ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଆଉ ୬ମାସ ରଖିବାକୁ ଅନୁମତି ଦିଅ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅନୁମତି ଲୋଡିଲେ ରାଜ୍ୟ ସରକାର

Advertisment
ମଦ ଦୋକାନ ଲଟେରି ପ୍ରସଙ୍ଗ : ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା

Image Source: Zee News

ନୂଆଦିଲ୍ଲୀ : ୨୦୨୦୧ ଫେବ୍ରୁଆରି ୨୮ ତାରିଖ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ନିଜ ଦାୟିତ୍ବ ସହ ଅନ୍ୟ ଦାୟିତ୍ବ ତୁଲାଇବା ନିମନ୍ତେ ଅନୁମତି ଦେବାକୁ ଆଜି ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଅନୁମତି ଲୋଡ଼ିଛନ୍ତି। ସୁପ୍ରିମକୋର୍ଟ ଗତ ବର୍ଷ ନଭେମ୍ବର ୪ ତାରିଖରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଅନ୍ତରୀଣ ଆଦେଶରେ ୨୨ ନିର୍ଦ୍ଦେଶନାମା ରେ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ ଦେବା ସହିତ ଶ୍ରୀମନ୍ଦିରର ସୁପରିଚାଳନା ଲାଗି ଜଣେ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ନିଯୁକ୍ତି କରିବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କୌଣସି ପରିସ୍ଥିତିରେ ତାଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯିବା ଉଚିତ ନୁହେଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ। ଚଳିତ ମାସ ମାର୍ଚ୍ଚରେ ସୁପ୍ରିମକୋର୍ଟ ନଭେମ୍ବର ୪, ୨୦୧୯ ନିର୍ଦ୍ଦେଶନାମାର କାର୍ଯ୍ୟକାରିତା ସମ୍ପର୍କରେ ଓଡ଼ିଶା ସରକାରଙ୍କ ଦ୍ବାରା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରାଯାଇଥିଲା। କାର୍ଯ୍ୟାନୁଷ୍ଠାନ ରିପୋର୍ଟରେ ରାଜ୍ୟ ସରକାର ମାର୍ଚ୍ଚ ମାସ ପରେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି କରିବେ ବୋଲି ସଙ୍କେତ ଦେଇଥିଲେ ତଥା ମାର୍ଚ୍ଚ ୨୧, ୨୦୨୦ ପର୍ଯ୍ୟନ୍ତ ଶ୍ରୀ ଜଗନ୍ନାଥ ମନ୍ଦିରର ପରିଚାଳନା କମିଟିର ମୁଖ୍ୟ ପ୍ରଶାସକ ସହ ପୂର୍ତ୍ତବିଭାଗ ସଚିବ ଦାୟିତ୍ବ ତୁଲାଇବା ପାଇଁ ସୁପ୍ରିମ କୋର୍ଟଙ୍କ ଅନୁମତି ଲୋଡିଥିଲେ ।

ଆଜି ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଆବେଦନରେ କୁହାଯାଇଛି ଚଳିତ ବର୍ଷ ମାର୍ଚ୍ଚ ୨୫ରୁ ସାରା ଦେଶରେ ଲକଡାଉନ୍ ଘୋଷଣା କରାଯାଇଥିଲା। ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନରେ ସଂପୂର୍ଣ୍ଣ ରୂପେ କଟକଣା ଜାରି କରାଯାଇଥିଲା ଯାହା ଆଜି ପର୍ଯ୍ୟନ୍ତ ବଳବତ୍ତର ରହିଛି। ଓଡିଶାର ଅନେକ ଜିଲ୍ଲାରେ କୋଭିଡ୍-୧୯ ମାମଲା ବୃଦ୍ଧି ଯୋଗୁଁ ଲକଡାଉନ ଜାରି ରହିଛି। କରୋନା ମାମଲାରେ ଲଗାତାର ବୃଦ୍ଧି ହେବା ଜାରି ରହିଛି। ପୁରୀ ଜିଲ୍ଲା ପ୍ରଶାସନ ତଥା ଅନ୍ୟାନ୍ୟ ଜିଲ୍ଲାରେ ଅଧିକାରୀ ମାନେ କରୋନା ମୁକାବିଲା କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି। ଏଭଳି ସ୍ଥିତିରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ମୁଖ୍ୟ ପ୍ରଶାସକଙ୍କୁ ତାଙ୍କର ଅନ୍ୟାନ୍ୟ ଦାୟିତ୍ବ ସହ ଏହି ପଦରେ ଆଉ ଛଅ ମାସ ପର୍ଯ୍ୟନ୍ତ ଅନୁମତି ପ୍ରଦାନ କରାଯାଉ ବୋଲି ରାଜ୍ୟ ସରକାର ଆବେଦନରେ ପ୍ରାର୍ଥନା କରିଛନ୍ତି। ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସାଧାରଣ ଦର୍ଶନ ପାଇଁ ବନ୍ଦ ରହିଥିବା ବେଳେ ଜଗନ୍ନାଥଙ୍କ ପୂଜା ରୀତିନୀତି ଦୈନନ୍ଦିନ କରାଯାଉଥିବାର ଆବେଦନରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe