ନୂଆଦିଲ୍ଲୀ: ପାକିସ୍ତାନ ହେଉ କି ବାଂଲାଦେଶ, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ସେମାନଙ୍କୁ ଦୃଢ଼ ସମର୍ଥନ କରୁଛି। ସେମାନଙ୍କୁ ଶୀଘ୍ର ଋଣ ପ୍ରଦାନ କରାଯାଉଛି। ସାମ୍ପ୍ରତିକ ସମୟରେ ଭାରତ ପ୍ରତି ବାଂଲାଦେଶର ମନୋଭାବ ମଧ୍ୟ ପରିବର୍ତ୍ତନ ହୋଇଛି। ବାଂଲାଦେଶ ପାକିସ୍ତାନର ପଦାଙ୍କ ଅନୁସରଣ କରୁଛି। ଉଭୟ ଦେଶ ଚୀନ୍‌କୁ ସମର୍ଥନ କରିବା ଆରମ୍ଭ କରିଛନ୍ତି। ପାକିସ୍ତାନକୁ ଆଉ ଏକ ୧୦୨.୩ କୋଟି ଡଲାର ସହାୟତା ପ୍ରଦାନ କରାଯାଇଛି।

Advertisment

ଅନେକ ବିଶେଷଜ୍ଞ ମଧ୍ୟ ଏହା ବିଷୟରେ ଚିନ୍ତା ପ୍ରକାଶ କରିଛନ୍ତି। ଏଥିରେ ସେମାନେ ଆମେରିକୀୟ ଷଡ଼ଯନ୍ତ୍ରର ସଙ୍କେତ ମଧ୍ୟ ପାଉଛନ୍ତି। ଆମେରିକା ଆଇଏମଏଫ ଉପରେ ପ୍ରାଧାନ୍ୟ ବିସ୍ତାର କରିଥାଏ। ଏହା ଆଇଏମଏଫକୁ ସବୁଠାରୁ ବଡ଼ ଆର୍ଥିକ ଯୋଗଦାନକାରୀ।

ଏହି କାରଣରୁ, ଏହାର ସର୍ବାଧିକ ଭୋଟ ଦେବାର କ୍ଷମତା ଅଛି। ଆମେରିକାର ଭୋଟ କ୍ଷମତା ପ୍ରାୟ ୧୬.୫% ରୁ ୧୭%। ଗୁରୁତ୍ୱପୂର୍ଣ୍ଣ ଆଇଏମଏଫ ନିଷ୍ପତ୍ତି ପାଇଁ ୮୫% ବହୁମତ ଆବଶ୍ୟକ। କେବଳ ଆମେରିକାର ଯଥେଷ୍ଟ ଭୋଟ ଅଂଶ ଅଛି। ସେ ଯେକୌଣସି ପ୍ରମୁଖ ପ୍ରସ୍ତାବକୁ ଭିଟୋ କରିପାରିବ। ଏହାର ଅର୍ଥ ଯଦି ପାକିସ୍ତାନ ଏବଂ ବାଂଲାଦେଶ ଋଣ ପାଉଛନ୍ତି ତେବେ ଆମେରିକା ନିଜର ସବୁଜ ସଙ୍କେତ ଦେଇସାରିଛି। ଏହା ଆମେରିକାର ଦୋମୁହାଁ ନୀତିକୁ ଦର୍ଶାଉଛି।

ପାକିସ୍ତାନ ସମ୍ପ୍ରତି ଆଇଏମଏଫ ଠାରୁ ୧.୪ ବିଲିୟନ ଡଲାର ଅର୍ଥାତ୍ ପ୍ରାୟ ୧୨ ହଜାର କୋଟି ଟଙ୍କା ଋଣ ପାଇଛି। ଏବେ ଆଉ ଏକ କିସ୍ତି ୧,୦୨୩ ନିୟୁତ ଡଲାର ଜାରି କରାଯାଇଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ବହୁତ ଖରାପ ଥିବା ସମୟରେ ଆଇଏମଏଫର ଋଣ କିସ୍ତି ଜାରି କରାଯାଇଛି। ଗୋଟିଏ କାର୍ଯ୍ୟକ୍ରମ ଅନ୍ତର୍ଗତ ପାକିସ୍ତାନକୁ ମୋଟ ୭ ବିଲିୟନ ଡଲାର ମିଳିବ। ଆଇଏମଏଫ ମଧ୍ୟ ୪.୭ ବିଲିୟନ ଡଲାର ଋଣ ପ୍ୟାକେଜରୁ ବାଂଲାଦେଶକୁ ୧.୩ ବିଲିୟନ ଡଲାରର ଦୁଇଟି କିସ୍ତି ପ୍ରଦାନ କରିଛି।

ଭାରତର ଜଣେ ଜଣାଶୁଣା ଭୂ-ରଣନୀତି ବିଶେଷଜ୍ଞ ବ୍ରହ୍ମା ଚେଲାନି, ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ଆମେରିକାର ହସ୍ତକ୍ଷେପକୁ ଉଦ୍ଧୃତ କରି ପାକିସ୍ତାନ ଏବଂ ବାଂଲାଦେଶ ଉଭୟକୁ ଆର୍ଥିକ ସହାୟତା ଦେବାର ଆମେରିକାର ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ବାଂଲାଦେଶକୁ ଆଇଏମଏଫ ଦ୍ୱାରା ଦିଆଯାଇଥିବା ୧.୩ ବିଲିୟନ ଡଲାର ଋଣ ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି।

ସେ ଆମେରିକା ବିରୁଦ୍ଧରେ ଆଞ୍ଚଳିକ ସ୍ଥିରତାକୁ ଦୁର୍ବଳ କରୁଥିବା ଶାସନକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱ ଆର୍ଥିକ ଉପକରଣ ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି। ଏହା ସହିତ, ଏଭଳି ପଦକ୍ଷେପ ଭାରତକୁ ସୀମାପାର ଆତଙ୍କବାଦ ମୁକାବିଲା କରିବାରୁ ରୋକିବାକୁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି। ଚେଲାନି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ଏହା କହିଛନ୍ତି।

ଭାରତ ସାମରିକ ଅଭିଯାନ ଆରମ୍ଭ କରିବାର ଦୁଇ ଦିନ ପରେ, ଆମେରିକା ନିଜର 'ପ୍ରମୁଖ ଅଣ-ନାଟୋ ସହଯୋଗୀ' ପାକିସ୍ତାନ ପାଇଁ ୨.୪ ବିଲିୟନ ଡଲାରର ବେଲଆଉଟ୍ ପ୍ୟା‌କେଜ ମଞ୍ଜୁର କରିଛି ବୋଲି ଚେଲାନି ଏକ୍ସରେ ଲେଖିଥିଲେ। ଡୋନାଲ୍ଡ ଟ୍ରମ୍ପ୍ ଭାରତକୁ ଅଭିଯାନ ବନ୍ଦ ନକଲେ ବାଣିଜ୍ୟ ସ୍ଥଗିତ ରଖିବାର ଧମକ ଦେଇଥିଲେ। ଏହାକୁ ଚେଲାନି ପସନ୍ଦ କରି ନାହାନ୍ତି। ସେ କହିଛନ୍ତି, ଏବେ ଆମେରିକା ବାଂଲାଦେଶକୁ ରକ୍ଷା କରିବାକୁ ପ୍ରସ୍ତୁତ, ଯଦିଓ ଏହା ଇସଲାମିକ୍ ଏକଛତ୍ରବାଦ ଆଡକୁ ଗତି କରୁଛି।

ଅରଇଏମଏଫ ବାଂଲାଦେଶର ୪.୭ ବିଲିୟନ ଡଲାର ଋଣ ପ୍ୟାକେଜରୁ ୧.୩ ବିଲିୟନ ଡଲାରର ଦୁଇଟି ବିଚାରାଧୀନ କିସ୍ତି ଜାରି କରିବା ପରେ ଚେଲାନିଙ୍କ ମନ୍ତବ୍ୟ ଆସିଛି। ୱାଶିଂଟନରେ ଆଲୋଚନା ପରେ ଚଳିତ ସପ୍ତାହରେ ଏହି ରାଶି ଜାରି କରାଯାଇଛି। ଢାକାର ମୁଦ୍ରା ଏବଂ ଟିକସ-ରୁ-ଜିଡିପି ସଂସ୍କାରରେ ଧୀର ଅଗ୍ରଗତି ଯୋଗୁ ଏହା ବିଳମ୍ବିତ ହୋଇଥିଲା।

ଗତ ମାସରେ ଏକ ଆଇଏମଏଫ ଦଳ ବାଂଲାଦେଶର ଆର୍ଥିକ ସଂସ୍କାର ପ୍ରଗତି ଉପରେ ତୃତୀୟ ଏବଂ ଚତୁର୍ଥ ସମୀକ୍ଷା ସମାପ୍ତ କରିଛନ୍ତି । ଏହା ଏକ୍ସଟେଣ୍ଡେଡ୍ ଫଣ୍ଡ ଫ୍ୟାସିଲିଟି (ଇଏଫଏଫ), ଏକ୍ସଟେଣ୍ଡେଡ୍ କ୍ରେଡିଟ୍ ଫ୍ୟାସିଲିଟି (ଇସିଏଫ) ଏବଂ ରିଜିଲିଏନ୍ସ ଆଣ୍ଡ ସଷ୍ଟେନେବିଲିଟି ଫ୍ୟାସିଲିଟି (ଆରଏଦଏଫ) ଅଧୀନରେ ପାଣ୍ଠି ପାଇଁ ପଥ ପ୍ରଶସ୍ତ କରିଛି।

ଚେଲାନି ସଦ୍ୟତମ ସମୟରେ ଅପରେସନ ସିନ୍ଦୁରର ମାତ୍ର ତିନି ଦିନ ପରେ ପାକିସ୍ତାନ ସହିତ ଯୁଦ୍ଧବିରତି ପାଇଁ ରାଜି ହେବା ପାଇଁ ଭାରତର ନିଷ୍ପତ୍ତିକୁ ସମାଲୋଚନା କରିଥିଲେ। ସେ ଏହାକୁ ଏକ ବଡ଼ ରଣନୈତିକ ଭୁଲ ଏବଂ 'ବିଜୟ ପାଟିରୁ ପରାଜୟ ଛଡ଼ାଇ ନେବା'ର ଆଉ ଏକ ଉଦାହରଣ ଭାବରେ ବର୍ଣ୍ଣନା କରିଥିଲେ।

ଅଧିକ ପଢ଼ନ୍ତୁ: ବ୍ରିଟେନ୍‌ର ରାଜରାସ୍ତାରେ ବୁଲୁଛନ୍ତି ୪୦୦ ଘାତକ ବୋମା

୧୯୪୮ କଶ୍ମୀର ଅସ୍ତ୍ରବିରତି, ୧୯୬୬ ହାଜି ପିର ପ୍ରତ୍ୟାହାର ଏବଂ ୨୦୨୧ ଲଦାଖ ପ୍ରତ୍ୟାହାର ଭଳି ଅତୀତର ଭୁଲ ସହିତ ସମାନତା ଆଣି ଚେଲାନି ଯୁକ୍ତି ଦେଇଥିଲେ ଯେ, ଏହି ଅପରେସନ ଭାରତ ବିରୁଦ୍ଧରେ ପାକିସ୍ତାନର ଚାରି ଦଶନ୍ଧି ଧରି ଚାଲିଥିବା ପ୍ରକ୍ସି ଯୁଦ୍ଧକୁ ନିର୍ଣ୍ଣାୟକ ଭାବରେ ବଦଳାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିଥିଲା।

ସେ କହିଛନ୍ତି ଯେ, ସମୟ ପୂର୍ବରୁ ଯୁଦ୍ଦ ବନ୍ଦ ହେବା ପୂରଣ ହେବାକୁ ଥିବା ଉଦ୍ଦେଶ୍ୟଗୁଡ଼ିକୁ ଅପୂର୍ଣ୍ଣ ରଖିଥିଲା ​​ଏବଂ ଭାରତ ଯେତେବେଳେ ଏହାର ଲାଭକୁ ସୁଦୃଢ଼ ​​କରିପାରିଥାନ୍ତା ସେତେବେଳେ ସଂଯମତା ଅବଲମ୍ବନ କରିବାର ଏକ ପୁନରାବୃତ୍ତି ଧାରାକୁ ପ୍ରତିଫଳିତ କରାଯାଇଥିଲା।

ଚେଲାନିଙ୍କ ଅନୁସାରେ, ଆମେରିକାର ନୀତି ଭାରତ ପାଇଁ ଏକ ଚ୍ୟାଲେଞ୍ଜ। ସେ କହିଛନ୍ତି, ଆମେରିକା ଆଞ୍ଚଳିକ ଶାନ୍ତି ପାଇଁ ବିପଦ ସୃଷ୍ଟି କରୁଥିବା ଦେଶଗୁଡ଼ିକୁ ସମର୍ଥନ କରିବା ପାଇଁ ଆର୍ଥିକ ସହାୟତାକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରୁଛି।

ଅନେକ ବିଶେଷଜ୍ଞ ଏହା ମଧ୍ୟ ଅଭି‌ଯୋଗ କରିଛନ୍ତି, ଆମେରିକାର ଚୀନ୍ ପ୍ରତି ଆକର୍ଷିତ ହେବା ଘଟଣା ଭାରତ ସହିତ ସମ୍ପର୍କକୁ ପ୍ରଭାବିତ କରିପାରେ।

ଅଧିକ ପଢ଼ନ୍ତୁ: ରାଜ୍ୟ କ୍ୟାବିନେଟ୍‌: ୬ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ

India | america | pakistan | China | Bangladesh | double-game