ଜେଇଇ ଆଡଭାନ୍ସଡ୍ ୨୦୨୫ରେ ପୁଣି ଚମକିଲା ଆଲେନ୍ କୋଟା, ଟପ୍ପର ହେ‌ଲେ ରଜିତ୍ ଗୁପ୍ତା

Advertisment

ଚମକିଲା କୋଟାରେ ଥିବା ଆଲେନ୍ କ୍ୟାରିଅର ଇନଷ୍ଟିଚ୍ୟୁଟ୍। ପୁଣି ଥରେ ଜେଇଇ ଆଡଭାନ୍ସଡ ପରୀକ୍ଷାରେ ଭଲ ପ୍ରଦର୍ଶନ କରି ଦେଶର ପ୍ରମୁଖ କୋଚିଂ ଇନଷ୍ଟିଚ୍ୟୁଟ୍ ଭାବରେ ନିଜର ଦକ୍ଷତାକୁ ପ୍ରମାଣ କଲା ଆଲେନ୍।

ଚମକିଲା କୋଟାରେ ଥିବା ଆଲେନ୍ କ୍ୟାରିଅର ଇନଷ୍ଟିଚ୍ୟୁଟ୍। ପୁଣି ଥରେ ଜେଇଇ ଆଡଭାନ୍ସଡ ପରୀକ୍ଷାରେ ଭଲ ପ୍ରଦର୍ଶନ କରି ଦେଶର ପ୍ରମୁଖ କୋଚିଂ ଇନଷ୍ଟିଚ୍ୟୁଟ୍ ଭାବରେ ନିଜର ଦକ୍ଷତାକୁ ପ୍ରମାଣ କଲା ଆଲେନ୍।

TJWRJWRJY

କୋଟା: ଚମକିଲା କୋଟାରେ ଥିବା ଆଲେନ୍ କ୍ୟାରିଅର ଇନଷ୍ଟିଚ୍ୟୁଟ୍। ପୁଣି ଥରେ ଜେଇଇ ଆଡଭାନ୍ସଡ ପରୀକ୍ଷାରେ ଭଲ ପ୍ରଦର୍ଶନ କରି ଦେଶର ପ୍ରମୁଖ କୋଚିଂ ଇନଷ୍ଟିଚ୍ୟୁଟ୍ ଭାବରେ ନିଜର ଦକ୍ଷତାକୁ ପ୍ରମାଣ କଲା ଆଲେନ୍। ଏହି ବର୍ଷ, ଆଲେନ୍‌ରେ ପଢ଼ୁଥିବା ଛାତ୍ର ରଜିତ୍ ଗୁପ୍ତା ଜେଇଇ ଆଡଭାନ୍ସଡ୍ ୨୦୨୫ରେ ଅଲ୍ ଇଣ୍ଡିଆ ରାଙ୍କ-୧ ହାସଲ କରି ଇନଷ୍ଟିଚ୍ୟୁଟ୍ ଗୌରବାନ୍ବିତ କରିଛନ୍ତି। ରଜିତ୍‌ଙ୍କ ସଫଳତା କେବଳ ଆଲେନ୍‌କୁ ନୁହେଁ ବରଂ କୋଟା ସହରକୁ ମଧ୍ୟ ଗର୍ବିତ କରିଛି।

କୋଟାର ବାସିନ୍ଦା ରଜିତ୍ ପୂର୍ବରୁ ଜେଇଇ ମେନ୍ ୨୦୨୫ରେ ଅଲ୍ ଇଣ୍ଡିଆ ରାଙ୍କ-୧୬ ପାଇଥିଲେ ଏବଂ ୧୦୦ପ୍ରତିଶତ ସ୍କୋର କରିଥିଲେ। ତାଙ୍କ ପ୍ରସ୍ତୁତି ବିଷୟରେ ଜଣାଇ ସେ କହିଛନ୍ତି, "ମୁଁ କେବେବି ଘଣ୍ଟା ଘଣ୍ଟା ବସି ପାଠ ପଢ଼ୁନଥିଲି। ଯେତେବେଳେ ମୋତେ ପଢ଼ିବାକୁ ବହୁତ ଇଚ୍ଛା ହେଉଥିଲା ଏବଂ ଧ୍ୟାନ କେନ୍ଦ୍ରିତ କରିପାରିବି ବୋଲି ଅନୁଭବ କରୁଥିଲି, ସେତେବେଳେ ହିଁ ପାଠ ପଢ଼ୁଥିଲି। ଆଲେନ୍‌ର ମାର୍ଗଦର୍ଶନ ଏବଂ ଅଧ୍ୟୟନ ସାମଗ୍ରୀ ମୋତେ ଏହି ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିଥିଲା।"

ତେବେ ରଜିତ୍‌ଙ୍କ ବ୍ୟତୀତ ସକ୍ଷମ ଜିନ୍ଦଲ ମଧ୍ୟ ଅଲ୍ ଇଣ୍ଡିଆ ରାଙ୍କ-୨ ହାସଲ କରି ଆଲେନ୍‌କୁ ଗର୍ବିତ କରିଛନ୍ତି। ଏହି ସଫଳତା ମିଳିବା ପରେ ସେ କହିଛନ୍ତି ଯେ, "କୋଟାର ସାପ୍ତାହିକ ପରୀକ୍ଷା, କୌଣସି ବିଷୟକୁ ନେଇ ଥିବା ପ୍ରଶ୍ନର ସମାଧାନ ଅଧିବେଶନ ଏବଂ ପ୍ରେରଣାଦାୟକ ପରିବେଶ ମୋତେ ସଫଳ ହେବାରେ ସାହାଯ୍ୟ କରିଥିଲା। ଏଠାରେ ପ୍ରତିଯୋଗିତା ସୁସ୍ଥ ଏବଂ ପ୍ରେରଣାଦାୟକ।"

ଉଲ୍ଲେଖଯୋଗ୍ୟ, ରଜିତ୍, ସକ୍ଷମଙ୍କ ବ୍ୟତୀତ ଅକ୍ଷତ ଚୌରାସିଆ ଓ ଦେବେଶ ପି. ଭଇଆ ଯଥାକ୍ରମେ ଅଲ୍ ଇଣ୍ଡିଆ ରାଙ୍କ-୬ ଓ ଅଲ୍ ଇଣ୍ଡିଆ ରାଙ୍କ-୮ରେ ରହିଛନ୍ତି। ଶ୍ରେଷ୍ଠ-୧୦ ରାଙ୍କରେ ଆଲେନର ୪ଜଣ ଛାତ୍ର ରହିଥିବା ବେଳେ ଏହି ସଫଳତା ସହିତ ଆଇଆଇଟି-ଜେଇଇ ପ୍ରସ୍ତୁତିରେ ଆଲେନ୍ ନିର୍ବିବାଦ‌ରେ ଶୀର୍ଷ ଅନୁଷ୍ଠାନ ବୋଲି ପ୍ରମାଣିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe