ରାଜ୍ୟସଭାରେ ‘ସାଇବର୍‌ ଆଟାକ୍‌’ ପ୍ରସଙ୍ଗ ଉଠାଇଲେ ଅମର

ଡିଜିଟାଲ ଭିତ୍ତିଭୂମି ସୁଦୃଢ଼ ପାଇଁ ଦାବି କଲେ ଅମର

en.wikipedia.org

ନୂଆଦିଲ୍ଲୀ : ‘ସାଇବର ଆକ୍ରମଣ ଓ ଧମକ’ ପ୍ରସଙ୍ଗକୁ ନେଇ ଶୁକ୍ରବାର ଦିନ ରାଜ୍ୟସଭାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ। ରାଜ୍ୟସଭାର ଶୂନ୍ୟକାଳରେ ଉକ୍ତ ପ୍ରସଙ୍ଗ ଉଠାଇ ଡ. ପଟ୍ଟନାୟକ କହିଲେ ଯେ ନିକଟରେ ଏମ୍‌ସରେ ସାଇବର ଆକ୍ରମଣ ହୋଇଥିଲା। ଏହି ସ୍ଥିତିରେ ତଥ୍ୟକୁ ତତ୍କାଳ କିଭଳି ପୁନରୁଦ୍ଧାର ଓ ଗତିଶୀଳ କରାଯାଇପାରିବ ସେ ଦିଗରେ ଦୃଷ୍ଟି ଦେବାକୁ ପଡ଼ିବ। ଯାହା ଦ୍ବାରା କାର୍ଯ୍ୟକୁ ପୁନର୍ବାର ସ୍ବାଭାବିକ କରାଯାଇପାରିବ। ଉପରୋକ୍ତ ପ୍ରସଙ୍ଗକୁ ଜି-୨୦ ବୈଠକରେ ଉଠାଇବାକୁ ହେବ ଓ ଏଥି ପାଇଁ ଆନ୍ତର୍ଜାତିକ ସମନ୍ବୟର ଆବଶ୍ୟକତା ରହିଛି ବୋଲି ଡ. ପଟ୍ଟନାୟକ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe