ସୋନିଆଙ୍କଠାରୁ 'ଆଇ ଆମ୍ ସରି' ଶୁଣିବା ପରେ ଇସ୍ତଫା ଦେଇଥିଲେ ଅମରିନ୍ଦର

Advertisment
ସୋନିଆଙ୍କଠାରୁ 'ଆଇ ଆମ୍ ସରି' ଶୁଣିବା ପରେ ଇସ୍ତଫା ଦେଇଥିଲେ ଅମରିନ୍ଦର

photo-live hindustan

ଅମୃତସର : ଶନିବାର ଏକ ନାଟକୀୟ ଘଟଣାକ୍ରମରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦେଶରେ ସେ ଇସ୍ତଫା ଦେଇଥିଲେ | ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପୂର୍ବରୁ ସୋନିଆ ଗାନ୍ଧୀଙ୍କ ସହ କଥା ହୋଇଥିଲେ। କ୍ୟାପଟେନ ଇସ୍ତଫା ଦେବା ପୂର୍ବରୁ ସୋନିଆ ଗାନ୍ଧୀଙ୍କ ସହ ବାର୍ତ୍ତାଳାପର ପୂରା କାହାଣୀ ମଧ୍ୟ କହିଛନ୍ତି | ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ସୂଚନା ଦେଇ କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି ଯେ, ‘‘ଯେତେବେଳେ ମୁଁ ଜାଣିଲି ଯେ କଂଗ୍ରେସ ବିଧାୟକ ଦଳର ଜଣେ ନୂତନ ନେତା ବାଛିବା କଥା ଆଲୋଚନା ହେଉଛି, ମୁଁ ସକାଳ ପ୍ରାୟ ୧୦ଟାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଫୋନ କରିଥିଲି । ମୁଁ ତାଙ୍କୁ କହିଥିଲି ଯେ ମ୍ୟାଡ଼ାମ ଏସବୁ କ’ଣ ହେଉଛି? ଏଭଳି ସ୍ଥିତିରେ ମୁଁ ଇସ୍ତଫା ଦେବି। ମୁଁ ମୋର ଇସ୍ତଫା ପତ୍ର ଆପଣଙ୍କୁ ପଠାଉଛି|’’

ଏହାର ଜବାବରେ ସୋନିଆଜୀ କହିଥିଲେ ଯେ ମୁଁ ଦୁଃଖିତ ଅମରିନ୍ଦର(ଆଇ ଆମ୍ ସରି), ଆପଣ ଇସ୍ତଫା ଦେଇ ପାରିବେ। ତା’ପରେ ମୁଁ କହିଲି ଠିକ୍ ଅଛି ମ୍ୟାଡ଼ାମ ମୁଁ ଇସ୍ତଫା ଦେଇଦେଉଛି । ସୂଚନା ଥାଉ କି ଆସନ୍ତା ବର୍ଷ ଫେବୃଆରୀ‌ରେ ରାଜ୍ୟ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଦଳ ଭିତରେ‌ ଗଣ୍ଡଗୋଳ ଏବଂ ଅମରିନ୍ଦରଙ୍କ ଇସ୍ତଫା କଂଗ୍ରେସ ପାଇଁ ଶୁଭ ସଙ୍କେତ ନୁହେଁ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମତ ଦେଇଛନ୍ତି। ଗତ ବିଧାନସଭା ନିର୍ବାଚନରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କଂଗ୍ରେସର ଅବସ୍ଥା ଖରାପ ହେଉଥିବାରୁ ହାଇକମାଣ୍ଡ ଚିନ୍ତାରେ ପଡ଼ିଯାଇଥିଲେ। ଅନେକ ବିଧାୟକ ଅମରିନ୍ଦରଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କରିଥିଲେ।

ସଂଗଠନକୁ ସଜାଡ଼ିବାକୁ ଯାଇ ହାଇକମାଣ୍ଡ ଅମରିନ୍ଦରଙ୍କ ବିରୋଧୀ ରୂପେ ପରିଚିତ ନବଜୋତ ସିଂହ ସିଦ୍ଧୁଙ୍କୁ ପିସିସି ସଭାପତି ନିଯୁକ୍ତ କରିଥିଲେ। ଏଥିରେ ଅମରିନ୍ଦର ବିରକ୍ତି ପ୍ରକାଶ କରିଥିଲେ। ସେହିଦିନ ଠାରୁ ବିବାଦ ଉଗ୍ର ରୂପ ଧାରଣ କରିଥିଲା। ଅମରିନ୍ଦରଙ୍କ ବିରୋଧରେ ଦଳର ୪୦ ବିଧାୟକଙ୍କ ହଠାତ୍ ଖୋଲା ବିଦ୍ରୋହ କରିବାରୁ ଗତକାଲି କଂଗ୍ରେସ ବିଧାୟକ ଦଳର ବୈଠକ ଡକାଯାଇଥିଲା। ଏହି ବୈଠକ ପୂର୍ବରୁ ଅମରିନ୍ଦର ରାଜଭବନ ଯାଇ ଇସ୍ତଫାପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe