ଆମେରିକାରେ ବନ୍ଧୁକ ନିୟନ୍ତ୍ରଣ ଆଇନ୍‌ ଦାବିରେ ଗଣବିକ୍ଷୋଭ

Advertisment
ଆମେରିକାରେ ବନ୍ଧୁକ ନିୟନ୍ତ୍ରଣ ଆଇନ୍‌ ଦାବିରେ ଗଣବିକ୍ଷୋଭ

ଓ୍ଵାସିଂଟନ: ଆମେରିକାର ସ୍କୁଲମାନଙ୍କରେ ବାରମ୍ବାର ଗୁଳିମାଡ଼ ହେବା ପରେ ଦେଶରେ ବନ୍ଧୁକ ନିୟନ୍ତ୍ରଣ ଆଇନ୍‌କୁ କଡ଼ାକଡ଼ି ଲାଗୁ କରିବା ଦାବିରେ ଆଜି ଆମେରିକାବାସୀ ଗଣବିକ୍ଷୋଭ କରିିଛନ୍ତି। ସରକାର ଏଭଳି ଆଇନ୍‌ ନଆଣିଲେ ପରବର୍ତ୍ତୀ ଘଟଣା ପାଇଁ ତାଙ୍କୁ ଦାୟୀ କରିବା ସହ ଜନତା ସରକାରଙ୍କ ବିରୋଧରେ ଭୋଟ ଦେବାକୁ ବାଧ୍ୟ ହେବେ ବୋଲି ଧମକ ଦେଇଛନ୍ତି। ଆଜି ଓ୍ଵାସିଂଟନରେ ପ୍ରାୟ ୫ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏହି ବିକ୍ଷୋଭରେ ସାମିଲ ହୋଇଥିବା ବେଳେ ବିଶେଷ କରି ଯୁବଗୋଷ୍ଠୀ ରାଜରାସ୍ଥାକୁ ଓହ୍ଲାଇଥିଲେ। ନ୍ୟୁୟର୍କ, ଫ୍ଲୋରିଡ଼ାରେ ମଧ୍ୟ ଅନୁରୂପ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଉଲ୍ଲେଖ ଥାଉ କି, ଆମେରିକାରେ ଲାପ୍‌ଟପ୍‌ଠାରୁ ବି ଶସ୍ତାରେ ବନ୍ଧୁକ ମିଳୁଥିବାରୁ ପ୍ରାୟ ସମସ୍ତଙ୍କ ପାଖରେ ଏହି ମାରଣାସ୍ତ୍ର ରହିଛି। ଏକ ଆକଳନ ଅନୁଯାୟୀ, ଆମେରିକାର ପ୍ରାୟ ୬୫ ପ୍ରତିଶତ ଲୋକଙ୍କ ମୃତ୍ୟୁ କେବଳ ଗୁଳିମାଡ଼ ଦ୍ୱାରା ହିଁ ହୋଇଥାଏ। ନିକଟରେ ମିଳିଥିବା ଏକ ରିପୋର୍ଟ ମୁତାବକ, ପ୍ରତିବର୍ଷ ଆମେରିକାର ୧୩ ହଜାର ଲୋକ ଗୁଳିମାଡ଼ରେ ମରୁଥିବା ବେଳେ ଇଂଲଣ୍ଡ, କାନାଡ଼ା ଓ ଅଷ୍ଟ୍ରେଲିଆରେ ମଧ୍ୟ ଅନୁରୂପ ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ତେବେ ଆମେରିକା ସମ୍ବିଧାନରେ ପ୍ରତ୍ୟେକ ବ୍ୟକ୍ତି ଆତ୍ମରକ୍ଷା ପାଇଁ ବନ୍ଧୁକ ରଖିବାର ଅଧିକାର ରହିଛି। ଏଥି ସହିତ ୨୧ ବର୍ଷରୁ ବୟସ୍କଙ୍କୁ ବନ୍ଧୁକ କିଣିବାରେ କୌଣସି ପ୍ରତିବନ୍ଧକ ନାହିଁ। ଏପରିକି ଜଣେ ବ୍ୟକ୍ତି ଏକାଧିକ ବନ୍ଧୁକ କିଣିବାରେ କୌଣସି ଅସୁବିଧା ନାହିଁ। ତେଣୁ ସାମାନ୍ୟ ସାମାନ୍ୟ କଥାରେ ବି ସେଠାରେ ଗୁଳିମାଡ଼ ନିତିିଦିନିଆ ଘଟଣା ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe