ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଅମରିନ୍ଦର ସିଂହଙ୍କ ଚେତାବନୀ: ମିଥ୍ୟା ପ୍ରତିଶ୍ରୁତି ଦେଇ ଚାଷୀଙ୍କୁ ବିଭ୍ରାନ୍ତ କର ନାହିଁ

Advertisment
କ୍ୟାପଟେନ ଅମରିନ୍ଦର ହୋଇପାରନ୍ତି ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ

Cricfit

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା କୃଷକମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ବିଭ୍ରାନ୍ତ କର ନାହିଁ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ଏଭଳି ଚେତାବନୀ ଶୁଣାଇଛନ୍ତି କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ। ଶନିବାର ମୁଖ୍ୟମନ୍ତ୍ରୀ ଚନ୍ନି କୃଷକ ନେତା ବଲ୍‌ବୀର ସିଂହ ରାଜେୱାଲଙ୍କୁ ଫୋନ୍‌ କରି କହିଥିଲେ, କେନ୍ଦ୍ରର ତିନି କୃଷି ଆଇନ ଉଚ୍ଛେଦ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଫୋନ୍‌ କଲ୍‌ରେ ପ୍ରତିକ୍ରିୟା ପ୍ରକାଶ କରି ଅମରିନ୍ଦର କହିଛନ୍ତି, ମୋ ସରକାରରେ ଏସବୁ ହୋଇ ସାରିଛି। କୃଷି ଆଇନ ସମ୍ପର୍କରେ କୃଷକ ନେତାମାନଙ୍କ ସହ ଆମେ ଆଲୋଚନା କରିଛୁ। ବିଧାନସଭାରେ ଏହି ସଂଶୋଧିତ ଆଇନକୁ ପାରିତ ବି କରାଇଛୁ। କେବଳ ରାଜ୍ୟପାଳଙ୍କ ଅନୁମୋଦନ ଅପେକ୍ଷାରେ ତାହା ରହିଛି। ଦୟାକରି ମିଛ ପ୍ରତିଶ୍ରୁତି ଦେଇ କୃଷକମାନଙ୍କ ବିଭ୍ରାନ୍ତ କର ନାହିଁ ବୋଲି ଅମରିନ୍ଦର ଚନ୍ନିଙ୍କୁ ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ, ପଞ୍ଜାବ କଂଗ୍ରେସରେ ଦୀର୍ଘଦିନ କନ୍ଦଳ ଲାଗି ରହିବା ପରେ ସେପ୍ଟେମ୍ବର ୧୮ ତାରିଖରେ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ୨୦ ତାରିଖରେ ଚନ୍ନି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଅମରିନ୍ଦର ଏକ ନୂଆ ଦଳ ଗଢ଼ି ରାଜ୍ୟ ତଥା କୃଷକମାନଙ୍କ ହିତ ପାଇଁ କାର୍ଯ୍ୟ କରିବେ ବୋଲି ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe