ନିଜ ଟ୍ଵିିଟର ବାୟୋରୁ କଂଗ୍ରେସର ଚିହ୍ନକୁ ହଟାଇଲେ ଅମରିନ୍ଦର

Advertisment
ନିଜ ଟ୍ଵିିଟର ବାୟୋରୁ କଂଗ୍ରେସର ଚିହ୍ନକୁ ହଟାଇଲେ ଅମରିନ୍ଦର

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଆଜି ଅପରାହ୍ନରେ କଂଗ୍ରେସ ଦଳ ଛାଡ଼ିବେ ବୋଲି ସାଧାରଣରେ ଘୋଷଣା କରିଛନ୍ତି। ଏହି ଘୋଷଣାର କିଛି ସମୟ ପରେ ଅମରିନ୍ଦର ସିଂ ନିଜ ଟ୍ଵିିଟର ବାୟୋରୁ କଂଗ୍ରେସର ଚିହ୍ନକୁ ହଟାଇ ଦେଇଥିବା ଦେଖିବାକୁ ମଳିଛି।

ଉଲ୍ଲେଖଯୋଗ୍ୟ, ଏକ ବିବାଦୀୟ ପରିସ୍ଥିତିରେ କ୍ୟାପଟେନ୍‌ ଅମରିନ୍ଦର ସିଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ତାଙ୍କୁ କେନ୍ଦ୍ର କରି ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଅନ୍ୟ ପକ୍ଷରେ ପଞ୍ଜାବ ପ୍ରଦେଶ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଦୁଙ୍କ ସହ ତାଙ୍କର ବିବାଦ ମଧ୍ୟ ଚରମ ସୀମାରେ ପହଞ୍ଚିଥିଲା। ଏ ପରିସ୍ଥିତିରେ କ୍ୟାପଟେନ୍‌ ଅମରିନ୍ଦର ସିଂ ଦିଲ୍ଲୀ ଗସ୍ତରେ ଯାଇ ଗତକାଲି ବରିଷ୍ଠ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଦୀର୍ଘ ସମୟ ଧରି ଆଲୋଚନା କରିବା ପରେ ତାଙ୍କର ବିଜେପିରେ ଯୋଗଦେବା ନେଇ କଳ୍ପନା ଜଳ୍ପନା ଜୋର ଧରିଥିଲା। ତେବେ, ଆଜି ଭେଟେରାନ ରାଜନେତା କ୍ୟାପଟେନ୍‌ ଅମରିନ୍ଦର ସିଂ ଆଜି ସ୍ପଷ୍ଟ କରିଛନ୍ତି: ‘ମୁଁ କଂଗ୍ରେସରୁ ଇସ୍ତଫା ଦେଇ ନାହିଁ କିନ୍ତୁ ମୁଁ ଇସ୍ତଫା ଦେବି। ମୁଁ ଜଣେ ବ୍ୟକ୍ତି ନୁହେଁ ଯିଏ ବିଭାଜିତ ଦ୍ୱିତୀୟ ନିଷ୍ପତ୍ତି ନିଏ। କିନ୍ତୁ ମୁଁ ବିଜେପିରେ ବି ଯୋଗ ଦେଉନାହିଁଯ।’

ତାଙ୍କର ମନ୍ତବ୍ୟର କିଛି ସମୟ ପରେ ତାଙ୍କ ନିଜ ଟ୍ଵିିଟର ବାୟୋରୁ କଂଗ୍ରେସର ଚିହ୍ନକୁ ଅମରିନ୍ଦର ସିଂ ହଟାଇ ଦେଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe