ଆପରେ ମରାଠୀ ଭାଷା ସାମିଲ କରିବାକୁ ଦାବି କରି ଆମାଜନ ଅଫିସରେ ଭଙ୍ଗାରୁଜା କଲେ ଏମଏନଏସ କର୍ମୀ

Advertisment
ଆପରେ ମରାଠୀ ଭାଷା ସାମିଲ କରିବାକୁ ଦାବି କରି ଆମାଜନ ଅଫିସରେ ଭଙ୍ଗାରୁଜା କଲେ ଏମଏନଏସ କର୍ମୀ

Zee News

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା(ଏମଏନଏସ) କାର୍ଯ୍ୟକର୍ତ୍ତା ଶୁକ୍ରବାର ଦିନ ମୁମ୍ବାଇରେ ଅବସ୍ଥିତ ଅନଲାଇନ୍ ମାର୍କେଟିଂ କମ୍ପାନୀ ଆମାଜନର କାର୍ଯ୍ୟାଳୟକୁ ଭଙ୍ଗାରୁଜା କରିଛନ୍ତି। ଆମାଜନ ଆପରେ ମରାଠୀ ଭାଷା ଅନ୍ତର୍ଭୂକ୍ତ କରିବାକୁ ମହାରାଷ୍ଟ୍ର ନବନିର୍ମାଣ ସେନା ଦାବି କରୁଛି | ମହାରାଷ୍ଟ୍ର ନବନିର୍ମାଣ ସେନା କାର୍ଯ୍ୟକର୍ତ୍ତାମାନେ ଶୁକ୍ରବାର ମୁମ୍ବାଇର ଆମାଜନ ଅଫିସରେ ପଶି ଭଙ୍ଗାରୁଜା କରିଥିବାବେଳେ ଏହି ଘଟଣାରେ ମୁମ୍ବାଇ ପୁଲିସ ତଦନ୍ତ କରୁଛି।

ଜଣେ ଏମଏନଏସ କର୍ମୀ କହିଛନ୍ତି ଯେ ଯଦି ରାଜ୍ୟରେ ଅନଲାଇନ୍ ବ୍ୟବସାୟ କରାଯାଏ, ତେବେ ମରାଠୀ ଭାଷାରେ ଅନଲାଇନରେ ସୂଚନା ଦିଆଯିବା ଉଚିତ | ଯାହାଫଳରେ ମହାରାଷ୍ଟ୍ରର ମରାଠୀବାସୀ ପଢିବା ତଥା ଅର୍ଡର କରିବା ସହଜ ହେବ।

ଅନ୍ୟପକ୍ଷରେ ମହାରାଷ୍ଟ୍ର ନବନିର୍ମାଣ ସେନାର ବିରୋଧକୁ ନେଇ କୋର୍ଟ ଏହାର ମୁଖ୍ୟ ରାଜ ଠାକରେଙ୍କୁ ନୋଟିସ ଜାରି କରିଛନ୍ତି। ଜାନୁଆରୀ ୫ରେ ଠାକରେଙ୍କୁ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନଲାଇନ୍ ମାର୍କେଟିଂ କମ୍ପାନୀ ଆମାଜନ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ କୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe