ଅମରନାଥ ଗୁମ୍ଫାକୁ ‘ସାଇଲେଣ୍ଟ ଜୋନ୍‌’ ଭାବେ ଘୋଷଣା କରିବାକୁ ଏନ୍‌ଜିଟିଙ୍କ ପ୍ରସ୍ତାବ

Advertisment
ଅମରନାଥ ଗୁମ୍ଫାକୁ ‘ସାଇଲେଣ୍ଟ ଜୋନ୍‌’ ଭାବେ ଘୋଷଣା କରିବାକୁ ଏନ୍‌ଜିଟିଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରସ୍ଥିତ ମା’ ବୈଷ୍ଣୌ ଦେବୀଙ୍କ ମନ୍ଦିରକୁ ଦୈନିକ ୫୦,୦୦୦ଅଧିକ ଶ୍ରଦ୍ଧାଳୁ ଯାଇପାରିବେ ବୋଲି ନିକଟରେ ନ୍ୟାସନାଲ ଗ୍ରୀନ୍‌ ଟ୍ରିବ୍ୟୁନଲ (ଏନ୍‌ଜିଟି) ଘୋଷଣା କରିଥିଲେ। ଏହାପରେ ଏନ୍‌ଜିଟି ମଙ୍ଗଳବାର ଅମରନାଥ ଦର୍ଶନ କରିବାକୁ ଆସୁଥିବା ଦର୍ଶନାର୍ଥୀଙ୍କ ଉପରେ କିଛି ରୋକ ଲଗାଇଛନ୍ତି। ଏନ୍‌ଜିଟି ଏକ ମାମଲାର ବିଚାର କରି ତାଙ୍କର ଅନ୍ତରୀଣ ରାୟ ପ୍ରଦାନ ଅବସରରେ କହିଛନ୍ତି ଯେ, ଅମରନାଥ ଗୁମ୍ଫା ସହିତ ସେଠାକାର ଆଖପାଖ ଅଞ୍ଚଳକୁ ସାଇଲେଣ୍ଟ ଜୋନ୍‌ ଭାବେ ଘୋଷଣା କରିବା ନେଇ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।

ଏନ୍‌ଜିଟିଙ୍କ ପ୍ରସ୍ତାବ ଯେ,, ଏହି ଅଞ୍ଚଳମାନଙ୍କରେ ଶବ୍ଦ ହେତୁ ଭୂସ୍ଖଳନ ଓ ହିମସ୍ଖଳନ ହେବାର ଘଟଣାମାନ ସାମ୍ନାକୁ ଆସିଥାଏ। ସାଇଲେଣ୍ଟ ଜୋନ୍‌ ଘୋଷଣା କରିବା ପରେ ଭୂସ୍ଖଳନ ଓ ହିମସ୍ଖଳନ ଘଟଣାମାନ ହ୍ରାସ ପାଇ ପାରିବ। ବାବା ଅମରନାଥ ଗୁମ୍ଫାର ନିକଟରେ ନଡିଆ ଫଟାଇବା ଓ ଭୋଗକୁ ଏଣେତେଣେ ଫିଙ୍ଗିବା ଉପରେ ବି ଅଙ୍କୁଶ ଲଗାଇବା ଆବଶ୍ୟକ । ଏତଦ୍‌ ବ୍ୟତୀତ ଅମରନାଥ ପର୍ଯ୍ୟାବରଣ ସୁରକ୍ଷା ପାଇଁ ଏନ୍‌ଜିଟି ଏକ କମିଟିକୁ ମଧ୍ୟ ନିୟୋଜିତ କରିଛନ୍ତି।

publive-image

ଏତଦ୍‌ବ୍ୟତୀତ ଅମରନାଥ ଅଞ୍ଚଳରେ ଥିବା ଅତିରିକ୍ତ ଦୋକାନ ଓ ଖୋଲା ଶୌଚାଳୟକୁ କାହିଁକି ଏଯାବତ୍‌ ବନ୍ଦ କରାଯାଇ ନାହିଁ ? ଅମରନାଥ ଆଖପାଖରେ ଥିବା ପରିବେଶ ସହିତ ଜଡ଼ିତ ଥିବା ବିପଦକୁ ଦେଖି ୨୦୧୨ରେ ସୁପ୍ରିମକୋର୍ଟ ଏହି ଅଞ୍ଚଳରେ କିପରି ଭାବେ ସୁରକ୍ଷାବ୍ୟବସ୍ଥା କରାଯିବ ସେ ସମ୍ପର୍କରେ ଉପାୟ ବତାଇଥିଲେ। ତାହା ଏଯାବତ୍‌ କାହିଁକି ଲାଗୁ କରାଯାଇ ନାହିଁ ସେ ସମ୍ପର୍କରେ ରିପୋର୍ଟ ମାଗିଛନ୍ତି ଏନ୍‌ଜିଟି।

publive-image

ଉଲ୍ଲେଖଯୋଗ୍ୟ, ଜମ୍ମୁ-କଶ୍ମୀରସ୍ଥିତ ମା’ ବୈଷ୍ଣୌ ଦେବୀଙ୍କ ମନ୍ଦିରକୁ ଦୈନିକ ୫୦,୦୦୦ରୁ ଅଧିକ ଶ୍ରଦ୍ଧାଳୁ ଯାତ୍ରା କରି ପାରିବେ ନାହିଁ ବୋଲି ନ୍ୟାସନାଲ ଗ୍ରୀନ୍‌ ଟ୍ରିବ୍ୟୁନଲ (ଏନ୍‌ଜିଟି) ଘୋଷଣା କରିଥିଲେ। ଏନ୍‌ଜିଟି ଆଦେଶ ମୁତାବିକ ଯଦି ଶ୍ରଦ୍ଧାଳୁ ଅଧିକ ହୋଇ ଯାଆନ୍ତି ତେବେ ସେମାନଙ୍କୁ ଅର୍ଧକୁମାରି ଠାରେ ଅଟକାଇ ଦିଆଯିବ ଏବଂ ତା’ପରଦିନ ସେମାନଙ୍କୁ ମା’ ବୈଷ୍ଣୌ ଦେବୀଙ୍କ ଦର୍ଶନ ପାଇଁ ପଠାଯିବ।

ମା’ ବୈଷ୍ଣୌ ଦେବୀଙ୍କ ପୀଠରେ ୫୦,୦୦୦ଲୋକଙ୍କ କ୍ଷମତା ରହିଛି। ଏହାଠାରୁ ଅଧିକ ଲୋକ ଯିବା ବିପଦପୂର୍ଣ୍ଣ ହୋଇପାରେ ବୋଲି ଏନ୍‌ଜିଟି ଏହା ଉପରେ ଅଙ୍କୁଶ ଲାଗାଇଛି। ତେବେ ମନ୍ଦିର ପରିସରରେ ଚାଲୁଥିବା ନୂତନ ନିର୍ମାଣ କାର୍ଯ୍ୟକୁ ବି କିଛିଦିନ ପାଇଁ ବନ୍ଦ କରି ଦିଆଯାଇଛି। ଏହି ନିର୍ଦ୍ଦେଶ କେତେଦିନ ପର୍ଯ୍ୟନ୍ତ ଲାଗୁ କରାଯାଇଛି ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଏଯାବତ ଜାରି କରାଯାଇ ନାହିଁ। ବୈଷ୍ଣୌ ଦେବୀରେ ଅନେକ ସମୟରେ ଲ୍ୟାଣ୍ଡ ସ୍ଲାଇଡିଂ ହେତୁ ଦୁର୍ଘଟଣା ଘଟିଥାଏ। ଏହାକୁ ଦୃଷ୍ଟିରେ ରଖି ସଚେତନା ଅବଲମ୍ବନ ମଧ୍ୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe