ଅଲ୍ଲୁ ଅର୍ଜୁନଙ୍କୁ ୪ ଘଣ୍ଟା ଜେରା: କହିଲେ ମୃତ୍ୟୁ ବିଷୟରେ ପରଦିନ ଜାଣିଲେ

Advertisment

ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା-୨: ଦ ରାଇଜ୍’ର ପ୍ରିମିୟର ସୋ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ହାଇଦ୍ରାବାଦ ପୁଲିସ ତେଲୁଗୁ ଅଭିନେତାଙ୍କୁ ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରିଛି।

ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା-୨: ଦ ରାଇଜ୍’ର ପ୍ରିମିୟର ସୋ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ହାଇଦ୍ରାବାଦ ପୁଲିସ ତେଲୁଗୁ ଅଭିନେତାଙ୍କୁ ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରିଛି।

ssdsdds

ହାଇଦ୍ରାବାଦ: ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା-୨: ଦ ରାଇଜ୍’ର ପ୍ରିମିୟର ସୋ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ହାଇଦ୍ରାବାଦ ପୁଲିସ ତେଲୁଗୁ ଅଭିନେତାଙ୍କୁ ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରିଛି। ପଚରାଉଚରା ବେଳେ ଜାମିନରେ ଥିବା ଅର୍ଜୁନ କହିଛନ୍ତି, ସେ ମହିଳାଙ୍କ ମୃତ୍ୟୁ ସମ୍ପର୍କରେ ଘଟଣା ପରଦିନ ଜାଣିବାକୁ ପାଇଥିଲେ।

ପୂର୍ବାହ୍ଣ ପ୍ରାୟ ୧୧ଟା ବେଳେ ଅର୍ଜୁନ ତାଙ୍କ ବାପା ଅଲ୍ଲୁ ଅରବିନ୍ଦ ଓ ଓକିଲଙ୍କ ସହ ଚିକ୍କାଡପଲ୍ଲୀ ଥାନାରେ ପହଞ୍ଚିଥିଲେ। ଅର୍ଜୁନ ବିନା ଦ୍ୱିଧାରେ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ ଓ ସହଯୋଗ କରିଥିଲେ। ପୁଷ୍ପା-୨ ତାରକାଙ୍କୁ ପଚରାଯାଇଥିଲା ଯେ ସେ ଜାଣିଛନ୍ତି କି ଚଳଚ୍ଚିତ୍ରର ସ୍କ୍ରିନିଂରେ ଯୋଗ ଦେବା ପାଇଁ ତାଙ୍କ ଗସ୍ତ ଲାଗି ପୁଲିସ ଅନୁମତି ଦେଇ ନ ଥିଲା ବୋଲି? ସନ୍ଧ୍ୟା ଥିଏଟରରେ ପହଞ୍ଚିବା ପରେ ତାଙ୍କ ପିଆର ଟିମ୍ ତାଙ୍କୁ ପରିସ୍ଥିତି ବିଷୟରେ ବୁଝାଇଥିଲେ କି ବୋଲି ମଧ୍ୟ ତାଙ୍କୁ ପଚରାଯାଇଥିଲା। ସୂଚନାଯୋଗ୍ୟ, ଅଭିନେତାଙ୍କ ଏକ ଝଲକ ଦେଖିବା ପାଇଁ ଥିଏଟରରେ ହଜାର ହଜାର ପ୍ରଶଂସକ ଏକତ୍ରିତ ହୋଇଥିଲେ।

ଅର୍ଜୁନ ତାଙ୍କ ଓକିଲ ଅଶୋକ ରେଡ୍ଡୀଙ୍କ ସହ ପଚରାଉଚରାରେ ଯୋଗ ଦେଇଥିଲେ। ଆସିଷ୍ଟାଣ୍ଟ ପୁଲିସ କମିସନର ରମେଶ ଓ ସର୍କଲ ଇନ୍ସପେକ୍ଟର ରାଜୁଙ୍କ ତତ୍ତ୍ୱାବଧାନରେ ଏହି ତଦନ୍ତ କରାଯାଇଥିବା ଜଣାପଡ଼ିଛି। ଅର୍ଜୁନଙ୍କୁ ପୁଣି ଥରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବାକୁ କୁହାଯାଇପାରେ। ସତ୍ୟାସତ୍ୟ ଜାଣିବା ପାଇଁ ପଚରାଉଚରାର ଏକ ଅଂଶ ଭାବରେ ଅଭିନେତାଙ୍କୁ ଦଳାଚକଟା ହୋଇଥିବା ସନ୍ଧ୍ୟା ଥିଏଟରକୁ ନିଆଯାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe