The Peninsula Qatar
ମସ୍କୋ: ୧୯୪୩ ମସିହାରେ ହୋଇଥିବା ଦ୍ବିତୀୟ ବିଶ୍ବଯୁଦ୍ଧ କାଳରୁ ବଞ୍ଚି ରହିଥିବା ବିରଳ ପ୍ରଜାତିର ଏକ କୁମ୍ଭୀରର ମସ୍କୋଠାରେ ଥିବା ଏକ ଚିଡ଼ିଆଖାନାରେ ଶନିବାର ମୃତ୍ୟୁ ଘଟିଛି। ସାର୍ଟନ ନାମକ ଏହି କୁମ୍ଭୀରର ୮୪ ବର୍ଷ ବୟସରେ ମୃତ୍ୟୁ ଘଟିଛି।
ସାର୍ଟନ ୧୯୩୬ ମସିହାରେ ଆମେରିକାରେ ଜନ୍ମ ହୋଇଥିଲା। ତାକୁ ସେଠାରୁ ବର୍ଲିନ ଚିଡ଼ିଆଖାନାକୁ ସ୍ଥାନାନ୍ତରିତ କରା ଯାଇଥିଲା। ୧୯୪୩ ମସିହା ନଭେମ୍ବର ୨୩ ତାରିଖରେ ହୋଇଥିବା ବୋମା ବିସ୍ଫୋରଣରେ ବହୁ ସରିସୃପ ମରି ଯାଇଥିବା ବେଳେ ସାର୍ଟନ ବଞ୍ଚିକରି ଖସି ପଳାଇଥିଲା।
୧୯୪୬ ମସିହାରେ ବ୍ରିଟିଶ୍ର ସୈନ୍ୟମାନେ ତାକୁ ପାଇବା ପରେ ସୋଭିଏଟ୍ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଲେ। ମାତ୍ର ୧୯୪୩ରୁ ୧୯୪୬ ମସିହା ମଧ୍ୟରେ ସାର୍ଟନ କୁଆଡ଼େ ଥିଲା ଏହା ଏକ ରହସ୍ୟ ବୋଲି କହନ୍ତି ଚିଡ଼ିଆଖାନାର କର୍ତ୍ତୃପକ୍ଷ। ଏହାକୁ ମସ୍କୋକୁ ଅଣାଯିବା ପରେ ଶୁଣିବାକୁ ମିଳିଲା ଯେ କୁମ୍ଭୀରଟି ଜର୍ମାନର ଅଡ୍ଲଫ ହିଟ୍ଲରଙ୍କର ବ୍ୟକ୍ତିଗତ କୁମ୍ବୀର ବୋଲି। ନାଜି ସରକାର ବିପକ୍ଷରେ ବର୍ଲିନର ୭୫ତମ ବିଜୟ ଉତ୍ସବ ପାଳନ ପରେ ସାର୍ଟନ ବଲିର୍ନ ଯାଇଥିବା ସୂଚନା ରହିଛି।
Follow Us