ଫାଶୀଦଣ୍ଡର ବିକଳ୍ପ କର: ସୁପ୍ରିମ୍‌କୋର୍ଟ

Advertisment

ବିଶେଷଜ୍ଞ କମିଟି ଗଠନ ହୋଇପାରେ

ବିଶେଷଜ୍ଞ କମିଟି ଗଠନ ହୋଇପାରେ

ବର୍ଷବର୍ଷ ଧରି ମାମଲା ଗଡ଼ୁଛି: କୋର୍ଟଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

google.com

ନୂଆଦିଲ୍ଲୀ: ଫାଶୀଦଣ୍ଡ ବିଭିନ୍ନ ରାଷ୍ଟ୍ରରେ ବନ୍ଦ ହୋଇ ଯାଇଥିବା ବେଳେ ଭାରତରେ ଜାରି ରହିଛି। ଫାଶୀଦଣ୍ଡ ବିରୋଧରେ ଆବେଦନ ଉପରେ ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟ ରାଜି ହୋଇଛନ୍ତି। ଏହି ଅମାନବୀୟ ଓ ବର୍ବର ବ୍ୟବସ୍ଥାର ବିକଳ୍ପ ଚିନ୍ତା କରିବା ଏବଂ ମୃତ୍ୟୁ ଦଣ୍ଡାଦେଶ କାର୍ଯ୍ୟକାରୀ କରିବା ପାଇଁ ଭିନ୍ନ ଓ କମ୍‌ ଯନ୍ତ୍ରଣାଦାୟକ ବ୍ୟବସ୍ଥା ଲାଗୁ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଫାଶୀର ବିକଳ୍ପ ଭାବେ ଯେଉଁ ସବୁ ପଦ୍ଧତି ଅଛି ସେ ସଂପର୍କରେ କେନ୍ଦ୍ର ସରକାର ଆବଶ୍ୟକ ଗବେଷଣାଲବ୍ଧ ରିପୋର୍ଟ ଉପସ୍ଥାପନ କରିବାକୁ କୋର୍ଟ କହିଛନ୍ତି। ଫାଶୀ ବଦଳରେ ଅନ୍ୟ କିଛି ବ୍ୟବସ୍ଥା ସଂପର୍କରେ ଚିନ୍ତା କରିବାକୁ ହେବ ଯାହାକି ବୈଜ୍ଞାନିକ ପଦ୍ଧତି ଆଧାରିତ ହୋଇଥିବ। ଏ ବାବଦରେ ଆଟର୍ଣ୍ଣି ଜେନେରାଲ ଭେଙ୍କଟରମାନି ଯଥୋଚିତ ରିପୋର୍ଟ ଉପସ୍ଥାପନ କରିବାକୁ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ କହିଛନ୍ତି। ମାମଲା‌ର ପରବର୍ତ୍ତୀ ଶୁଣାଣି ମେ ୨ ତାରିଖରେ ହେବ।

ସୂଚନାଯୋଗ୍ୟ ଯେ ଋଷି ମାଲହୋତ୍ରା ନାମକ ଜଣେ ଆଇନଜୀବୀ ଫାଶୀ ଦଣ୍ଡକୁ ଅମାନବୀୟ, ବର୍ବର ଓ ମର୍ଯ୍ୟାଦାରହିତ ଦର୍ଶାଇ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ବ୍ୟବସ୍ଥାରେ ଫାଶୀ ଫାଉଥିବା ବ୍ୟକ୍ତି ଅଧଘଣ୍ଟା ଫାଶୀରେ ଲଟକି ରହିବା ମାନବତା ବିରୋଧୀ କାର୍ଯ୍ୟ ବୋଲି ସେ ଦର୍ଶାଇଥିଲେ। ଏହା ଜଣେ ବ୍ୟକ୍ତିର ଶାନ୍ତି ଓ ସମ୍ମାନର ସହ ମରିବା ଅଧିକାରକୁ ଛଡ଼ାଇ ନେଉଥିବାରୁ ଅନେକ ରାଷ୍ଟ୍ର ମୃତ୍ୟୁ ଦଣ୍ଡ ପାଇଁ ପ୍ରାଣନାଶକାରୀ ଇଂଜେକ୍ସନ ବ୍ୟବହାର କରୁଛନ୍ତି ଏବଂ ଅନ୍ୟ ବିକଳ୍ପ ମଧ୍ୟ ରହିଛି । ଫାଶୀର ବିକଳ୍ପ ବାବଦରେ ଅଧିକ ଗବେଷଣା ପାଇଁ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ପ୍ରଫେସର ଏବଂ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ସୁପ୍ରିମ୍‌କୋର୍ଟ କମିଟି ଗଠନ କରିପାରନ୍ତି ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe