ଦମକଳ ବାହିନୀକୁ ୟୁକ୍ରେନ୍‌ ଆଣବିକ ପାୱାର୍‌ ପ୍ଲାଣ୍ଟ୍‌ ପାଖକୁ ଛାଡ଼ିବା ପାଇଁ ରୁଷ୍‌କୁ ଅନୁରୋଧ କଲେ ଜୋ ବାଇଡେନ୍‌

Advertisment
ଦମକଳ ବାହିନୀକୁ ୟୁକ୍ରେନ୍‌ ଆଣବିକ ପାୱାର୍‌ ପ୍ଲାଣ୍ଟ୍‌ ପାଖକୁ ଛାଡ଼ିବା ପାଇଁ ରୁଷ୍‌କୁ ଅନୁରୋଧ କଲେ ଜୋ ବାଇଡେନ୍‌

Image Courtesy of NDTV

ୱାସିଂଟନ୍‌: ରୁଷୀୟ ସେନା ଆକ୍ରମଣରେ ୟୁକ୍ରେନ୍‌ସ୍ଥିତ ୟୁରୋପ୍‌ର ବୃହତ୍ତମ ଆଣବିକ ପାୱାର୍‌ ପ୍ଲାଣ୍ଟ୍‌ରେ ନିଆଁ ଲାଗିବା ପରେ ରୁଷ୍‌କୁ ଅନୁରୋଧ କରି ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି, ସେଠାରେ ସାମରିକ କାର୍ଯ୍ୟକଳାପ ବନ୍ଦ କରି ଦମକଳ ବାହିନୀକୁ ଛଡ଼ାଯାଉ।

ଶୁକ୍ରବାର ଦିନ ଗଣମାଧ୍ୟମରେ ପ୍ରସାରିତ ଭିଡିଓରେ ଦେଖାଯାଉଛି, ରୁଷୀୟ ସେନା ୟୁକ୍ରେନୀୟ ପାୱାର୍‌ ପ୍ଲାଣ୍ଟ୍‌ ଉପରେ ଆକ୍ରମଣ କରିବା କ୍ଷଣି ବିସ୍ଫୋରଣ ଘଟି ରାତ୍ରୀର ଆକାଶ ଆଲୋକରେ ଉଦ୍‌ଭାସିତ ହୋଇ ଧୂଆଁ ଉଠୁଛି।

ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନସ୍କିଙ୍କ ପରି ବାଇଡେନ୍‌ ମଧ୍ୟ ରୁଷ୍‌କୁ ଅନୁରୋଧ କରି କହିଛନ୍ତି ଯେ, ସେ ଅଞ୍ଚଳରୁ ରୁଷ୍‌ ସାମରିକ କାର୍ଯ୍ୟକଳାପରୁ ନିବୃତ୍ତ ରହି ଘଟଣାସ୍ଥଳକୁ ଦମକଳ ବାହିନୀ ଏବଂ ଜରୁରୀକାଳୀନ ପରିସ୍ଥିତି ମୁକାବିଲାକାରୀଙ୍କୁ ଛାଡ଼ନ୍ତୁ।

publive-image Image Courtesy of Business Insider

ତେଣେ, ଟୁଇଟ୍‌ କରି ଯୁକ୍ତରାଷ୍ଟ୍ର ଆମେରିକାର ଶକ୍ତି ସଚିବ ଜେନିଫର୍‌ ଗ୍ରାନ୍‌ହୋମ୍‌ କହିଛନ୍ତି ଯେ, ସେ ତାଙ୍କର ୟୁକ୍ରେନୀୟ ପ୍ରତିପକ୍ଷଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ୟୁକ୍ରେନୀୟ ପ୍ରତିପକ୍ଷ କହିଛନ୍ତି ଯେ, ସେଠାରେ ଥିବା ରିଆକ୍ଟର୍‌ ଶକ୍ତିଶାଳୀ ଆବଦ୍ଧ ପ୍ରାଚୀର ଘେରରେ ସୁରକ୍ଷିତ ରହିଛି ଏବଂ ତାହାକୁ ନିରାପଦ ଭାବେ ବନ୍ଦ କରାଯାଉଛି।

ଗ୍ରାନ୍‌ହୋମ୍‌ କହିଛନ୍ତି, ଆଣବିକ ପ୍ଲାଣ୍ଟ୍‌ ନିକଟରେ ରୁଷୀୟ ସାମରିକ ଅଭିଯାନ ଦାୟିତ୍ବହୀନତା। ସେଠାରେ ସାମରିକ କାର୍ଯ୍ୟକଳାପ ବନ୍ଦ କରାଯିବା ଉଚିତ।

ଆଣବିକ ପାୱାର୍‌ ପ୍ଲାଣ୍ଟ୍‌ ଉପରେ ରୁଷ୍‌ର ଆକ୍ରମଣ ଆନ୍ତର୍ଜାତିକସ୍ତରରେ ଆପତ୍ତି ଉଠିଛି। ‘ରିଆକ୍ଟର୍‌’ ଆଘାତ ପାଇଲେ ଭୟାବହ ବିପଦ୍‌ ସୃଷ୍ଟି ହେବ ବୋଲି ଜାତିସଂଘ କହିଛି। ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ସମଗ୍ର ୟୁରୋପକୁ ବିପଦଗ୍ରସ୍ତ କରୁଛନ୍ତି ବୋଲି ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe