ଆମେରିକାରେ ୨୪ ଘଣ୍ଟାରେ ୨୬୦୦ ମୃତ୍ୟୁ: ବିଶ୍ବବ୍ୟାପୀ ୨୧ ଲକ୍ଷ ଆକ୍ରାନ୍ତ, ୧ ଲକ୍ଷ ୩୫ ହଜାର ମୃତ୍ୟୁ

Advertisment

ଦକ୍ଷିଣ କୋରିଆର ଚିନ୍ତା ବଢ଼ିଲା, ସୁସ୍ଥ ହୋଇଥିବା ୧୪୦ ଜଣ ପୁଣି ଭାଇରସ୍‌ ଆକ୍ରାନ୍ତ

ଦକ୍ଷିଣ କୋରିଆର ଚିନ୍ତା ବଢ଼ିଲା, ସୁସ୍ଥ ହୋଇଥିବା ୧୪୦ ଜଣ ପୁଣି ଭାଇରସ୍‌ ଆକ୍ରାନ୍ତ

ଆମେରିକାରେ ୨୪ ଘଣ୍ଟାରେ ୨୬୦୦ ମୃତ୍ୟୁ: ବିଶ୍ବବ୍ୟାପୀ ୨୧ ଲକ୍ଷ ଆକ୍ରାନ୍ତ, ୧ ଲକ୍ଷ ୩୫ ହଜାର ମୃତ୍ୟୁ

Yahoo News

ନୂଆଦିଲ୍ଲୀ : ୨୧୦ ରାଷ୍ଟ୍ରରେ ପହଞ୍ଚିଥିବା କରୋନା ଭାଇରସ୍‌ ଯୋଗୁଁ ବିଶ୍ବବ୍ୟାପୀ ପ୍ରାୟ ୨୧ ଲକ୍ଷ ଲୋକ ଭାଇରସ୍‌ ଆକ୍ରାନ୍ତ ହୋଇଥିବା ବେଳେ ୧ଲକ୍ଷ ୪୧ ହଜାର ଲୋକ ଏହି ବିଶ୍ବ ମହାମାରୀରେ ପ୍ରାଣ ହରାଇଛନ୍ତି। ଆମେରିକାରେ ସ୍ଥିତି ସାଂଘାତିକ ହୋଇଯାଇଛି। ଆମେରିକାରେ ବିଗତ ୨୪ ଘଣ୍ଟା ମଧ୍ୟରେ ୨୬୦୦ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୩୨ ହଜାର ଅତିକ୍ରମ କରିଯାଇଛି। କରୋନା ମୃତ୍ୟୁରେ ଏହା ଏକ ନୂଆ ରେକର୍ଡ। ଆମେରିକାରେ ଲଗାତାର କିଛି ଦିନ ଧରି ମୃତ୍ୟୁସଂଖ୍ୟା ୨,୦୦୦ରୁ ଅଧିକ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଧ୍ୟ ଗତକାଲି କହିଥିଲେ ଯେ, ତଥ୍ୟରୁ ଜଣାପଡ଼ୁଛି , ଦେଶବ୍ୟାପୀ ଆମେ ନୂଆ ମାମଲାରେ ଶିଖର ଅତିକ୍ରମ କରିଛୁ। ପରିସ୍ଥିତି ଏଥର ସୁଧୁରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଆମେରିକାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୩୬ ହଜାର ୩୫୦ ରହିଛି। ସାରା ବିଶ୍ବରେ ଆମେରିକା କରୋନା ମୁକାବିଲା ପାଇଁ ଖୁବ୍‌ ଶୀଘ୍ର 'ଆକ୍ୟୁରେଟ୍‌ ଟେଷ୍ଟିଂ ସିଷ୍ଟମ୍‌' ଆରମ୍ଭ କରିଛି। ଆମେରିକା ପ୍ରାୟ ୩୦ ଲକ୍ଷ ୩୦ ହଜାର ନମୁନା ପରୀକ୍ଷା‌ କରି ସାରିଛି। ଆମେରିକାରେ ୩୦୦ କମ୍ପାନି ଲ୍ୟାବ୍‌ ପରୀକ୍ଷା ଦିଗରେ କାମ କରୁଛନ୍ତି। ଅନ୍ୟପକ୍ଷେ ଦକ୍ଷିଣ କୋରିଆରେ ସରକାରଙ୍କ ଚିନ୍ତା ବଢ଼ିଛି। ଦକ୍ଷିଣ କୋରିଆରେ କରୋନାରୁ ସୁସ୍ଥ ହୋଇଥିବା ୧୪୧ ଜଣ ପୁଣିଥରେ ଭାଇରସ୍‌ ପଜିଟିଭ୍‌ ଥିବା ଜଣାପଡ଼ିଛି। କେଡିସିସି (ସାଉଥ୍‌ କୋରିଆ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନ୍‌ସନ୍‌) ପକ୍ଷରୁ ଏହା କୁହାଯାଇଛି। ଏହା ଜଣାପଡ଼ିବାପରେ କ‌ରୋନାରୁ ମୁକ୍ତ ହୋଇଥିବା ଅନ୍ୟ ରୋଗୀମାନଙ୍କ ନମୁନା ବି ପୁଣିଥରେ ପରୀକ୍ଷା‌ ଆରମ୍ଭ ହୋଇଛି।

ସ୍ପେନ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୨ ହଜାର ୮୧୬ ଥିବାବେଳେ ମୃତ୍ୟୁସଂଖ୍ୟା ୧୯ ହଜାର ୧୩୦ରେ ପହଞ୍ଚିଛି। ଇଟାଲିରେ ଆକ୍ରାନ୍ତଙ୍କ ସଂଖ୍ୟା‌ ୧ଲକ୍ଷ ୬୫ ହଜାର ଏବଂ ମୃତ୍ୟୁସଂଖ୍ୟା ୨୧ ହଜାର ୬୪୫ ପହଞ୍ଚିଛି। ସେହିପରି ଫ୍ରାନ୍ସରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୪୭ ହଜାର ୮୬୩ ଥିବାବେଳେ ମୃତ୍ୟୁସଂଖ୍ୟା ୧୭ ହଜାର ୧୬୩ ରହିଛି। ଜର୍ମାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୩୪ ହଜାର ୭୫୩ ଏବଂ ମୃତ୍ୟୁସଂଖ୍ୟା ୩,୮୦୪ ରହିଛି। ବ୍ରିଟେନ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୮,୪୭୬କୁ ବୃଦ୍ଧି ପାଇଛି ଏବଂ ମୃତ୍ୟୁସଂଖ୍ୟା ୧୨ହଜାର ୮୬୮ରେ ପହଞ୍ଚିଛି। ବ୍ରିଟେନ୍‌ରେ ନୂଆ ମାମଲା ଏବଂ ମୃତ୍ୟୁସଂଖ୍ୟା ବଢ଼ୁଥିବାରୁ ବୋରିସ୍‌ ଜନ୍‌ସନ୍‌ ସରକାର ଲକ୍‌ଡାଉନ୍‌ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। କରୋନା ମହାମାରୀ ଯୋଗୁଁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ୟୁ‌ରୋପ୍‌। ୟୁରୋପ୍‌ରେ କରୋନା ମୃତ୍ୟୁସଂଖ୍ୟା ୯୦,୦୦୦ ଟପିଛି। ସାରା ବିଶ୍ବରେ ହୋଇଥିବା ମୃତ୍ୟୁସଂଖ୍ୟାର ଏହା ୬୫ ପ୍ରତିଶତରୁ ଅଧିକ। ଏଠାରେ ୧ ଲକ୍ଷ ୪୭ ହଜାର ୨୭୯ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe