ବିଜେପିର ମୁଣ୍ଡବିନ୍ଧା ବଢ଼ାଉଛନ୍ତି ସହଯୋଗୀ ଦଳ: ଜେଡିଏସ୍ ମାମଲା ପରେ ଏବେ ଚନ୍ଦ୍ରବାବୁ କଲେ ମୁସଲମାନ୍‌ଙ୍କ କୋଟାକୁ ସମର୍ଥନ

ବିଜେପିର ମୁଣ୍ଡବିନ୍ଧା ବଢ଼ାଉଛନ୍ତି ସହଯୋଗୀ ଦଳ: ଜେଡିଏସ୍  ମାମଲା ପରେ ଏବେ ଚନ୍ଦ୍ରବାବୁ କଲେ ମୁସଲମାନ୍‌ଙ୍କ କୋଟାକୁ ସମର୍ଥନ

ହାଇଦ୍ରାବାଦ: ଦେଶରେ ନିର୍ବାଚନୀ ପରିବେଶ ସରଗରମ ରହିଛି। ଏପରିସ୍ଥଳେ ସହଯୋଗୀ ଦଳମାନେ ବିଜେପିର ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି। କର୍ଣ୍ଣାଟକରେ ବିଜେପିର ସହଯୋଗୀ ଦଳ ଜେଡିଏସ୍ ନେତା ପ୍ରଜ୍ଜ୍ବଳ ରେୱନ୍ନା ଏବଂ ଏଚଡି ରେୱନ‌ା ‌ଯୌନ ମାମଲା ନେଇ ଆଇନ ଜାଲରେ ଛନ୍ଦି ହୋଇଛନ୍ତି।

ଏବେ ବିଜେପିର ସହଯୋଗୀ ଦଳ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଓବିସି ସଂରକ୍ଷଣରେ ମୁସଲମାନ୍‌ଙ୍କ ପାଇଁ କୋଟାକୁ ସମର୍ଥନ କରିଛନ୍ତି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଏନଡିଏର ସହଯୋଗୀ ବିରୋଧୀ ଦଳଙ୍କୁ କଡ଼ା ସମାଲୋଚନା ଜାରି ରଖିଛନ୍ତି।

ଟିଡିପି ମୁଖ୍ୟ ଚନ୍ଦ୍ରବାବୁ କ୍ଷମତାକୁଆସିଲେ ମୁସଲମାନ୍‌ଙ୍କ ପାଇଁ ୪ ପ୍ରତିଶତ ସଂରକ୍ଷଣ ଘୋଷଣା କରିଛନ୍ତି। ତେଲେଙ୍ଗାନା ବିଧାନସଭାର ୪୦ରୁ ୫୦ ଆସନରେ ମୁସଲମାନ୍ ଭୋଟର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ନାଇଡୁ ଏହୀ ଘୋଷଣା ମାଧ୍ୟମରେ ମୁସଲମାନ୍ ଭୋଟ୍ ବ୍ୟାଙ୍କକୁ ହାତେଇବାର ଉଦ୍ୟମ କରୁଥିବା ରାଜନୈତିକସ୍ତରରେ ଚର୍ଚ୍ଚା ହେଉଛି।

ଜେଡିଏସ୍ ନେତାଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲା ନେଇ ବିଜେପି ଅଡୁଆରେ ପଡ଼ିଥିବାବେଳେ ଏବେ ଟିଡିପି ମୁଖ୍ୟ ଏଭଳି ମନ୍ତବ୍ୟ ବିଜେପିକୁ ବ୍ୟାକଫୁଟ୍‌କୁ ଆଣିଥିବା କୁହାଯାଉଛି। ଏହା ଯୋଗୁ ବିଜେପି ନିର୍ବାଚନରେ ସଙ୍କଟରେ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଜୀବନ ଥିବା ଯାଏଁ ମୁସଲମାନ୍‌ଙ୍କୁ କୋଟା ଦିଆଯିବ ନାହିଁ ବୋଲି କହି ସାରିଛନ୍ତି। କିନ୍ତୁ ସ‌ହଯୋଗୀ ଟିଡିପିର ଏଭଳି ପଦକ୍ଷେପ ଯୋଗୁ ବିଜେପିର ସମସ୍ୟା ବଢ଼ିପାରେ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe