ଆପ ବିଧାୟକ ଅମାନତୁଲ୍ଲା ଖାନଙ୍କ ଘନିଷ୍ଠ ସହଯୋଗୀ କୌସର ଆଲାମ ଗିରଫ

Advertisment

ଘରୁ ମିଳିଥିଲା ପୁଳାପୁଳା ଟଙ୍କା ଓ ବନ୍ଧୁକ

ଘରୁ ମିଳିଥିଲା ପୁଳାପୁଳା ଟଙ୍କା ଓ ବନ୍ଧୁକ

ଆପ ବିଧାୟକ ଅମାନତୁଲ୍ଲା ଖାନଙ୍କ ଘନିଷ୍ଠ ସହଯୋଗୀ କୌସର ଆଲାମ ଗିରଫ

ନୂଆଦିଲ୍ଲୀ: ଆପ ବିଧାୟକ ତଥା ଦିଲ୍ଲୀ ୱାକଫ ବୋର୍ଡ ଅଧ୍ୟକ୍ଷ ଅମାନତୁଲ୍ଲା ଖାନଙ୍କ ଘନିଷ୍ଠ ସହଯୋଗୀ କୌସର ଆଲାମଙ୍କୁ ଗିରଫ କରାଯାଇଛି। କାରଣ ଚଢ଼ାଉ ସମୟରେ କୌସରଙ୍କ ଘରୁ ଅସ୍ତ୍ରଶସ୍ତ୍ର ଏବଂ ନଗଦ ଟଙ୍କା ଉଦ୍ଧାର କରାଯାଇଥିଲା। ଏହା ପରେ ବୁଧବାର ଦିନ ତେଲେଙ୍ଗାନାରୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଅମାନତୁଲ୍ଲା ଖାନ ଗିରଫ ହେବା ପରେ ଅନୁସନ୍ଧାନକାରୀ ଦଳ କୌସର ଆଲାମ ସିଦ୍ଦିକିଙ୍କ ବିଷୟରେ ବଡ ସୂଚନା ପାଇଛନ୍ତି। କୌସର ଆଲାମ ଅମାନତୁଲ୍ଲାଙ୍କ ବ୍ୟାଗମ୍ୟାନ୍ (ଅନୈତିକ କାମ ପାଇଁ ଟଙ୍କା ଆଦାୟ) ଥିଲା ବୋଲି କୁହାଯାଉଛି | ଦୀର୍ଘ ସମୟ ଧରି ଦୁହିଁଙ୍କର ଘନିଷ୍ଠ ସମ୍ପର୍କ ରହିଛି | ଏହା ସହିତ ଉଭୟଙ୍କ ମଧ୍ୟରେ ହୋଇଥିବା କାରବାର ବାବଦରେ ମଧ୍ୟ ଜଣାପଡିଛି |

ସୂଚନା ମୁତାବକ କିଛିଦିନ ତଳେ ଦିଲ୍ଲୀ ପୁଲିସର ଦୁର୍ନୀତି ନିବାରଣ ଶାଖା (ଏସିବି) ଦିଲ୍ଲୀ ୱାକଫ ବୋର୍ଡ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଅମାନତୁଲ୍ଲାଙ୍କ ଘର ସମେତ ତାଙ୍କ ବନ୍ଧୁ କୌସରଙ୍କ ଘରେ ଚଢ଼ାଉ କରିଥିଲା | ଏହି ସମୟରେ ନଗଦ ୧୨ ଲକ୍ଷ ଟଙ୍କା ଏବଂ ଗୋଟିଏ ଲାଇସେନ୍ସ ନଥିବା ପିସ୍ତଲ, କାର୍ଟ୍ରିଜ ଉଦ୍ଧାର କରିଥିଲା ।

ଆଉ ଏହି ଘଟଣା ପରେ କୌସର ଫେରାର ଥିଲେ । ତେବେ ବହୁତ ଖୋଜାଖୋଜି ପରେ ଆଜି ତାଙ୍କୁ ଗିରଫ କରାଯାଇଛି। ଉଲ୍ଲେଖ ଥାଉ କି ଅଭିଯୋଗ ହୋଇଛି ଯେ ଅମାନତୁଲ୍ଲା ଖାନ ଦିଲ୍ଲୀ ୱାକଫ ବୋର୍ଡର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରୁଥିବାବେଳେ ସମସ୍ତ ନିୟମ ତଥା ସରକାରୀ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରି ୩୨ ଜଣଙ୍କୁ ବେଆଇନ ଭାବେ ନିଯୁକ୍ତି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe