500 Percent Tariffs On India: ଭାରତ ଉପରେ ଆମେରିକା ଲଗାଇବ ୫୦୦ ପ୍ରତିଶତ ଟାରିଫ !

Advertisment

ଭାରତ ଉପରେ ଲାଗିବ ୫୦୦ ପ୍ରତିଶତ ଟାରିଫ। ଚୀନ୍ ଏବଂ ବ୍ରାଜିଲ ଉପରେ ଆମେରିକାର ଚାପ।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିଲ୍ ମଞ୍ଜୁର କରିଛନ୍ତି ଯାହା ଋଷରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ କଠୋର କଟକଣା ଲଗାଇବ ।

ଭାରତ ଉପରେ ଲାଗିବ ୫୦୦ ପ୍ରତିଶତ ଟାରିଫ। ଚୀନ୍ ଏବଂ ବ୍ରାଜିଲ ଉପରେ ଆମେରିକାର ଚାପ।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିଲ୍ ମଞ୍ଜୁର କରିଛନ୍ତି ଯାହା ଋଷରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ କଠୋର କଟକଣା ଲଗାଇବ ।

Donald Trump

Donald Trump Tarrif Photograph: (sambad.in)

ନୂଆଦିଲ୍ଲୀ: ଭାରତ ଉପରେ ଲାଗିବ ୫୦୦ ପ୍ରତିଶତ ଟାରିଫ। ଚୀନ୍ ଏବଂ ବ୍ରାଜିଲ ଉପରେ ଆମେରିକାର ଚାପ।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିଲ୍ ମଞ୍ଜୁର କରିଛନ୍ତି ଯାହା ଋଷରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ କଠୋର କଟକଣା ଲଗାଇବ । ଏହା ଭାରତ ଏବଂ ଚୀନ୍ ଉପରେ ଆମେରିକାର ଶୁଳ୍କରେ ଯଥେଷ୍ଟ ବୃଦ୍ଧି ଆଣିପାରେ, କିଛି କ୍ଷେତ୍ରରେ ୫୦୦ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିପାରେ । ୟୁକ୍ରେନ ବିବାଦ ମଧ୍ୟରେ ଋଷ ଉପରେ ଚାପ ବୃଦ୍ଧି କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।

ଋଷଠାରୁ ତେଲ ଏବଂ ୟୁରାନିୟମ କ୍ରୟ କରୁଥିବା ଦେଶମାନଙ୍କ ଉପରେ କଟକଣା ଲାଗୁ କରିବ ଆମେରିକା। ଆମେରିକା କହିଛି ଯେ, ତେଲ କିଣି ଋଷକୁ ଯୁଦ୍ଧ ଜାରି ରଖିବା ପାଇଁ ପାଣ୍ଠି ଯୋଗାଇବାରେ ସାହାଯ୍ୟ କରୁଛନ୍ତି କିଛି ଦେଶ। ଏବେ ସେମାନଙ୍କ ଉପ‌ରେ ଲଗାମ ଲଗାଯିବ।

ଭାରତ, ଚୀନ୍ ଏବଂ ବ୍ରାଜିଲ ଉପରେ ଚାପ 

ଭାରତ, ଚୀନ୍ ଏବଂ ବ୍ରାଜିଲ୍ ଭଳି ଦେଶମାନଙ୍କୁ ଶସ୍ତା ଋଷୀୟ ତେଲ କିଣିବା ବନ୍ଦ କରିବାକୁ ଚାପ ପକାଉଛି ଆମେରିକା । ଗତ ବର୍ଷ, ଟ୍ରମ୍ପ ଭାରତରୁ ରପ୍ତାନୀ ହେଉଥିବା ସାମଗ୍ରୀ ଉପରେ ୨୫ ପ୍ରତିଶତ ଟିକସ ଲଗାଇଥିଲେ। ଏହା ସହି ଋଷରୁ ତେଲ କିଣୁଥିବାରୁ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟିକସ ଲଗାଇଥିଲେ, ଯାହା କିଛି ଭାରତୀୟ ସାମଗ୍ରୀ ଉପରେ ମୋଟ ଟିକସ ୫୦ ପ୍ରତିଶତକୁ ନେଇଯାଇଥିଲା ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ କରିଥିଲା ।

ଚୀନ୍ ସହିତ ସମ୍ପର୍କ ମଧ୍ୟ ଖରାପ 

ଟିକସକୁ ନେଇ ଆମେରିକା ଏବଂ ଚୀନ୍ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଆମେରିକା ଚୀନ୍ ସାମଗ୍ରୀ ଉପରେ ୧୪୫ ପ୍ରତିଶତ ପର୍ଯ୍ୟନ୍ତ ଟିକସ ଲାଗୁ କରିଥିଲା, ଯାହାର ଜବାବରେ ଚୀନ୍ ଆମେରିକୀୟ ସାମଗ୍ରୀ ଉପରେ ୧୨୫ ପ୍ରତିଶତ ଟିକସ ଲାଗୁ କରିଥିଲା । ହେଲେ ପରେ ଆମେରିକା ଏବଂ ଚୀନ୍ ଏକ ମିଳିତ ବିବୃତିରେ ଘୋଷଣା କରିଥିଲେ ଯେ ସେମାନେ ୯୦ ଦିନ ପାଇଁ ସେମାନଙ୍କର ଟିକସକୁ ସ୍ଥଗିତ ରଖିବେ ଏବଂ ଆଲୋଚନା ଜାରି ରଖିବେ। ଚୁକ୍ତି ଅନୁଯାୟୀ, ଆମେରିକା ଚୀନ୍‌ରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ଟିକସକୁ ୧୪୫ପ୍ରତିଶତରୁ ୩୦ପ୍ରତିଶତକୁ ହ୍ରାସ କରିବ ଏବଂ ଚୀନ୍ ଆମେରିକାରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ଲାଗୁ ଟିକସକୁ ୧୨୫ପ୍ରତିଶତରୁ ୧୦ପ୍ରତିଶତକୁ ହ୍ରାସ କରିବ।

ଆହୁରି ପଢ଼ନ୍ତୁ:Doctors Strike 2 Hours No Opd ଆଜି ବି ସାରା ରାଜ୍ୟରେ ଡାକ୍ତରଙ୍କ ୨ ଘଣ୍ଟିଆ ଓପିଡି ବନ୍ଦ, ରୋଗୀ ହନ୍ତସନ୍ତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe