ଏବେଠାରୁ ଅଚେତ ହେଲେଣି ଲଦାଖର ଉଚ୍ଚ ପାହାଡ଼ରେ ମୁତୟନ ଥିବା ଚୀନ୍‌ ପିପୁଲ୍ସ ଲିବରେସନ୍ ଆର୍ମିର ଯବାନ

Advertisment
ଏବେଠାରୁ ଅଚେତ ହେଲେଣି ଲଦାଖର ଉଚ୍ଚ ପାହାଡ଼ରେ ମୁତୟନ ଥିବା ଚୀନ୍‌ ପିପୁଲ୍ସ ଲିବରେସନ୍ ଆର୍ମିର ଯବାନ

Loksatta

ନୂଆଦିଲ୍ଲୀ: ଲଦାଖରେ ଶୀତ ଋତୁ ଆରମ୍ଭ ହେବା ସହ ପଞ୍ଚମ ମାସରେ ମଧ୍ୟ ଭାରତ-ଚୀନ୍ ମଧ୍ୟରେ ବିବାଦ ଜାରି ରହିଛି। ବିବାଦର ସମାଧାନ ପାଇଁ ଅନେକ କମାଣ୍ଡର ସ୍ତରୀୟ ବୈଠକ ବସିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ସମାଧାନର ବାଟ ବାହାରିପାରି ନାହିଁ। ଏ ମଧ୍ୟରେ  ଖବର ଆସିଛି ଯେ ଲଦାଖର ଉଚ୍ଚ ଶିଖରରେ ଅମ୍ଳଜାନ ଅଭାବ ହେତୁ ଚୀନ୍‌ର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ) ଦୁର୍ବଳ ହେବାରେ ଲାଗିଛି।

ପାଙ୍ଗୋଙ୍ଗ ସୋ’ର ଉତ୍ତର ପାର୍ଶ୍ୱରେ ଅବସ୍ଥିତ ଫିଙ୍ଗର ଅଞ୍ଚଳ, ଯେଉଁଠାରେ ଚୀନ୍ ସୈନ୍ୟ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ, ସେଠାରୁ ଏବେ ଚୀନ କିଛି ସୈନ୍ୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରୁଥିବା ଜାଣିବାକୁ ପାଇଛନ୍ତି ଭାରତୀୟ ସେନା। ଚୀନ ସେନା କିଛି ସୈନିକଙ୍କୁ ଷ୍ଟ୍ରେଚରରେ ସ୍ଥାନାନ୍ତର କରି ନିକଟସ୍ଥ ଫିଲ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରିଥିବା ଦେଖାଯାଇଛି।

Altitude begins to take a toll in Ladakh MSN.com

ସୂଚନାନୁସାରେ, କିଛି ଚୀନ୍ ସୈନିକଙ୍କୁ ଫିଙ୍ଗର ୪ଉଚ୍ଚତାରୁ ନିଆଯାଇ ଫିଙ୍ଗର ୬ ପାଖରେ ଥିବା ଫିଲ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଧିକାରୀଙ୍କ କହିବାନୁସାରେ, ଗତ ଦୁଇରୁ ତିନି ଦିନ ମଧ୍ୟରେ ଅନେକ ପିଏଲଏ ସେନାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରେ ଲାଗିଛି | ଅଧିକ ଉଚ୍ଚରେ ତାପମାତ୍ରା କମିବାକୁ ଲାଗିଥିବାରୁ ଚୀନ ସୈନିକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିବା ନେଇ ସୂଚନା ମିଳିଛି। ଏହି ସୂଚନାରୁ ବର୍ତ୍ତମାନ ସ୍ପଷ୍ଟ ହୋଇଛି ଯେ ଲଦାଖରେ ଉଚ୍ଚ ଉଚ୍ଚତାରେ ସେନା ମୁତୟନ କରିବା ଚୀନ୍‌ ପାଇଁ ଏବେ ଚିନ୍ତାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe