ସଶସ୍ତ୍ର ଡ୍ରୋନ୍‌ ଦେବ ଆମେରିକା!

Advertisment
ସଶସ୍ତ୍ର ଡ୍ରୋନ୍‌ ଦେବ ଆମେରିକା!

ଓ୍ଵାସିଂଟନ: ଭାରତୀୟ ବାୟୁସେନାକୁ ଆହୁରି ସଶକ୍ତ କରିବା ପାଇଁ ଆବଶ୍ୟକ ପଡୁଥିବା ସଶସ୍ତ୍ର ଡ୍ରୋନ୍‌ ଆମେରିକା ଠାରୁ ହାସଲ ଉଦ୍ଦେଶ୍ୟରେ ଭାରତ କରିଥିବା ଅନୁରୋଧକୁ ଟ୍ରମ୍ପ୍‌ ପ୍ରଶାସନ ସକାରାତ୍ମକ ଦୃଷ୍ଟିରେ ବିଚାର କରୁଛି। ଗତ ଜୁନ୍‌ ୨୬ରେ ହ୍ଵାଇଟ୍‌ ହାଉସ୍‌ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସାକ୍ଷାତ ପରେ ଏଭଳି ସମ୍ଭାବନା ସୃଷ୍ଟି ହୋଇଥିବା ଜଣାଯାଇଛି।

ମୋଦି-ଟ୍ରମ୍ପ ସାକ୍ଷାତ ପରେ ପରେ ଆମେରିକା ଭାରତୀୟ ନୌସେନା ପାଇଁ ୨୨ଟି ଅସ୍ତ୍ରରହିତ ଗାର୍ଡିଆନ୍‌ ଡ୍ରୋନ୍‌ ବିକିବା ପାଇଁ ଘୋଷଣା କରିଥିଲା। ତେବେ ଭାରତୀୟ ବାୟୁସେନାର ଆଧୁନିକୀକରଣ ପାଇଁ ଆମେରିକା ଠାରୁ ପାଖାପାଖି ୮୦ରୁ ୧୦୦ ସଂଖ୍ୟକ ଡ୍ରୋନ୍‌(ଜେନେରାଲ୍‌ ଆଟମିକ୍ସ ପ୍ରିଡେଟର ସି ଆଭେଞ୍ଜର ଏୟାରକ୍ରାଫ୍ଟ) ଆମଦାନି କରିବା ଲାଗି ଅନୁରୋଧ କରାଯାଇଛି। ୮୦୦ କୋଟି ଆମେରିକୀୟ ଡଲାର ମୂଲ୍ୟର ଏହି କାରବାରକୁ ଟ୍ରମ୍ପ ପ୍ରଶାସନ ଆପାତତଃ ସବୁଜ ସଂକେତ ଦେବେ ବୋଲି ସୂଚନା ମିଳିଛି। ଭାରତ ସହ ସାମରିକ ସମ୍ପର୍କ ସୁଦୃଢ଼ କରିବା ଲାଗି ଆମେରିକା ଏଭଳି ପ୍ରସ୍ତାବରେ ରାଜି ଥିବା ହ୍ଵାଇଟ୍‌ ହାଉସ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe