ଅମରନାଥ ବାଦଲଫଟା ବର୍ଷା ବିପର୍ଯ୍ୟୟ: ୧୫ ହଜାର ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କଲା ଆଇଟିବିପି

Advertisment

୪୦ ଜଣ ଏବେ ବି ନିଖୋଜ, ଯାତ୍ରା ସ୍ଥଗିତ, ଭୟାନକ ସ୍ଥିତି ବଖାଣିଲେ ପ୍ରତ୍ୟକ୍ଷଦର୍ଶୀ

୪୦ ଜଣ ଏବେ ବି ନିଖୋଜ, ଯାତ୍ରା ସ୍ଥଗିତ, ଭୟାନକ ସ୍ଥିତି ବଖାଣିଲେ ପ୍ରତ୍ୟକ୍ଷଦର୍ଶୀ

ଅମରନାଥ ବାଦଲଫଟା ବର୍ଷା ବିପର୍ଯ୍ୟୟ: ୧୫ ହଜାର ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କଲା ଆଇଟିବିପି

Meta News

ଜମ୍ମୁ: ଜମ୍ମୁ-କାଶ୍ମୀରର ଅମରନାଥରେ ଶୁକ୍ରବାର ସନ୍ଧ୍ୟାରେ ବାଦଲଫଟା ବର୍ଷା ହେବା ଯୋଗୁ ୧୬ ଜଣ ଲୋକଙ୍କ ଜୀବନ ଯିବା ସହ ପ୍ରାୟ ୪୦ ଜଣ ନିଖୋଜ ହୋଇଯାଇଛନ୍ତି। ୧୫,୦୦୦ରୁ ଅଧିକ ଲୋକଙ୍କୁ ଏ ପର୍ଯ୍ୟନ୍ତ ଆଇଟିବିପି ଉଦ୍ଧାର କରି ସୁରକ୍ଷିତ ସ୍ଥାନାନ୍ତର କରିଛି। ସେନା, ଏନ୍‌ଡିଆର୍‌ଏଫ୍‌ ଏବଂ ଜମ୍ମୁ-କାଶ୍ମୀର ପୁଲିସ ପ୍ରମୁଖ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଗତ ରାତି ତମାମ ବିଶାଳ ଉଦ୍ଧାର ଅଭିଯାନ ଚାଲିଥିଲା ଏବଂ ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରାଯାଇଥିଲା। ବର୍ଷା ବିତ୍ପାତ ଯୋଗୁ ଅମରନାଥ ଯାତ୍ରାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ବାଦଲଫଟା ବର୍ଷା ଓ ତଜ୍ଜନିତ ବିପର୍ଯ୍ୟୟ ସମୟର ବିକଟ ଚିତ୍ର ପ୍ରତ୍ୟକ୍ଷଦର୍ଶୀମାନେ ବର୍ଣ୍ଣନା କରିବା ଦେଖାଯାଉଛି। ଜନୈକ ତୀର୍ଥଯାତ୍ରୀଙ୍କ କହିବା ଅନୁସାରେ- ପ୍ରବଳ ବର୍ଷାରେ ବଡ଼ବଡ଼ ପଥର ବି ଭାସିଆସିବା ଦେଖାଯାଇଥିଲା।

ଭୀତତ୍ରସ୍ତ ଲୋକଙ୍କ ଭିତରେ ଦଳାଚକଟା ପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନେକ ପେଣ୍ଡାଲ ଧୋଇ ହୋଇଯାଇଥିଲା। ୨୫ଟି ଟେଣ୍ଟ ସଂପୂର୍ଣ୍ଣ ଭାସିଯାଇଥିବା ବେଳେ ୫୦ରୁ ଅଧିକ ଆଶ୍ରୟ କେନ୍ଦ୍ର ଛାରଖାର ହୋଇଯାଇଥିଲା। ତେବେ ସେନା ବାହିନୀ ଆଜି ସ୍ଥିତି ସମ୍ଭାଳି ନେଇଛି। ବର୍ଷା ଟିକେ ଛାଡ଼ିବା ପରେ ଆମକୁ ସ୍ଥାନାନ୍ତର କରାଗଲା। ପରିସ୍ଥିତି ଆତଙ୍କଜନକ ଥିଲା ଏବଂ ବହୁ ଲୋକ ନିଖୋଜ ହୋଇଯାଇଥିଲେ ବୋଲି ଉତ୍ତରପ୍ରଦେଶର ତୀର୍ଥଯାତ୍ରୀ ଦୀପକ ଚୌହାନ କହିଥିଛନ୍ତି।

ମହାରାଷ୍ଟ୍ରରୁ ଆସିଥିବା ସୁମିତଙ୍କ କହିବା ଅନୁସାରେ- ଯେତେବେଳେ ବାଦଲଫଟା ବର୍ଷା ହେଲା ଆମେ ବିଶ୍ବାସ କରିପାରିଲୁନି। ଅଳ୍ପ ସମୟ ଭିତରେ ଚାରିଆଡ଼େ ଖାଲି ପାଣି ଆଉ ପାଣି ଦେଖିବାକୁ ମିଳିଲା। ପାଣିର ସୁଅ ଏତେ ପ୍ରଖର ଥିଲା ଯେ ସେଇ ସୁଅରେ ଲୋକଙ୍କ ବ୍ୟାଗ୍‌ପତ୍ର ଓ ଅନେକ ଲୋକ ବି ଭାସିଯାଉଥିବାର ଆମେ ନିଜ ଆଖିରେ ଦେଖିଛୁ। ୧୦ ମିନିଟ ଭିତରେ ୮ ଜଣଙ୍କ ମୃତ୍ୟୁ ଖବର ଶୁଣିଲୁ। କିନ୍ତୁ ଆମ ଦଳରେ ଥିବା ୯ ଜଣ ଯାକ ସୁରକ୍ଷିତ ଅଛୁ। ମହାମାରୀ ଯୋଗୁ ଅମରନାଥ ଯାତ୍ରା ଦୁଇବର୍ଷ ବନ୍ଦ ଥିଲା। ଏବର୍ଷ ଜୁନ୍ ୩୦ରେ ତାହା ଆରମ୍ଭ ହୋଇଥିଲା। ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପରିସ୍ଥିତି ବିଷୟରେ ଅହରହ ଖବର ନେଉଛନ୍ତି। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ଲେଫ୍‌ଟନାଣ୍ଟ କର୍ଣ୍ଣେଲ ସଚିନ ଶର୍ମା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe