ଜଗନ୍ନାଥଙ୍କ ରଥ ପାଇଁ ସାହାଯ୍ୟ କରିଥିଲେ ଟ୍ରମ୍ପ୍‌; ଋଣ ସୁଝିଦେଲେ ମହାପ୍ରଭୁ

Advertisment
ଜଗନ୍ନାଥଙ୍କ ରଥ ପାଇଁ ସାହାଯ୍ୟ କରିଥିଲେ ଟ୍ରମ୍ପ୍‌; ଋଣ ସୁଝିଦେଲେ ମହାପ୍ରଭୁ

ୱାଶିଂଟନ: ମହାପ୍ରଭୁ ଜଗନ୍ନାଥ ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି । ଏକଥା ଆମେ କହୁନାହୁଁ, ଆମେରିକାରେ ଜଣେ ଇସ୍କନ ସଦସ୍ୟ ଏହା କହିଛନ୍ତି । ଆମେରିକାର ପୂର୍ବତ୍ତନ ରାଷ୍ଟ୍ରପତି ଡୋନାଲ ଟ୍ରମ୍ପଙ୍କ ଉପରେ ଗୁଳିମାଡ ହୋଇଛି । ଗୁଳି ଡୋନାଲ୍ଡ ଟ୍ରମ୍ପଙ୍କ କାନକୁ ଛୁଇଁ ପାର୍ ହୋଇଯାଇଛି। ଯେତେବେଳେ ପେନସିଲବେନିଆରେ ଡୋନାଲ୍ଡ ଟ୍ରମ୍ପ ନିର୍ବାଚନୀ ରାଲିକୁ ସମ୍ବୋଧନ କରୁଥିଲେ ଠିକ୍ ସେହି ସମୟରେ ଟ୍ରମ୍ପଙ୍କ ଉପରେ ଆକ୍ରମଣ ହୋଇଥିଲା। ଆଉ ଏହି ଘଟଣାକୁ ନେଇ ଇସ୍କନ ପକ୍ଷରୁ ଏକ ବୟାନ ସାମ୍ନାକୁ ଆସିଛି ।

ଇସ୍କନ ସଦସ୍ୟଙ୍କ କହିବା ଅନୁସାରେ ପ୍ରଭୁ ଜଗନ୍ନାଥଙ୍କ କାରଣରୁ ଟ୍ରମ୍ପଙ୍କ ଜୀବନ ବଞ୍ଚିଯାଇଛି । ଏହି ଘଟଣାରେ ୧୯୭୬ରେ ନ୍ୟୁୟର୍କର ପ୍ରଥମ ରଥଯାତ୍ରା ସହିତ ଡୋନାଲ୍ଡ ଟ୍ରମ୍ପଙ୍କ ସଂଯୋଗକୁ ଇସ୍କନ ମନେପକାଇ ଦେଇଛି । ଇସ୍କନ କୋଲକତାର ଅଧ୍ୟକ୍ଷ ରାଧାରମଣ ଦାସ କହିଛନ୍ତି, ୧୯୭୬ରେ ଇସ୍କନ ଭକ୍ତମାନେ ନ୍ୟୁୟର୍କରେ ପ୍ରଭୁ ଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ଏକ ବଡ ସ୍ଥାନ ଖୋଜୁଥିଲେ । ସେହି ସମୟରେ ଡୋନାଲ୍ଡ ଟ୍ରମ୍ପ ଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ଏକ ବଡ ସ୍ଥାନ ଯୋଗାଇ ଦେଇ ସେମାନଙ୍କୁ ସାହାଯ୍ୟ କରିଥିଲେ । ଆଉ ଏବେ ପ୍ରଭୁ ଜଗନ୍ନାଥ ଟ୍ରମ୍ପଙ୍କ ଜୀବନ ବଞ୍ଚାଇ ତାଙ୍କ ସାହାଯ୍ୟର ଫଳ ଦେଇଛନ୍ତି ।
ସେତେବେଳେ ଟ୍ରମ୍ପଙ୍କ ବୟସ ମାତ୍ର ୩୦ ବର୍ଷ ଥିଲା । ସେ ସେତେବେଳେ ଜଣେ ରିଏଲ ଇଷ୍ଟେଟ୍ ବ୍ୟବସାୟୀ ଭାବରେ ଉଭା ହୋଇଥିଲେ । ଡୋନାଲ୍ଡ ଟ୍ରମ୍ପଙ୍କ ସହାୟତାରେ ହିଁ ୧୯୭୬ରେ ନ୍ୟୁୟର୍କରରେ ପ୍ରଭୁ ଜଗନ୍ନାଥଙ୍କ ପ୍ରଥମ ରଥଯାତ୍ରା ହୋଇପାରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe