ପଟିଆଲା: ପୁଲଵାମା ଆକ୍ରମଣ ମାମଲାରେ ଭାରତକୁ ପ୍ରମାଣ ମାଗିଥିବା ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ କଡ଼ା ଜବାବ ଦେଇଛନ୍ତି। ପ୍ରମାଣ ସ୍ବରୂପ ଆମ ସୁରକ୍ଷା ବାହିନୀ ଦ୍ବାରା ନିପାତ ହୋଇଥିବା ତୁମ ଆତଙ୍କବାଦୀଙ୍କ ଶବ ତୁମ ପାଖକୁ ପଠେଇଲେ କଣ ତୁମେ ସନ୍ତୁଷ୍ଟ ହେବ ବୋଲି ଅମରିନ୍ଦର ପ୍ରଶ୍ନ କରିଛନ୍ତି। ୨୬/୧୧ ମୁମ୍ବାଇ ଆକ୍ରମଣ ପଛରେ ତୁମ ପାକିସ୍ତାନୀ ଆତଙ୍କବାଦୀମାନେ ଥିଲେ। ସମସ୍ତ ପ୍ରମାଣ ଯୋଗାଇଲା ପରେ କି କାର୍ଯ୍ୟାନୁଷ୍ଠାନ ନେଇଛ ବୋଲି ସେ ଇମ୍ରାନ୍ଙ୍କୁ ପଚାରିଛନ୍ତି।
ନିଜ ଟ୍ବିଟରରେ ତୀବ୍ର କ୍ଷୋଭ ପ୍ରକାଶ କରି ସେ ଇମ୍ରାନଙ୍କୁ କହିଛନ୍ତି, ମାସୁଦ ଆଝାର ବାହାବଳପୁରରେ ଥିବା କଥା ସମସ୍ତେ ଜାଣିଛନ୍ତି। ଆଝାରକୁ ସେଠୁ ଧର। ଯଦି ତାହା କରିପାରୁନ, ଆମକୁ କହିଦିଅ, ଆମେ ଯାଇ ତାକୁ ଧରିବୁ।
ଇମ୍ରାନଙ୍କୁ ଅମରିନ୍ଦରଙ୍କ ଜବାବ:ମସୁଦ୍କୁ ଧରିନପାରିଲେ ଆମକୁ କୁହ
Advertisment
Follow Us