ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହଙ୍କ ମୁଖ୍ୟ ଉପଦେଷ୍ଟା ପ୍ରଶାନ୍ତ କିଶୋରଙ୍କୁ ମିଳିଲା କ୍ୟାବିନେଟ ପାହ୍ୟା; ଦରମା ନେବେ ୧ ଟଙ୍କା

ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହଙ୍କ ମୁଖ୍ୟ ଉପଦେଷ୍ଟା ପ୍ରଶାନ୍ତ କିଶୋରଙ୍କୁ ମିଳିଲା କ୍ୟାବିନେଟ ପାହ୍ୟା; ଦରମା ନେବେ ୧ ଟଙ୍କା

ଚଣ୍ଡିଗଡ଼: ପଞ୍ଜାବରେ ହେବାକୁ ଥିବା ୨୦୨୨ ବିଧାନସଭା ନିର୍ବାଚନରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହଙ୍କ ପାଇଁ ନିର୍ବାଚନୀ ରଣନୀତି ବିଶାରଦ ପ୍ରଶାନ୍ତ କିଶୋର କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ ସିଂହ ସୋମବାର ଘୋଷଣା କରିଥିଲେ। ଏଥିସହ ପ୍ରଶାନ୍ତ କିଶୋରଙ୍କୁ ନିଜର ମୁଖ୍ୟ ପରାମର୍ଶଦାତା ବା ଉପଦେଷ୍ଟା ଭାବରେ ନିଯୁକ୍ତ କରିଥିବା ମଧ୍ୟ ଘୋଷଣା କରିଥିଲେ।

ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହଙ୍କ ଗତକାଲିର ଏହି ଘୋଷଣା ପରେ ଆଜି (ମଙ୍ଗଳବାର) ପ୍ରଶାନ୍ତ କିଶୋରଙ୍କୁ ଅମ୍ରିନ୍ଦରଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ପଦରେ ସାମିଲ କରାଯାଇଛି ଏବଂ ତାଙ୍କୁ କ୍ୟାବିନେଟ ପାହ୍ୟା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ପକ୍ଷରୁ କୁହାଯାଇଛି ଯେ ତାଙ୍କୁ ଦରମା ଆକାରରେ ‘ଟୋକେନ୍‌’ ସମ୍ମାନଜନକ ଭାବରେ ପ୍ରତି ମାସରେ ୧ ଟଙ୍କା ପ୍ରଦାନ କରାଯିବ। କିନ୍ତୁ ସେ ସରକାରୀ ବାସଭବନ ପାଇବା ସହ ତାଙ୍କ ନିମନ୍ତେ ୬ ଜଣ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତ କରାଯିବ। ସେ କ୍ୟାବିନେଟ ମନ୍ତ୍ରୀଙ୍କ ଅଧିକାର ଅନୁଯାୟୀ ପରିବହନ, ଟେଲିଫୋନ୍‌, ଚିକିତ୍ସା ଏବଂ ଅନ୍ୟାନ୍ୟ ସମସ୍ତ ପ୍ରକାରର ସୁବିଧା ସୁଯୋଗ ପାଇଁ ମଧ୍ୟ ଯୋଗ୍ୟ ହେବେ।

ତେବେ, ପ୍ରଶାନ୍ତ କିଶୋରଙ୍କ ଏହି ନୂତନ ନିଯୁକ୍ତିକୁ କେନ୍ଦ୍ର କରି ରାଜ୍ୟ କଂଗ୍ରେସରେ ମତଭେଦ ସୃଷ୍ଟି ହୋଇଛି। ରାଜ୍ୟ କଂଗ୍ରେସ ମୁଖ୍ୟ ସୁନୀଲ ଝାକର ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରଶାନ୍ତ କିଶୋର ସରକାରରେ ଯୋଗଦେବା ବିଷୟରେ ସେ ଜାଣି ନାହାନ୍ତ କିମ୍ବା ଏ ବାବଦରେ ସେ ଅବଗତ ମଧ୍ୟ ନୁହନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe