ପାଗ ଖରାପ ହେବାରୁ ବନ୍ଦ ହେଲା ଅମରନାଥ ଯାତ୍ରା !

ପାଗ ଖରାପ ହେବାରୁ ବନ୍ଦ ହେଲା ଅମରନାଥ ଯାତ୍ରା !

scroll

ଜମ୍ମୁ: ଖରାପ ପାଗ ଯୋଗୁଁ ଜମ୍ମୁରୁ ଅମରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ପାଗ ଖରାପ ହେବାରୁ ଦକ୍ଷିଣ କାଶ୍ମୀରରେ ଥିବା ଅମରନାଥକୁ ଯିବା ପାଇଁ ନୂଆ ବ୍ୟାଚଙ୍କୁ ଅନୁମତି ଦିଆଯାଇ ନାହିଁ। ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଛନ୍ତିି। ଜମ୍ମୁ-କାଶ୍ମୀରର ଅମରନାଥରେ ଶୁକ୍ରବାର ସନ୍ଧ୍ୟାରେ ବାଦଲଫଟା ବର୍ଷା ହେତୁ ପ୍ରାୟ ୪୦ଜଣ ନିଖୋଜ ଥିବାବେଳେ ୧୬ ଜଣଙ୍କର ମୃତ୍ୟୁ ଘଟିଛି।

ଜାତୀୟ ଗଣମାଧ୍ୟମ ଅନୁଯାୟୀ, ପାଗ ଅନୁକୂଳ ନ ଥିବାରୁ ଅମରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଅମରନାଥ ଆଡକୁ ଯିବାକୁ କୌଣସି ନୂଆ ବ୍ୟାଚକୁ ଅନୁମତି ଦିଆଯାଉ ନାହିଁ। ୪୩ଦିନିଆ ବାର୍ଷିକ ତୀର୍ଥଯାତ୍ରା ଜୁନ୍ ୩୦ରୁ ଦୁଇଟି ମାର୍ଗ ଦେଇ ଆରମ୍ଭ ହୋଇଥିଲା। ହେଲେ ପାଗ ଖରାପ ହେତୁ ଏବେ ତୀର୍ଥଯାତ୍ରୀଙ୍କୁ ଅଧାବାଟରେ ଅଟକିବାକୁ ପଡ଼ିିଛି।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ ବାଦଲଫଟା ବର୍ଷା ହେବା ଯୋଗୁ ୧୬ ଜଣ ଲୋକଙ୍କ ଜୀବନ ଯିବା ସହ ପ୍ରାୟ ୪୦ ଜଣ ନିଖୋଜ ହୋଇଯାଇଛନ୍ତି। ୧୫,୦୦୦ରୁ ଅଧିକ ଲୋକଙ୍କୁ ଏ ପର୍ଯ୍ୟନ୍ତ ଆଇଟିବିପି ଉଦ୍ଧାର କରି ସୁରକ୍ଷିତ ସ୍ଥାନାନ୍ତର କରିଛି। ସେନା, ଏନ୍‌ଡିଆର୍‌ଏଫ୍‌ ଏବଂ ଜମ୍ମୁ-କାଶ୍ମୀର ପୁଲିସ ପ୍ରମୁଖ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଗତ ରାତି ତମାମ ବିଶାଳ ଉଦ୍ଧାର ଅଭିଯାନ ଚାଲିଥିଲା ଏବଂ ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରାଯାଇଥିଲା। ବର୍ଷା ବିତ୍ପାତ ଯୋଗୁ ଅମରନାଥ ଯାତ୍ରାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ବାଦଲଫଟା ବର୍ଷା ଓ ତଜ୍ଜନିତ ବିପର୍ଯ୍ୟୟ ସମୟର ବିକଟ ଚିତ୍ର ପ୍ରତ୍ୟକ୍ଷଦର୍ଶୀମାନେ ବର୍ଣ୍ଣନା କରିବା ଦେଖାଯାଉଛି। ଜନୈକ ତୀର୍ଥଯାତ୍ରୀଙ୍କ କହିବା ଅନୁସାରେ- ପ୍ରବଳ ବର୍ଷାରେ ବଡ଼ବଡ଼ ପଥର ବି ଭାସିଆସିବା ଦେଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe