କଥା ନମାନିଲେ ପରିଣାମ ଭୋଗିବେ ପୁଟିନ୍: ଟ୍ରମ୍ପ

Advertisment

କଥା ନମାନିଲେ ପରିଣାମ ଭୋଗିବେ ପୁଟିନ୍। ଗତ ସପ୍ତାହରେ ୟୁକ୍ରେନ ସହ ରୁଷ୍ କରୁଥିବା ଯୁଦ୍ଧର ସମାପ୍ତି ନେଇ ଆଲୋଚନା ପ‌ରେ ବି କୌଣସି ପଦକ୍ଷେପ ନିଆଯାଇନଥିବାରୁ ଏଭଳି କହିଛନ୍ତି ଟ୍ରମ୍ପ।

କଥା ନମାନିଲେ ପରିଣାମ ଭୋଗିବେ ପୁଟିନ୍। ଗତ ସପ୍ତାହରେ ୟୁକ୍ରେନ ସହ ରୁଷ୍ କରୁଥିବା ଯୁଦ୍ଧର ସମାପ୍ତି ନେଇ ଆଲୋଚନା ପ‌ରେ ବି କୌଣସି ପଦକ୍ଷେପ ନିଆଯାଇନଥିବାରୁ ଏଭଳି କହିଛନ୍ତି ଟ୍ରମ୍ପ।

New Project (14)

ନୂଆଦିଲ୍ଲୀ: ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ। ୟୁକ୍ରେନ ସହ ରୁଷ୍ କରୁଥିବା ଯୁଦ୍ଧର ସମାପ୍ତି ନେଇ ଏହି ଦୁଇ ଦେଶ ମୁଖ୍ୟ ଆଲାସ୍କାରରେ ବୈଠକ କରିଥିଲେ। ବୈଠକକୁ ସପ୍ତାହେ ବିତିଥିଲେ ବି ଯୁଦ୍ଧ ସମାପ୍ତି ନେଇ ରୁଷ୍ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଏମଧ୍ୟରେ ୟୁକ୍ରେନରେ ରୁଷର ଆକ୍ରମଣକୁ ସମାପ୍ତ କରିବା ପାଇଁ ମୁଁ କରିଥିବା ପ୍ରୟାସରେ ପ୍ରଗତି ବିଷୟରେ ଦୁଇ ସପ୍ତାହ ମଧ୍ୟରେ ଜଣାପଡ଼ିବ ବୋଲି କହିଛନ୍ତି ଟ୍ରମ୍ପ। ଏଭଳି କହି କଥା ନମାନିଲେ ରୁଷ୍ ପରିଣାମ ଭୋଗିବ ବୋଲି ସେ କହିଛନ୍ତି। 

ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ଟ୍ରମ୍ପ ଆଲାସ୍କାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିଥିଲେ। ହେଲେ ସେ ଏପର୍ଯ୍ୟନ୍ତ ତାଙ୍କୁ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ସାକ୍ଷାତ ପାଇଁ ରାଜି କରାଇ ପାରି ନାହାଁନ୍ତି।

ଓଭାଲ ଅଫିସରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ କହିଛନ୍ତି ଯେ, ଶାନ୍ତି ପ୍ରୟାସର କୌଣସି ଦିଗକୁ ନେଇ ଖୁସି ନାହିଁ। ସେମାନଙ୍କ ମଧ୍ୟରେ ବହୁତ ଘୃଣା ଅଛି। କିନ୍ତୁ ଦେଖାଯାଉ କ'ଣ ହେବ। ମୁଁ ଭାବୁଛି ଦୁଇ ସପ୍ତାହ ମଧ୍ୟରେ ଆମେ ଜାଣିପାରିବୁ ଯେ, ମୁଁ କେଉଁ ରାସ୍ତାରେ ଯାଉଛି। ତା’ ପ‌ରେ ମୁଁ ନିଷ୍ପତ୍ତି ନେବି ଯେ, ବଡ଼ ପ୍ରତିବନ୍ଧକ ଲଗାଇବି କି କିଛି କରିବି ନାହିଁ। ସମାଧାନ ପାଇଁ ଦୁଇ ଜଣଙ୍କର ଆବଶ୍ୟକତା ଅଛି। ମୁଁ ଉଭୟଙ୍କ ସହିତ ବୈଠକ କରିବାକୁ ଚାହୁଁଥିଲି। କିନ୍ତୁ ଅନେକ ଲୋକ ଭାବୁଛନ୍ତି ଯେ, ବୈଠକରୁ ସମାଧାନର ବାଟ ବାହାରିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe