ଅମରନାଥ ଯାତ୍ରା ପାଇଁ ଅପେକ୍ଷା କରି ରହିଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଖୁସି ଖବର

Advertisment

ଅମରନାଥ ଯାତ୍ରା ଜୁଲାଇ ୩ ରୁ ଆରମ୍ଭ ହୋଇ ଅଗଷ୍ଟ ୯ ପର୍ଯ୍ୟନ୍ତ ଚାଲିବ। ଏଥର ଟ୍ରଷ୍ଟ ଏବଂ ସରକାରଙ୍କ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ।ସେମାନଙ୍କ ସୁରକ୍ଷା ପ୍ରତି ବିଶେଷ ଯତ୍ନ ନିଆଯିବ।

ଅମରନାଥ ଯାତ୍ରା ଜୁଲାଇ ୩ ରୁ ଆରମ୍ଭ ହୋଇ ଅଗଷ୍ଟ ୯ ପର୍ଯ୍ୟନ୍ତ ଚାଲିବ। ଏଥର ଟ୍ରଷ୍ଟ ଏବଂ ସରକାରଙ୍କ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ।ସେମାନଙ୍କ ସୁରକ୍ଷା ପ୍ରତି ବିଶେଷ ଯତ୍ନ ନିଆଯିବ।

ljk;j

ନୂଆଦିଲ୍ଲୀ: ଅମରନାଥ ଯାତ୍ରା ପାଇଁ ଅପେକ୍ଷା କରି ରହିଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଖୁସି ଖବର। ଅମରନାଥ ଯାତ୍ରା ପାଇଁ ତାରିଖ ଘୋଷଣା ହୋଇଯାଇଛି। 

ଶ୍ରୀ ମାତା ବୈଷ୍ଣୋଦେବୀ ମନ୍ଦିର ବୋର୍ଡର ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଅମରନାଥ ଯାତ୍ରା ଜୁଲାଇ ୩ ରୁ ଆରମ୍ଭ ହୋଇ ଅଗଷ୍ଟ ୯ ପର୍ଯ୍ୟନ୍ତ ଚାଲିବ। ଏଥର ଟ୍ରଷ୍ଟ ଏବଂ ସରକାରଙ୍କ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ସେମାନଙ୍କ ସୁରକ୍ଷା ପ୍ରତି ବିଶେଷ ଯତ୍ନ ନିଆଯିବ। ଶ୍ରଦ୍ଧାଳୁଙ୍କ ରହିବାର ବ୍ୟବସ୍ଥା କରାଯିବା ସହିତ ଲଙ୍ଗରର ସୁବିଧା ବି ରହିବ।

ପ୍ରତିବର୍ଷ ଅମରନାଥ ଯାତ୍ରା ପ୍ରାୟ ୪୫ ରୁ ୬୦ ଦିନ ପର୍ଯ୍ୟନ୍ତ ଚାଲିଥାଏ। ଗତବର୍ଷ ଏହି ଯାତ୍ରା ଜୁନ୍ ୨୯ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୯ରେ ଶେଷ ହୋଇଥିଲା। ପହଲଗାମ୍ ରୁଟ୍ ଦେଇ ୪୮କିଲୋମିଟର ଯାତ୍ରା କରିବା ସହଜ ହୋଇଥିବା ବେଳେ ବାଲତାଲ୍ ରୁଟ୍ ଦେଇ ଦେଇ ମାତ୍ର ୧୪ କିଲୋମିଟର ଯାତ୍ରା କରିବାରେ ଶ୍ରଦ୍ଧାଳୁଙ୍କୁ କଷ୍ଟ ହୋଇଥାଏ। 

ଗତବର୍ଷ ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ଏପ୍ରିଲ ୧୭ ତାରିଖରୁ ଆରମ୍ଭ ହୋଇଥିଲା। ପଞ୍ଜୀକରଣ ଉଭୟ ଅନଲାଇନ୍ ଏବଂ ଅଫ୍ଲାଇନ୍ ମାଧ୍ୟମରେ କରାଯାଇଥିଲା। ଏଥର ମଧ୍ୟ ସମାନ ପ୍ରସ୍ତୁତି କରାଯାଉଛି। 
ଏହି ବୈଠକ ଅମରନାଥ ଶ୍ରାଇନ୍ ବୋର୍ଡର ଅଧ୍ୟକ୍ଷ ଏବଂ ଜମ୍ମୁ କଶ୍ମୀରର ଏଲଜି ମନୋଜ ସିହ୍ନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଜମ୍ମୁ କଶ୍ମୀରର ଡିଜିପି ନଳିନ ପ୍ରଭାତ, ମୁଖ୍ୟ ସଚିବ ଅଟଳ ଢ଼ୁଲୁ ସମେତ ଅନେକ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe