News Nation
ଶ୍ରୀନଗର: ଚଳିତ ବର୍ଷ ପାଇଁ ବହୁ ପ୍ରତୀକ୍ଷିତ ଥିବା ଅମରନାଥ ଯାତ୍ରାର କାର୍ଯ୍ୟସୂଚୀ ଆଜି ସନ୍ଧ୍ୟାରେ ଘୋଷିତ ହୋଇଛି। ଚଳିତ ୨୦୨୦ର ଅମରନାଥ ଯାତ୍ରା ଜୁନ୍ ୨୩ରୁ ଆରମ୍ଭ ହୋଇ ଅଗଷ୍ଟ ୩ରେ ଶେଷ ହେବ ବୋଲି ଜମ୍ମୁ- କଶ୍ମୀର ପ୍ରଶାସନ ଆଜି ସନ୍ଧ୍ୟାରେ ଘୋଷଣା କରିଛି। ଜମ୍ମୁ- କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରି ନିଆଯିବା ପରେ ଚଳିତ ବର୍ଷର ଅମରନାଥ ଯାତ୍ରା କେବେ ଠାରୁ ଆରମ୍ଭ ହୋଇ କେବେ ଶେଷ ହେବ ତାହା ଜାଣିବା ପାଇଁ ସବୁ ମହଲରୁ ପ୍ରବଳ ଉତ୍କଣ୍ଠା ପ୍ରକାଶ ପାଇଥିଲା।
Kashmir Timesତେବେ, ଜମ୍ମୁ- କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ତଥା ଶ୍ରୀ ଅମରନାଥଜୀ ସିିରନି ବୋର୍ଡ (ଏସ୍ଏଏସ୍ବି)ର ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଚଳିତ ୨୦୨୦ର ଅମରନାଥ ଯାତ୍ରା ଜୁନ୍ ୨୩ରୁ ଆରମ୍ଭ ହୋଇ ଅଗଷ୍ଟ ୩ରେ ଶେଷ ହେବ ବୋଲି ନିଷ୍ପତ୍ତି ନିଆ ଯାଇଥିବା ଜାଣିବାକୁ ମିଳିଛି। ଚଳିତ ୨୦୨୦ର ଅମରନାଥ ଯାତ୍ରାକୁ ସୁଚାରୁ ରୂପେ ଆରମ୍ଭ କରି ସୁଚାରୁ ରୂପେ ଶେଷ କରିବା ପାଇଁ ସମସ୍ତ ପ୍ରକାରର ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି, ଜମ୍ମୁ- କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ତଥା ଶ୍ରୀ ଅମରନାଥଜୀ ସିିରନି ବୋର୍ଡ (ଏସ୍ଏଏସ୍ବି)ର ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ମୁର୍ମୁ।
Follow Us