News Track English
ୱାସିଂଟନ: ଆମେରିକାର ଦକ୍ଷିଣ ଡକୋଟାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଯାଉଥିବା ୯ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ଖରାପ ପାଗ ଯୋଗୁଁ ବିମାନଟି ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି। ଆମେରିକା ବିମାନ ଚଳାଚଳ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଏକ ପିଲାଟସ୍ ପିସି ୧୨ ସିଙ୍ଗ୍ଲ ଇଂଜିନ ବିଶିଷ୍ଟ ବିମାନ ଯାତ୍ରୀଙ୍କୁ ନେଇ ଚେମ୍ବଲନ୍ ମ୍ୟୁନିସିପାଲ ଏୟାରପୋର୍ଟରୁ ବାହାରିଥିଲା। ତେବେ ଉଡ଼ାଣର କିଛି ସମୟ ପରେ ଏହା ନିୟନ୍ତ୍ରଣ ହରାଇ ଖସିପଡ଼ିଥିଲା। ପ୍ରବଳ ବରଫପାତ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡ଼ିଛି।
Follow Us