ଦୀର୍ଘଦିନ ଅସୁସ୍ଥ ରହିବା ପରେ ଆଖିବୁଜିଲେ କଂଗ୍ରେସ ବିଧାୟକ

Advertisment

ଅନେକ ଦିନ ଅସୁସ୍ଥ ରହିବା ପରେ ରାଜସ୍ଥାନର ଅଲୱାର ଜିଲ୍ଲାର ରାମଗଡ ବିଧାୟକ ଜୁବେର ଖାନଙ୍କ ପରଲୋକ। ୧୫ଦିନ ପୂର୍ବରୁ ଜୁବେରଙ୍କ ସ୍ବାସ୍ଥ୍ୟକୁ ନେଇ ଏଭଳି ସୂଚନା ଦେଇଥିଲେ ଡାକ୍ତର।

ଅନେକ ଦିନ ଅସୁସ୍ଥ ରହିବା ପରେ ରାଜସ୍ଥାନର ଅଲୱାର ଜିଲ୍ଲାର ରାମଗଡ ବିଧାୟକ ଜୁବେର ଖାନଙ୍କ ପରଲୋକ। ୧୫ଦିନ ପୂର୍ବରୁ ଜୁବେରଙ୍କ ସ୍ବାସ୍ଥ୍ୟକୁ ନେଇ ଏଭଳି ସୂଚନା ଦେଇଥିଲେ ଡାକ୍ତର।

89

ଅଲୱାର୍: ରାଜସ୍ଥାନର ଅଲୱାର ଜିଲ୍ଲାର ରାମଗଡ ବିଧାୟକ ଜୁବେର ଖାନଙ୍କ ପରଲୋକ ହୋଇଛି। କଂଗ୍ରେସ ବିଧାୟକ ଜୁବେରଙ୍କ ନିକଟରେ ଯକୃତ ପ୍ରତିରୋପଣ କରାଯାଇଥିଲା। ଏହାପର ଠାରୁ ସେ ଅସୁସ୍ଥ ରହୁଥିଲେ। ଡାକ୍ତରମାନେ ୧୫ ଦିନ ପୂର୍ବରୁ  ବିଧାୟକଙ୍କ ପରିବାରଲୋକଙ୍କୁ ସୂଚନା ଦେଇ ଦେଇଥି‌ଲେ କି ଜୁ‌ବେର ଆଉ ବେଶୀ ଦିନ ବଞ୍ଚିବେ ନାହିଁ। ତେଣିକି ଭଗବାନଙ୍କ ଇଚ୍ଛା। 
ଖାନ ଗତକାଲି ସକାଳ ୫.୫୦ରେ ତାଙ୍କର ଢ଼ାଇ ପେଡି ଫାର୍ମ ହାଉସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଜୁବେର ଖାନଙ୍କ ପତ୍ନୀ ସଫିଆ ଖାନ ଫେସବୁକ ଜରିଆରେ ସ୍ବାମୀଙ୍କ ଦେହାନ୍ତ ବିଷୟରେ ସୂଚନା ଦେଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତଙ୍କ ସମେତ ଦଳର ଅନେକ ନେତା ବିଧାୟକ ଖାନଙ୍କ ମୃତ୍ୟୁ ଖବର ପାଇବାପରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ଜୁବେର ଖାନ ଚତୁର୍ଥ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ସେ ଏହା ପୂର୍ବରୁ ୧୯୯୦, ୧୯୯୩ ଏବଂ ୨୦୦୩ରେ ବିଧାୟକଭାବେ କାମ କରିଛନ୍ତି। ଜୁବେର ଜାତୀୟ କଂଗ୍ରେସର ସଚିବ ଥିଲେ। ଖାନ ରାଜ୍ୟର ମୁସଲମାନ ସମ୍ପ୍ରଦାୟର ବଡ ନେତାଙ୍କ ମଧ୍ୟରେ ଗଣାଯାଉଥିଲେ। 

୬୧ ବର୍ଷିୟ ଜୁ‌‌ବେର ଖାନଙ୍କର ଏକ ଦୀର୍ଘ ରାଜନୈତିକ କ୍ୟାରିଅର୍ ଅଛି । ତାଙ୍କ ପତ୍ନୀ ସାଫିଆ ଖାନ ମଧ୍ୟ ଅଶୋକ ଗହଲୋତ ସରକାର ସମୟରେ ରାମଗଡର ଜଣେ ବିଧାୟକ ଥିଲେ। ଖାନଙ୍କ ପରିବାରରେ ତାଙ୍କ  ପତ୍ନୀ ଏବଂ ଦୁଇ ପୁଅ ଅଛନ୍ତି। ଖାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ସେ ଅଲୱାରଠାରୁ ପ୍ରାୟ ସାତ କିଲୋମିଟର ଦୂରରେ ଥିବା ବାଖେଡାରେ ଅବସ୍ଥିତ ଢ଼ାଇ ପେଡି ଫାର୍ମ ହାଉସକୁ ଚାଲିଆସିଥିଲେ। ଏଠାରେ ସେ ତାଙ୍କର ଶେଷ ମୁହୂର୍ତ୍ତ ରେଅନେକ ଲୋକଙ୍କୁ ଭେଟିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe