ସିଦ୍ଧୁ ଯେତେବେଳେ ଜନ୍ମ ହୋଇଥିଲେ ମୁଁ ସେତେବେଳେ ସୀମାରେ ଶତ୍ରୁ ସହ ଲଢୁଥିଲି: ଅମରିନ୍ଦର

Advertisment
ସିଦ୍ଧୁ ଯେତେବେଳେ ଜନ୍ମ ହୋଇଥିଲେ ମୁଁ ସେତେବେଳେ ସୀମାରେ ଶତ୍ରୁ ସହ ଲଢୁଥିଲି: ଅମରିନ୍ଦର

Photo-Indian express

ଚଣ୍ଡୀଗଡ଼: ଶେଷ ହେଲା ପଞ୍ଜାବ କଂଗ୍ରେସର କନ୍ଦଳ । ଏକାଠି ବସି ଚା’ ପିଇଲେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ରାଜ୍ୟ କଂଗ୍ରେସର ନବ ନିଯୁକ୍ତ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ । ଆଜି ନବଜୋତ ସିଂ ସିଦ୍ଧୁ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ଅବସରରେ ଉଭୟ ମୁଖ୍ୟମନ୍ତ୍ରୀ ଓ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ଗୋଟିଏ ସୋଫାରେ ବସି ଚା’ ପିଇବା ପରେ ଅନୁମାନ କରାଯାଉଛି କି, ସେମାନଙ୍କ ମଧ୍ୟରେ ଥିବା ମନୋମାଳିନ୍ୟରେ ପୂର୍ଣ୍ଣଛେଦ ପଡିଛି ।

ଆଉ ଦୀର୍ଘ ଦିନ ଧରି ବିବାଦ ପରେ ପ୍ରଥମ ଥର ପାଇଁ ଅମରିନ୍ଦର ସିଂ ସିଦ୍ଧୁଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କହିଥିଲେ। ସେ କହିଛନ୍ତି ଯେ ସିଦ୍ଧୁ ଯେଉଁ ବର୍ଷ ଜନ୍ମ ହୋଇଥିଲେ, ସେ ସୀମାରେ ଦେଶ ସେବା କରୁଥିଲେ। ଏହି ଅବସରରେ ଅମରିନ୍ଦର ସିଂ କହିଛନ୍ତି ଯେ ସେ ସିଦ୍ଧୁଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବେ।

ସେ କହିଛନ୍ତି, 'ଯେଉଁ ବର୍ଷ ସିଦ୍ଧୁ ୧୯୬୩ ମସିହାରେ ଜନ୍ମ ହୋଇଥିଲେ, ମୁଁ ସେତେବେଳେ ସେନାରେ ଥିଲି। ସିଦ୍ଧୁଙ୍କ ବାପା ଏବଂ ମୋ ମା ଏକାଠି ରାଜନୀତିରେ ଥିଲେ। ମୁଁ ଯେତେବେଳେ ସେନା ଛାଡିଥିଲି, ସିଦ୍ଧୁଙ୍କ ପିତା ମୋତେ ରାଜନୀତିରେ ପ୍ରବେଶ କରିବାରେ ସାହାଯ୍ୟ କରିଥିଲେ। ସେତେବେଳେ ମୁଁ ସିଦ୍ଧୁଙ୍କ ଘରକୁ ଯାଉଥିଲି | ସେତେବେଳେ ତାଙ୍କୁ ମାତ୍ର ୬ ବର୍ଷ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe