କାର୍‌କୁ ଧକ୍କାଦେଲା ଶବ ନେଇ ଯାଉଥିବା ଆମ୍ବୁଲାନ୍‌ସ୍‌; ୭ ମୃତ

Advertisment
କାର୍‌କୁ ଧକ୍କାଦେଲା ଶବ ନେଇ ଯାଉଥିବା ଆମ୍ବୁଲାନ୍‌ସ୍‌; ୭ ମୃତ

ମଥୁରା: ମଙ୍ଗଳବାର ଦିନ ଯମୁନା ଏକ୍‌ସ୍‌ପ୍ରେସ୍‌େଓ୍ଵରେ ଶବ ନେଇ ଯାଉଥିବା ଗୋଟିଏ ଆମ୍ବୁଲାନ୍‌ସ୍‌ ଗୋଟିଏ କାର୍‌କୁ ଧକ୍କା ଦେବାରୁ ସାତ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ଚାରି ଜଣ ସାଂଘାତିକ ଆହତ ହୋଇଛନ୍ତି।

ଦୁର୍ଘଟନା ଯୋଗୁଁ ମରିଯାଇଥିବା ଜଣେ ବ୍ୟକ୍ତିଙ୍କର ଶବ ଓ ତାଙ୍କର ଆତ୍ମୀୟମାନଙ୍କୁ ନେଇ ଆମ୍ବୁଲାନ୍‌ସ୍‌ଟି ଯାଉଥିଲା। ଆମ୍ବୁଲାନ୍‌ସ୍‌ ରାସ୍ତା ଡିଭାଇଡର୍‌ ପାରି ହେଉଥିବା ସମୟରେ କାର୍‌ଟି ଆସି ଧକ୍କା ଦେବାରୁ ଦୁର୍ଘଟନା ଘଟିଥିଲା।

ଦୁର୍ଘଟନା ସଂକ୍ରାନ୍ତରେ ଖବର ପାଇବା ମାତ୍ରେ ପୁଲିସ ଓ ଏକ୍‌ସ୍‌ପ୍ରେସ୍‌େଓ୍ଵ ଅଧିକାରୀମାନେ ଘଟନାସ୍ଥଳକୁ ତୁରନ୍ତ ଧାଇଁ ଯାଇଥିଲେ।

ଥାନା ବଳଦେବ ରେଞ୍ଜ୍‌ ନିକଟ ୧୩୮ ନମ୍ବର ମାଇଲ୍‌ଖୁଣ୍ଟ ନିକଟରେ ଦୁର୍ଘଟନା ଘଟିଛି।

ରାସ୍ତାର ଭୁଲ୍‌ ପଟେ ଯାଉଥିବା ଆମ୍ବୁଲାନ୍‌ସ୍‌ଟି ସହ ବିପରୀତ ପଟୁ ଆସୁଥିବା ଆଇ୧୦ କାର୍‌ ସହ ଧକ୍କା ଖାଇଥିଲା। ଆମ୍ବୁଲାନ୍‌ସର ଡ୍ରାଇଭର୍‌ଙ୍କୁ ଢୋଳ ଲାଗିବା କାରଣରୁ ଦୁର୍ଘଟନା ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି।

ଆମ୍ବୁଲାନ୍‌ସ୍‌ଟିରେ ଜମ୍ମୁ ଓ କଶ୍ମୀର ନମ୍ବର ପ୍ଲେଟ୍‌ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe