ଏଏମ୍‌ଡି ଆର୍‌ଆଣ୍ଡ୍‌ଡି ଡିଜାଇନ୍‌ କେନ୍ଦ୍ର ବସାଇବ

‌ଅଢ଼େଇ ବର୍ଷରେ ଚିପ୍ ତିଆରି କରିବୁ: ବେଦାନ୍ତ ମୁଖ୍ୟ

ଏଏମ୍‌ଡି ଆର୍‌ଆଣ୍ଡ୍‌ଡି ଡିଜାଇନ୍‌ କେନ୍ଦ୍ର ବସାଇବ

The Week

ନୂଆଦିଲ୍ଲୀ : ‌ଆଜି ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ ବିଶ୍ବସ୍ତରୀୟ ସଂସ୍ଥା ଏଏମ୍‌ଡି ଭାରତରେ ଏହାର ସର୍ବବୃହତ ଗବେଷଣା ଓ ବିକାଶ ଡିଜାଇନ୍ କେନ୍ଦ୍ର ସ୍ଥାପନ କରିବ। ଏହା ଦ୍ବାରା ଭାରତରେ ଥିବା ସେମିକଣ୍ଡକ୍ଟର ଇଞ୍ଜିନିୟର ଓ ଗବେଷକମାନଙ୍କୁ ବିପୁଳ ସୁଯୋଗ ମିଳିପାରିବ ବୋଲି ସେ କହିଛନ୍ତି। ପାଞ୍ଚ ବର୍ଷ ଭିତରେ ଭାରତରେ ୪୦ କୋଟି ଡଲାର ନିବେଶ କରିବାକୁ ଏଏମ୍‌ଡି ଘୋଷଣା କରିଛି।

ଚିପ୍ ଉତ୍ପାଦନ ଲାଗି ବେଦାନ୍ତ ସହ ସ୍ଥାପନ ହୋଇଥିବା ଯୌଥ ଉଦ୍ୟୋଗରୁ ବାହାରି ଯାଇଥିବା ତାଇୱାନ୍‌ର ସଂସ୍ଥା ଫକ୍ସକନ୍‌ର ଅଧ୍ୟକ୍ଷ ୟଙ୍ଗ୍‌ ଲିଉ କହିଛନ୍ତି ଯେ ଭାରତରେ ଆଗାମୀ ଦିନରେ ‌ଚିପ୍ କଂପାନିଗୁଡ଼ିକ ଦୃଢ଼ରୁ ଆହୁରି ଦୃଢ଼ ହେବେ। ସେ ଭାରତର ଚିପ୍ ଶିଳ୍ପକୁ ନେଇ ଆଶାବାଦୀ ଥିବା କହିଛନ୍ତି। ବେଦାନ୍ତ ସହ ମିଶି ଗୁଜରାଟରେ ୧,୫୪,୦୦୦ କୋଟି ଟଙ୍କା ବିନିଯୋଗରେ ଚିପ୍ କାରଖାନା ସ୍ଥାପନ କରିବା ଲାଗି ଯେଉଁ ଯୌଥ ଉଦ୍ୟୋଗ ସ୍ଥାପନ ହୋଇଥିଲା ସେଥିରୁ ଫକ୍ସକନ୍‌ ଓହରିଯାଇଛି। ଆମେରିକାର ଅନ୍ୟତମ ଚିପ୍ ନିର୍ମାତା ମାଇକ୍ରନ୍ ଟେକ୍ନୋଲୋଜି ଭାରତରେ ଏହାର ଆସେମ୍ବଲି କାରଖାନା ସ୍ଥାପନ କରିବାକୁ ଘେଶଷଣା କରିଛି। ବେଦାନ୍ତର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ୍ କହିଛନ୍ତି ଯେ ଆସନ୍ତା ଅଢ଼େଇ ବର୍ଷ ଭିତରେ ବେଦାନ୍ତ ମେଡ୍‌ ଇନ୍ ଇଣ୍ଡିଆ ଚିପ୍ ଉତ୍ପାଦନ କରିବ। ଚିପ୍ କାରଖାନା ସ୍ଥାପନ କରିବାର ଯୋଜନା ଠିକ୍ ଭାବେ ଆଗକୁ ବଢ଼ୁଛି। ଏଥିପାଇଁ ଟେକ୍‌ ସହଯୋଗୀ ସନ୍ଧାନ କରାଯାଇସାରିଛି।

ଚିପ୍ ଉତ୍ପାଦନ କ୍ଷେତ୍ରରେ ଆଗରେ ରହିବା ପାଇଁ ଆମେରିକା, ଜର୍ମାନି, ୟୁରୋପୀୟ ସଂଘ ଓ ଜାପାନ ଭଳି ବିକଶିତ ଦେଶ ବଡ଼ ଧରଣର ସବ୍‌ସିଡି କାର୍ଯ୍ୟକ୍ରମ ଘୋଷଣା କରିଥିବା ବେଳେ ଭାରତ କିନ୍ତୁ ଏପର୍ଯ୍ୟନ୍ତ ସେଭଳି କୌଣସି ପଦକ୍ଷେପ ଗ୍ରହଣ କରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe