ପେଟିଏ ଆମ୍ବର ଦାମ୍ ୩୧ ହଜାର ଟଙ୍କା

Advertisment
ପେଟିଏ ଆମ୍ବର ଦାମ୍ ୩୧ ହଜାର ଟଙ୍କା

ପୁନେ: ଫଳମାନଙ୍କ ରାଜା କୁହାଯାଉଥିବା ଆମ୍ବର ଋତୁ ଆସିବାକୁ ଯାଉଛି। ଏହି ସମୟରେ ପୁନେର ଏପିଏମସି ମାର୍କେଟରେ ଆମ୍ବର ପ୍ରଥମ ନିଲାମ ଆରମ୍ଭ ହୋଇଯାଇଛି। ଜଣେ ଆମ୍ବ ବେପାରୀ ଆଲଫାନ୍‌ସୋ ଆମ୍ବର ପେଟିକୁ ୩୧ ହଜାର ଟଙ୍କାରେ କିଣିଛନ୍ତି। ବିଗତ ୫୦ବର୍ଷ ମଧ୍ୟରେ ସବୁଠାରୁ ଅଧିକ ଦାମ ଦେଇ ଆମ୍ବ କିଣିଛନ୍ତି ବୋଲି ସେ କହିଛନ୍ତି। ଏହାର ଫଟୋ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିରେ ଦେଖାଯାଉଛି କିଛି ଲୋକ ଆମ୍ବ ଟୋକେଇ ଉପରେ ଫୁଲମାଳ ଚଢାଇ ଅଧିକ ବିକ୍ରି ହେଉ ବୋଲି ପାଇଁ ପ୍ରାର୍ଥନା କରୁଛନ୍ତି।

ଆମ୍ବ ବେପାରୀମାନଙ୍କ ପାଇଁ ନିଲାମ ଡାକିବା ମହତ୍ଵପୂର୍ଣ୍ଣ। କାରଣ ଏହା ଦ୍ଵାରା ଆମ୍ଵ ଋତୁରେ ବ୍ୟବସାୟ କରିବା ସହଜ ଓ ଲାଭଜନକ ହୋଇଥାଏ। ପ୍ରଥମ ଥର ପାଇଁ ଆମ୍ବ ବଜାରକୁ ଆସିବା ପରେ ବେପାରୀମାନେ ପ୍ରଥମେ ଆମ୍ବକୁ କିଣିବା ପାଇଁ ଚେଷ୍ଟା କରିଥାନ୍ତି। ଚଳିତ ବର୍ଷ ଆଲଫାନ୍‌ସୋ ଆମ୍ବର ନିଲାମ ପ୍ରତି ଟୋକେଇ ପିଛା ୫ ହଜାରରୁ ଆରମ୍ଭ ହୋଇ ୩୧ ହଜାର ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି।

publive-image

ଆଲଫାନ୍‌ସୋ ଅନ୍ୟ ଆମ୍ବମାନଙ୍କଠୁ ଅଲଗା ହୋଇଥାଏ। ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଗୁଜରାଟରେ ଏହାର ଅଧିକ ଉତ୍ପାଦନ ହୋଇଥାଏ। ତେବେ ସବୁଠାରୁ ଅଧିକ ଉତ୍ପାଦନ ମହାରାଷ୍ଟ୍ରରେ ହୋଇଥାଏ। ମହାରାଷ୍ଟ୍ରରୁ ପ୍ରତିବର୍ଷ ୧୩ ହଜାର ମେଟ୍ରିକ୍ ଟନରୁ ଅଧିକ ଆମ୍ବ ରପ୍ତାନି କରାଯାଇଥାଏ। ଆଲଫାନ୍‌ସୋ ଆମ୍ବର ବୈଶିଷ୍ଟ୍ୟ ହେଉଛି ପାଚିବାର ଏକ ସପ୍ତାହ ପରେ ମଧ୍ୟ ଏହା ଖରାପ ହୋଇ ନଥାଏ। ଏହାଛଡା ଏହା ଅନ୍ୟ ଆମ୍ବମାନଙ୍କ ଠାରୁ ଅଧିକ ସ୍ଵାଦିଷ୍ଟ, ମିଠା ଓ ସୁଗନ୍ଧିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe