ହଂକଂ ପ୍ରସଙ୍ଗରେ ୧୧ ଆମେରିକୀୟଙ୍କ ଉପରେ ଚୀନ୍‌ ଲଗାଇଲା ପ୍ରତିବନ୍ଧକ

Advertisment
ସବୁଠୁ ବଡ଼ ଅର୍ଥନୀତି: ଆମେରିକା ପ୍ରଥମ, ଚୀନ୍ ଦ୍ବିତୀୟ

Samachar4media

ବେଜିଂ: ହଂକଂ ପ୍ରସଙ୍ଗକୁ କେନ୍ଦ୍ର କରି ଏହାକୁ ସମର୍ଥନ କରୁଥିବା ଆମେରିକାର ସିନେଟର ମାର୍କୋ ରୁବିଓ ଓ ତେଡ୍‌ କ୍ରୁଜ୍‌ଙ୍କ ସମେତ ୧୧ ଜଣ ଆମେରିକୀୟଙ୍କ ଉପରେ ଚୀନ୍‌ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ପୂର୍ବରୁ ହଂକଂ ଉପରେ କଠୋର କାରବାର ଚଳାଇଥିବା ଚୀନ୍‌ର ୧୧ ଜଣଙ୍କ ଉପରେ ଆମେରିକା ଗତ ସପ୍ତାହରେ ପ୍ରତିବନ୍ଧକ ଲଗାଇଥିବା ବେଳେ ପେକିଂ ପ୍ରଶାସନ ପ୍ରତିଶୋଧପରାୟଣ ହୋଇ ଏପରି କରିଥିବା ଚର୍ଚ୍ଚା ହେଉଛି।

ସୂଚନା ଥାଉ କି, ହଂକଂରେ ସର୍ବସାଧାରଣଙ୍କ ସ୍ବାଧୀନତାକୁ ଚାପିଦେଉଥିବା ଅଭିଯୋଗ ଆଣି ଵାସିଂଟନ ଗତ ସପ୍ତାହରେ ହଂକଂର ମୁଖ୍ୟ କାର୍ଯ୍ୟନିର୍ବାହୀ କ୍ୟାରି ଲ୍ୟାମ୍‌ ଏବଂ ଅନ୍ୟ ୧୦ ଜଣ ଚୀନ୍‌ ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ସହ ସେମାନଙ୍କର ଆମେରିକାରେ ଥିବା ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଘୋଷଣା କରିଥିଲା। ଆମେରିକାର ଏପରି ପଦକ୍ଷେପ ଆନ୍ତର୍ଜାତିକ ଆଇନର ଉଲ୍ଲଂଘନ ଏବଂ ଚୀନ୍‌ର ଆଭ୍ୟନ୍ତରୀଣ ମାମଲାରେ ଏହା ଅଯଥା ହସ୍ତକ୍ଷେପ ବୋଲି ବେଜିଂ ପ୍ରଶାସନ ଅଭିଯୋଗ ଆଣିଥିଲା। ଅପରପକ୍ଷେ, ହଂକଂ ମାମଲାରେ କିଛି ବ୍ୟକ୍ତିଙ୍କର ବ୍ୟବହାର ଅତି କଦର୍ଯ୍ୟ ଥିବାରୁ ସେମାନଙ୍କ ବିରୋଧରେ ପ୍ରତିବନ୍ଧକ ଲଗାଯାଇଛି ବୋଲି ଚୀନ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଝିଆନ୍‌ ସୋମବାର କହିଛନ୍ତି। ପ୍ରତିବନ୍ଧକ ଲାଗିଥିବା ଏହି ଆମେରିକୀୟଙ୍କ ଭିତରେ ହ୍ୟୁମାନ୍‌ ରାଇଟ୍‌ସ ଵାଚ୍‌ ନିର୍ଦ୍ଦେଶକ କେନ୍ନେଥ ରୋଥ ଏବଂ ନାସନାଲ ଏଣ୍ଡୋମେଣ୍ଟ୍‌ ଫର ଡେମୋକ୍ରାସି ଅଧ୍ୟକ୍ଷ କାର୍ଲ ଜର୍ସମ୍ୟାନ୍‌ ମଧ୍ୟ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe