ଭାରତ ଉପରେ ୨୬ ପ୍ରତିଶତ ଟାରିଫ ଲଗାଇଲା ଆମେରିକା, ୧୮୦ ଦେଶ ଉପରେ ଟାରିଫ ଲାଗୁ କଲେ ଟ୍ରମ୍ପ୍

tariff on india

Photograph: (Sambad.in)

ନୂଆଦିଲ୍ଲୀ: ଭାରତ ଉପରେ ଟାରିଫ ଲଗାଇଲା ଆମେରିକା । ଆଜି ସକାଳ ୯ଟା ୩୧ରେ ଭାରତ ଉପରେ ଟାରିଫ ଲଗାଇଛନ୍ତି ଟ୍ରମ୍ପ । ୨୬ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି ଆମେରିକା ରାଷ୍ଟ୍ରପତି । ଭାରତ ସମେତ ୧୮୦ ଦେଶରେ ଟାରିଫ ଲାଗୁ କରିଛି ଆମେରିକା ।

ତେବେ ଭାରତ ପୂର୍ବରୁ ଚୀନ ଉପରେ ରାଗ ସୁଝାଇ ୧୦୪ ପ୍ରତିଶତ ଶୁଳ୍କ ଲଗାଇଛି ଆମେରିକା । ଚୀନ ପାଲଟା ୩୪ ପ୍ରତିଶତ ଶୁଳ୍କ ପ୍ରତ୍ୟାହାର ନ କରିବାକୁ ଆମେରିକା ଅତିରିକ୍ତ ୫୦ ପ୍ରତିଶତ ଶୁଳ୍କ ଲଗାଇବ ବୋଲି ଧମକ ଦେଇଥିଲା । ଚୀନ ଶୁଳ୍କ ପ୍ରତ୍ୟାହାର ନ କରିବାରୁ ଟ୍ରମ୍ପ ଚରମ ନିଷ୍ପତ୍ତି ନେଇଛନ୍ତି ପରେ ବେଜିଂ ଉପରେ ମୋଟ ୧୦୪ ପ୍ରତିଶତ ଶୁଳ୍କ ଲଗାଇଛନ୍ତି । ଏହା ପରେ ବିଶ୍ବରେ ବାଣିଜ୍ୟ ଯୁଦ୍ଧର ବିଗୁଲ ବାଜିଛି । ଏଥିସହ ବିଶ୍ବରେ ଟାରିଫକୁ ନେଇ ଯୁଦ୍ଧ ସ୍ଥିତି ଉପୁଜିଛି ।

ଭାରତ ସହ ଆମେରିକାର ଭଲ ସମ୍ପର୍କ ରହିଛି । ଟ୍ରମ୍ପ-ମୋଦୀଙ୍କ ସମ୍ପର୍କ ବିଷୟରେ ସାହା ବିଶ୍ବ ଜାଣିଛି । ହାଓଡି ମୋଦୀ ଏବଂ ନମସ୍ତେ ଟ୍ରମ୍ପ କାର୍ୟ୍ୟକ୍ରମ ଜରିଆରେ ଉଭୟ ଉଭୟ ଦେଶକୁ ଯାଇଥିଲେ ଏବଂ ସେମାନଙ୍କ ମଧ୍ୟରେ ସୁନ୍ଦର ସମ୍ପର୍କ ଥିବା କୁହାଯାଉଥିବା ବେଳେ ହଠାତ୍ କଣ ପାଇଁ ଆମେରିକା ଭାରତ ଉପରେ ଟାରିଫ ଲଗାଇଲା ସେନେଇ ଚର୍ଚ୍ଚା ହେଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe