ଇରାକ୍‌ରେ ପୁଣି ଡ୍ରୋନ୍‌ ଆକ୍ରମଣ, ଇରାନ୍‌ ସମର୍ଥିତ ସଂଗଠନର ୬ ମୃତ

Advertisment
ଇରାକ୍‌ରେ ପୁଣି ଡ୍ରୋନ୍‌ ଆକ୍ରମଣ, ଇରାନ୍‌ ସମର୍ଥିତ ସଂଗଠନର ୬ ମୃତ

Yakanak News

ବାଗଦାଦ: ଆାମେରିକା ଆଜି ପୁଣିଥରେ ଇରାକ୍‌ରେ ଡ୍ରୋନ୍‌ ଆକ୍ରମଣ କରିଛି। ଡ୍ରୋନ୍‌ରୁ କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ବାଗ୍‌ଦାଦର ଉତ୍ତରାଞ୍ଚଳରେ ଇରାନ୍‌ ସମର୍ଥିତ ବିଦ୍ରୋହୀ ସଂଗଠନ ହସଦ ଅଲ୍‌ ସାବିର ୬ ଜଣ ନିହତ ହୋଇଛନ୍ତି। ତେବେ ନିହତମାନଙ୍କ ପରିଚୟ ଜଣାପଡ଼ିନାହିଁ। ହସଦ୍‌ ଅଲ୍‌ ସାବିର ସଂଚାଳକମାନେ ଏକ୍‌ ଟ୍ରକ୍‌ରେ ଯାଉଥିବା ବେଳେ ତାଜି ରୋଡ୍‌ରେ ସେମାନଙ୍କୁ ଟାର୍ଗେଟ୍‌ କରିଥିଲା ଆମେରିକା। ଏହି ସଂଗଠନ ଇରାନ୍‌ ସହାୟତାରେ ଇରାକ୍‌ରେ ଅବସ୍ଥିତ ଆମେରିକାର ସେନା ଶିବିର ଉପରେ ଆକ୍ରମଣ ଯୋଜନା କରୁଥିଲା ବୋଲି ଆମେରିକା ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଗତକାଲି ଇରାନ୍‌ର କମାଣ୍ଡର ଜେନେରାଲ କ୍ବାସିମ ସୁଲେମାନି ଆମେରିକାର କ୍ଷେପଣାସ୍ତ୍ର ଆକ୍ରମଣରେ ନିହତ ହୋଇଥିଲେ। ଏହାପରେ ଇରାକ୍‌ରେ ଥିବା ଆମେରିକୀୟଙ୍କ ପ୍ରତି ବିପଦ ବଢ଼ିଯାଇଛି। ଆମେରିକୀୟମାନେ ଏବେ ଇରାକ୍‌ ଛାଡ଼ୁଥିବା ବେଳେ ଇରାନ୍‌ ସମର୍ଥିତ ସମସ୍ତ ବିଦ୍ରୋହୀ ସଂଗଠନଗୁଡ଼ିକୁ ଆମେରିକା ଏବେ ଟାର୍ଗେଟ୍‌ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe