ମିଛ କହୁଛି ଆମେରିକା, ଭାରତକୁ ମନା କରି ରୁଷରୁ କିଣୁଛି ତେଲ: ରୁଷ୍

ମିଛ କହୁଛି ଆମେରିକା, ଭାରତକୁ ମନା କରି ରୁଷରୁ କିଣୁଛି ତେଲ: ରୁଷ୍

ନୂଆଦିଲ୍ଲୀ: ମିଛ କହୁଛି କି ଆମେରିକା? ଭାରତକୁ ମନା କରି ନିଜେ ତେଲ କିଣି ଗଚ୍ଛିତ ରଖୁଛି କି ରୁଷ? ରୁଷର ଜଣେ ଅଧିକାରୀ ଆମେରିକାକୁ ନେଇ କରିଥିବା ଖୁଲାସା ପରେ ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ। ରୁଷର ଜଣେ ଅଧିକାରୀ କହିଛନ୍ତି ଯେ ଗୋଟିଏ ପଟେ ଆମେରିକା ରୁଷରୁ ବିପୁଳ ପରିମାଣର ତୈଳ କ୍ରୟ କରି ନିଜର ତୈଳ ଭଣ୍ଡାର ଭରୁଛି ଏବଂ ଅନ୍ୟ ପଟେ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ଦର୍ଶାଇ ଅନ୍ୟ ଦେଶକୁ ରୁଷରୁ ତେଲ ନକିଣିବାକୁ ଚାପ ପକାଉଛି।

ରବିବାର ରୁଷର ସୁରକ୍ଷା ପରିଷଦର ଉପସଚିବ ମିଖାଇଲ ପୋପୋଭ ରୁଷର ଗଣମାଧ୍ୟମକୁ କହିଛନ୍ତି ଯେ, ଗତ ସପ୍ତାହରେ ଆମେରିକା ରୁଷରୁ ଅଶୋଧିତ ତୈଳ କ୍ରୟକୁ ୪୩ ପ୍ରତିଶତ ବୃଦ୍ଧି କରିଛି। ଅର୍ଥାତ୍ ଆମେରିକା ରୁଷରୁ ପ୍ରତିଦିନ ଶହେ ହଜାର ବ୍ୟାରେଲରୁ ଅଧିକ ଅଶୋଧିତ ତୈଳ କିଣୁଛି। ଚାଇନାର ଖବରକାଗଜ ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ରୁଷର ଅଧିକାରୀ କହିଛନ୍ତି ଯେ, ଆମେରିକା ତୈଳ ସହ ଅନ୍ୟ ଜରୁରୀ ଜିନିଷ ରୁଷଠାରୁ କିଣିବା ପାଇଁ ଅନୁମତି ଦେଇଛି।

India's Oil Import From Russia Is Much Ado About Nothing outlookindia

ତେବେ ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସ ପାଇଁ ୟୁରୋପ ରୁଷ ଉପରେ ନିର୍ଭରଶୀଳ। ଏହା ଜାଣିବା ପରେ ବି ଆମେରିକା ଏବଂ ଏହାର ୟୁରୋପୀୟ ସହଯୋଗୀମାନେ ରୁଷ ତେଲ ଉପରେ ପ୍ରତିବନ୍ଧକ ଲଗାଇବା ବିଷୟରେ କହୁଛନ୍ତି। କାରଣ ରୁଷ ତେଲ ଉପରେ ପ୍ରତିବନ୍ଧକ ଲଗାଇବାକୁ ଉଭୟ ଆମେରିକା ଏବଂ ବ୍ରିଟେନ୍ ଉପରେ ଚାପ ରହିଛି। ଏଥିପାଇଁ ବ୍ରିଟେନ ବର୍ଷ ଶେଷ ସୁଦ୍ଧା ରୁଷର ତେଲ ଉପରେ ଥିବା ନିର୍ଭରଶୀଳତାକୁ ପର୍ଯ୍ୟାୟକ୍ରମେ ଶେଷ କରିବ ବୋଲି କହିଛି। ଅନ୍ୟପକ୍ଷରେ ଏପ୍ରିଲ ୨୨ ସୁଦ୍ଧା ରୁଷରୁ ତୈଳ ଓ କୋଇଲା ଆମଦାନୀ ବନ୍ଦ କରିବ ବୋଲି ଆମେରିକା କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe