ ଫୋନ କରିଥିଲେ ମଧ୍ୟ ଡାକ୍ତରଖାନା ପକ୍ଷରୁ ଆମ୍ବୁଲାନ୍ସ ପଠାଇବା ପାଇଁ ମନା କରିଦିଆଯାଇଥିଲା | ପରେ କୌଣସି ବିକଳ୍ପ ନ ପାଇ ସେମାନେ ତାଙ୍କୁ ଏକ ଛୋଟ ଦୁଇ ଚକିଆ ଯାନରେ ରାଜ୍ୟର ମହାରାଜା ଯଶବନ୍ତରୋ ହସ୍ପିଟାଲର ଓପିଡିକୁ ନେଇଥିଲେ। ଦୁର୍ଭାଗ୍ୟବଶତଃ ସେମାନେ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ପଣ୍ଡୁ ଚାନ୍ଦେନଙ୍କ ମୃତ୍ୟୁ ହୋଇସାରିଥିଲା |
ତେବେ ପରିବାରର ଅଭିଯୋଗକୁ ଇନ୍ଦୋରର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରବୀଣ ଜାଦିଆ ଖଣ୍ଡନ କରିଛନ୍ତି। "ବ୍ୟକ୍ତି ଜଣକ ସୋମବାର ହସ୍ପିଟାଲକୁ ଯାଇ ସେଦିନ ଘରକୁ ଫେରିଥିଲେ। ମଙ୍ଗଳବାର ଦିନ ତାଙ୍କୁ ପ୍ରଥମେ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା, ସେଠାରୁ ତାଙ୍କୁ ମହାରାଜା ଯଶବନ୍ତରୋ ହସ୍ପିଟାଲକୁ ରେଫର୍ କରାଯାଇଥିଲା। କିନ୍ତୁ ଯଶବନ୍ତରୋ ହସ୍ପିଟାଲରେ ପହଂଚିବା ପରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ସେ କହିଛନ୍ତି |
ndtvସେହିଭଳି ଭାବେ ଖଣ୍ଡୱା ଜିଲ୍ଲାର ଖଡକପୁରା ଅଞ୍ଚଳରେ ସମାନ ଘଟଣା ଘଟିଥିବା ଜଣା ପଡିଛି | ୬୫ବର୍ଷିୟ ଶେଖ ହମିଦଙ୍କୁ ଆମ୍ବୁଲାନ୍ସ ନମିଳିବାରୁ ତାଙ୍କର ମୃତ୍ୟୁ ହୋଇଛି। ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ଶେଖ ହମିଦଙ୍କୁ ଆମ୍ବୁଲାନ୍ସ ନମିଳିବାରୁ ଶେଷରେ ତାଙ୍କୁ ଏକ ସ୍କୁଟରରେ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ଡାକ୍ତରଖାନାରେ ଚିକିତ୍ସା ସହାୟତା ପାଇବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା।
Follow Us