ମହଙ୍ଗା ପଡ଼ିଲା ଚେକ୍‌ ବାଉନସ୍‌: ରାଞ୍ଚି କୋର୍ଟରେ ହାଜର ହେଲେ ଅଭିନେତ୍ରୀ ଅମୀଷା ପଟେଲ

Advertisment
ମହଙ୍ଗା ପଡ଼ିଲା ଚେକ୍‌ ବାଉନସ୍‌: ରାଞ୍ଚି କୋର୍ଟରେ ହାଜର ହେଲେ ଅଭିନେତ୍ରୀ ଅମୀଷା ପଟେଲ

ରାଞ୍ଚି: ଏକ ଚେକ୍‌ ବାଉନ୍‌ସ ହେବା ଘଟଣା ବଲିଉଡ୍‌ ଅଭିନେତ୍ରୀ ଅମୀଷା ପଟେଲଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସଂପୃକ୍ତ ଚେକ୍‌ ବାଉନ୍‌ସ ମାମଲାରେ ବଲିଉଡ ଅଭିନେତ୍ରୀ ଅମୀଷା ପଟେଲ ଆଜି (ସୋମବାର) ରାଞ୍ଚିର ସିଭିଲ କୋର୍ଟରେ ହାଜର ହୋଇଛନ୍ତି।
ସେ ରାଞ୍ଚିର ବରିଷ୍ଠ ଡିଭିଜନ୍‌ ଜଜ୍‌ ଡିଏନ୍‌ ଶୁକ୍ଳାଙ୍କ କୋର୍ଟରେ ହାଜର ହୋଇ ଏହି ମାମଲାରେ ନିଜକୁ ନିର୍ଦ୍ଦୋଷ ବୋଲି ଦାବୀ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ, ୨୦୧୮ ମସିହାରେ ଝାଡ଼ଖଣ୍ଡର ଚଳଚ୍ଚିତ୍ର ପ୍ରଯୋଜକ ଅଜୟ କୁମାର ସିଂହ ଅଭିନେତ୍ରୀ ଅମୀଷାଙ୍କ ବିରୋଧରେ ଠକେଇ ଓ ଚେକ୍‌ ବାଉନ୍‌ସ ମାମଲା ରୁଜୁ କରିଥିଲେ। ଆବେଦନକାରୀ ଅଜୟ କୁମାର ସିଂହଙ୍କ କହିବା ଅନୁଯାୟୀ, ‘ଦେଶୀ ମ୍ୟାଜିକ୍‌’ ଶୀର୍ଷକ ଏକ ଚଳଚ୍ଚିତ୍ର ନିର୍ମାଣ ପାଇଁ ସିଂହ ଅଭିନେତ୍ରୀ ଅମୀଷାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨.୫ କୋଟି ଟଙ୍କା ଟ୍ରାନ୍‌ସଫର କରିଥିଲେ।
ତେବେ, ପରବର୍ତ୍ତୀ ସମୟରେ ଅଭିନେତ୍ରୀ ଅମୀଷା ଏହି ଫିଲ୍ମକୁ ଆଗକୁ ବଢ଼ାଇ ନଥିଲେ ଏବଂ ପରେ ୨.୫ କୋଟି ଟଙ୍କାର ଏକ ଚେକ୍‌ ପଠାଇ ଦେଇଥିଲେ। କିନ୍ତୁ ଏହି ଚେକ୍‌ଟି ବାଉନସ୍‌ ହୋଇ ଯାଇଥିଲା ଏବଂ ଅଜୟ କୁମାର ସିଂହ ତାଙ୍କ ଟଙ୍କା ଫେରି ପାଇ ନଥିଲେ।
ଅଭିଯୋଗକାରୀଙ୍କ ଓକିଲ ସ୍ମିତା ପାଠକ କହିଛନ୍ତି ଯେ ଅଭିନେତ୍ରୀଙ୍କୁ ଜୁନ୍‌ ୨୧ରେ କୋର୍ଟରେ ହାଜର ହେବାକୁ କୁହାଯାଇଥିଲା। କିନ୍ତୁ ସେ ନିଜ ପୂର୍ବ ପରିକଳ୍ପିତ ବ୍ୟସ୍ତତାକୁ ଦର୍ଶାଇ ଏହା କରି ନଥିଲେ। ଆମେ ଏହି ମାମଲାରେ ଶୀଘ୍ର ଆପୋଷ ସମାଧାନ ଚାହୁଁଛୁ ବୋଲି ଓକିଲ ପାଠକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe