ଦ୍ଵିତୀୟଥର ଲାଗୁ ହୋଇଥିବା ଲକଡାଉନର ପ୍ରଥମ ଦିନ, ସପ୍ତାହେ ପାଇଁ ବଳବତ୍ତର ରହିବ କଟକଣା

Advertisment
ଦ୍ଵିତୀୟଥର ଲାଗୁ ହୋଇଥିବା ଲକଡାଉନର ପ୍ରଥମ ଦିନ, ସପ୍ତାହେ ପାଇଁ ବଳବତ୍ତର ରହିବ କଟକଣା

ଅମରାବତୀ: କରୋନା ଭୂତାଣୁ ସଂକ୍ରମଣକୁ ନଜରରେ ରଖି ଗତକାଲି (୨୨ ଫେବୃଆରୀ)ଠାରୁ ମହାରାଷ୍ଟ୍ରର ଅମରାବତୀରେ ଏକ ସପ୍ତାହ ପାଇଁ ଲକଡାଉନ ଘୋଷଣା କରାଯାଇଛି | ଆଉ ଏହି ଲକଡାଉନକୁ ସମସ୍ତେ ସମର୍ଥନ କରୁଥିବାର ଦେଖିବାକୁ ମିଳିଛି | ଲକଡାଉନ୍ ସଫଳ କରିବାକୁ ବ୍ୟବସାୟୀମାନେ ଗତକାଲି ରାତି ୮ଟାରୁ ସେମାନଙ୍କ ଦୋକାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଜି ଦ୍ଵିତୀୟଥର ଲାଗୁ ହୋଇଥିବା ଲକଡାଉନର ପ୍ରଥମ ଦିନ ହୋଇଥିବାବେଳେ ଅତ୍ୟାବଶ୍ୟକ ଦୋକାନ ସକାଳ ୮ଟାରୁ ଅପରାହ୍ନ ୩ଟା ଯାଏଁ ହିଁ ଖୋଲା ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି |

ସେହିପରି ରାତି ୮ଟାରୁ ସକାଳ ୬ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଜାରି ପାଇଁ ନିର୍ଦ୍ଦେଶ ଦିଆଯାଇଛି | ସୂଚନା ଥାଉ କି ଅମରାବତୀ ସହର ଓ ଅଚଳାପୁର ସହରକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି | ଏହା ସହ ଅମରାବତୀର ଗ୍ରାମାଞ୍ଚଳର ୨୪ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ଅମରାବତୀ ନିକଟସ୍ଥ ନଅଟି ଗାଁରେ ଲକଡାଉନ ଘୋଷଣା କରାଯାଇଛି।

publive-image photo-ani

ସୂଚନା ମୁତାବକ ଅମରାବତୀରେ ୬୭୭ ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି। କରୋନା ସଂକ୍ରମଣକୁ ନଜରରେ ରଖି ଅମରାବତୀରେ ୨୨ ଫେବୃଆରୀ ଦିନ ରାତି ୮ଟାରୁ ଏକ ସପ୍ତାହ ପର୍ଯ୍ୟନ୍ତ ଏହି ଲକଡାଉନ୍ ଲାଗୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe