ମୁମ୍ବାଇ: ନଭୀମୁମ୍ବାଇସ୍ଥିତ ଏରୋଲିରେ ଆମ ଓଡ଼ିଆ ପରିବାର ପକ୍ଷରୁ ମେହଟ୍ଟା କଲେଜ ଅଡିଟୋରିୟମରେ ଚାଇଲଡ୍ କ୍ୟାନସର ଫାଉଣ୍ଡେସନ୍ର ଉଦଘାଟନୀ ଉତ୍ସବ ଗତ ଏପ୍ରିଲ ୭ରେ ଅନୁଷ୍ଠିତ ହୋଇ ଯାଇଛି। ଉଦ୍ଘାଟନୀ ଦିବସରେ ସହରରେ ରହୁଥିବା ଶିକ୍ଷାବିତ୍ ଓ ସମାଜସେବୀ ଉଦ୍ବୋଧନ ଦେଇଥିଲେ। ଆମ ଓଡ଼ିଆ ପରିବାର ଗତ ୬ ବର୍ଷ ଧରି ଅନୁଷ୍ଠିତ ଓଡ଼ିଆ ଲୋକଙ୍କୁ ଏକଜୁଟ୍ କରି ତାଙ୍କର ଉନ୍ନତି ଲାଗି କାମ କରୁଛି ବୋଲି ଅତିଥିମାନେ କହିଥିଲେ। ଏହି ସଂସ୍ଥା ଓଡ଼ିଶାର କ୍ୟାନସର ପୀଡ଼ିତ ପିଲାମାନଙ୍କ ପାଇଁ ରହିବା, ଖାଇବା ନିମ୍ନତମ ମୂଲ୍ୟରେ ବନ୍ଦୋବସ୍ତ ପାଇଁ ଏକ ସହଯୋଗର ହାତ ବଢ଼େଇଛି। ପିଲାମାନେ ଆମର ଭବିଷ୍ୟତ। ତାଙ୍କର ସୁରକ୍ଷା ଆମର କାମ୍ୟ। ସେଥିପାଇଁ ଏ ସଂସ୍ଥା ଏକ ନୂଆ ଦାୟିତ୍ୱ ନେଇଛି ବୋଲି ଅନୁଷ୍ଠାନର ସଂପାଦକ ଅମୂଲ୍ୟ ନାୟକ କହିଛନ୍ତି। ତା’ଛଡ଼ା ଲୋକମାନଙ୍କ ପାଇଁ କମ୍ୟୁନିକେସନ ସେଣ୍ଟର ଅଥବା ମିସଡ୍ କଲ ଆଲର୍ଟରେ ଯୋଗାଯୋଗ କରି ତାଙ୍କ ପାଇଁ ରହିବା, ହସ୍ପିଟାଲକୁ ନେବା-ଆଣିବା କରିବା ଏବଂ ଖାଦ୍ୟ ଯୋଗାଇବା ବ୍ୟବସ୍ଥା କରାଯାଇଛି।
ଆଜକୁ ୬ ବର୍ଷ ତଳୁ ଆମ ଓଡ଼ିଆ ପରିବାର କେମିତି ଲୋକମାନଙ୍କ ସାହାଯ୍ୟ କରି ଆସୁଛି ଏବଂ ଆଗାମୀ ଦିନରେ ଆମ ଓଡ଼ିଆ ଲୋକଙ୍କୁ କେମିତି ସାହାଯ୍ୟ କରିବ ତାହା ସଭାପତି ଚିତ୍ତରଞ୍ଜନ ଦାସ ସୂଚନା ଦେଇଥିଲେ। ସେ କହନ୍ତି, ଏଥିରେ ନାରୀମାନେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଲୋକମାନଙ୍କ ପାଖକୁ ଯାଇ ୧୦୦ ଟଙ୍କା ଠାରୁ ଆରମ୍ଭ କରି ୫୦୦୦ ଟଙ୍କା ପର୍ଯ୍ୟନ୍ତ ପାଣ୍ଠି ଯୋଗାଡ଼ କରିଛନ୍ତି।
ସମସ୍ତଙ୍କର ସହଯୋଗ ଆଉ ଉଦ୍ୟମରେ ଆଜି ଆମ ଓଡ଼ିଶା ପରିବାର ଏକ ଓଡ଼ିଆ ସାମାଜିକ ସଂଗଠନର ରୂପ ନେବାକୁ ଯାଉଛି। ତା’ ସହିତ ସମସ୍ତ ଲୋକ ଆଉ କମିଟି ସଦସ୍ୟଙ୍କୁ ଆମ ଓଡ଼ିଆ ପରିବାର ଉପସଭାପତି ଅଶୋକ କୁମାର ସାବତ ଧନ୍ୟବାଦ ଜଣାଇଛନ୍ତି।
ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ କ୍ୟାନସର ସଚେତନତାମୂଳକ ନାଟକ ମଞ୍ଚସ୍ଥ ହୋଇଥିଲା। ତା’ସହିତ ପାଣ୍ଠି ଯୋଗାଣର ମୁଖ୍ୟ ଭୂମିକା ନିଭାଇଥିବା ସମସ୍ତ ମହିଳା ଓ ପୁରୁଷଙ୍କୁ ସ୍ମାରକୀ ପ୍ରଦାନ କରାଯାଇଥିଲା।
Follow Us