କରୋନା ସଙ୍କଟ ସମୟରେ ରୋଗୀଙ୍କୁ ସେବା ଯୋଗାଉଥିବା ବେଳେ ଚିକିତ୍ସା ଅଭାବରୁ ଆମ୍ବୁଲାନ୍ସ ଚାଳକଙ୍କ ହେଲା ମୃତ୍ୟୁ

କରୋନା ସଙ୍କଟ ସମୟରେ ରୋଗୀଙ୍କୁ ସେବା ଯୋଗାଉଥିବା ବେଳେ ଚିକିତ୍ସା ଅଭାବରୁ ଆମ୍ବୁଲାନ୍ସ ଚାଳକଙ୍କ ହେଲା ମୃତ୍ୟୁ

ବେତିୟା: କରୋନା ସଙ୍କଟ ସମୟରେ ଚିକିତ୍ସା ପାଇଁ ହସ୍ପିଟାଲରେ ବେଡ କି ଅକ୍ସିଜେନ ନମିଳିବା ଖବର ପ୍ରତିଦିନ ଶୁଣିବାକୁ ମିଳୁଛି। ଯେଉଁ କାରଣରୁ ରୋଗୀଙ୍କୁ ଅନେକ ଅସୁବିଧାର ସାମ୍ନାକୁ କରିବାକୁ ପଡ଼ୁଛି। କେବଳ ଏତିକି ନୁହେଁ, ଏମିତି ଅନେକ ରୋଗୀ ଅଛନ୍ତି ଯେଉଁମାନଙ୍କୁ ସଠିକ ସମୟରେ ଚିକିତ୍ସା ନମିଳିବାରୁ ମୃତ୍ୟୁ ହେଉଛି। ଏଭଳି ସମୟରେ ଏକ ଦୁଃଖଦ ଖବର ବିହାରରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ଆମ୍ବୁଲାନ୍ସ ଚାଳକଙ୍କୁ ସଠିକ ସମୟରେ ହସ୍ପିଟାଲରେ ବେଡ କି ଚିକିତ୍ସା ନମିଳିବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି।

କୁହାଯାଉଛି କି, ପଶ୍ଚିମ ଚମ୍ପାରଣରେ ଆମ୍ବୁଲାନ୍ସ ଚାଳକ ଭରତ ମହତୋ(୫୦) ବସବାସ କରୁଥିଲେ। କରୋନା ମହାମାରୀ ସମୟରେ ସେ କ୍ରମାଗତ ଭାବେ ରୋଗୀଙ୍କୁ ସେବା ଯୋଗାଇ ଆସୁଥିଲେ। ଏମିତି କି ସେ ରୋଗୀଙ୍କୁ ସଠିକ ସମୟରେ କିପରି ହସ୍ପିଟାଲରେ ପହଞ୍ଚାଇବେ ସେ ଲକ୍ଷ୍ୟ ତାଙ୍କର ରହିଥାଏ। ରୋଗୀଙ୍କୁ ସେବା ଯୋଗାଉ ଥିବା ଭିତରେ ସେ ମଧ୍ୟ କରୋନାରେ ସଂକମ୍ରିତ ହୋଇ ଯାଇଥିଲେ। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ା ପରେ ପରିବାରଲୋକେ ତାଙ୍କୁ ଜିଏମସିଏଚ ହସ୍ପିଟାଲ ନେଇଯାଇଥିଲେ। ସେଠାରେ ତାଙ୍କୁ ଚିକିତ୍ସା ପାଇଁ ବେଡ ମିଳି ନଥିଲା। ଫଳରେ ସେଠାରେ ଭରତ ମହତୋଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।

ଭରତ ମହତୋଙ୍କ ପୁଅଙ୍କ କହିବାନୁସାରେ, ବାପା ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଚିକିତ୍ସା ପାଇଁ ହସ୍ପିଟାଲରେ ବେଡ ନଥିଲା। ବେଡ ପାଇଁ ହସ୍ପିଟାଲ କର୍ମଚାରୀଙ୍କୁ ବହୁତ ଅନୁରୋଧ କରାଯାଇଥିଲା କିନ୍ତୁ ସେମାନେ କୌଣସି କଥା ଶୁଣିଥିଲେ। ବରଂ  ପଛରେ ଆସିଥିବା ଲୋକଙ୍କୁ ବେଡ ଦେଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe